କଦମପଡ଼ା ଶିଶୁମନ୍ଦିରରେ ପୂର୍ବଛାତ୍ର ସମ୍ମିଳନୀ ଅନୁଷ୍ଠିତ
ବଲାଙ୍ଗୀର, ୨୪ ଅକ୍ଟୋବର(ହି.ସ.) – ଆଜି ବଲାଙ୍ଗୀରସ୍ଥ କଦମପଡ଼ାର ସରସ୍ୱତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିରରେ ‘ପୂର୍ବଛାତ୍ର ସମ୍ମିଳନୀ’ ବିଦ୍ୟାଳୟର ସଭାପତି ଡ.ଭବାନୀ ଶଙ୍କର ପଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ରୂପେ ଶିକ୍ଷା ବିକାଶ ସମିତିର ଦକ୍ଷିଣ ପଶ୍ଚିମ ସମ୍ଭାଗର କୋଷାଧ୍ୟ
ପଡା ଶିଶୁମନ୍ଦିରରେ”ପୂର୍ବଛାତ୍ର ସମ୍ମିଳନୀ” ଅନୁଷ୍ଠିତ


ପଡା ଶିଶୁମନ୍ଦିରରେ”ପୂର୍ବଛାତ୍ର ସମ୍ମିଳନୀ” ଅନୁଷ୍ଠିତ


ବଲାଙ୍ଗୀର, ୨୪ ଅକ୍ଟୋବର(ହି.ସ.) – ଆଜି ବଲାଙ୍ଗୀରସ୍ଥ କଦମପଡ଼ାର ସରସ୍ୱତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିରରେ ‘ପୂର୍ବଛାତ୍ର ସମ୍ମିଳନୀ’ ବିଦ୍ୟାଳୟର ସଭାପତି ଡ.ଭବାନୀ ଶଙ୍କର ପଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।

ମୁଖ୍ୟ ଅତିଥି ରୂପେ ଶିକ୍ଷା ବିକାଶ ସମିତିର ଦକ୍ଷିଣ ପଶ୍ଚିମ ସମ୍ଭାଗର କୋଷାଧ୍ୟକ୍ଷ ଦତାନନ୍ଦ ପଣ୍ଡା ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ସଭାପତି ମୁଖ୍ୟ ଅତିଥିଙ୍କୁ ଉତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା କରିଥିଲେ। ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ସନାତନ ମିଶ୍ର ସ୍ୱାଗତ କରିବା ସହ ଅତିଥି ପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ପୂର୍ବ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଦିତ୍ୟ ପାଢ଼ୀ, ଆକାଶ ସାହୁ, ଅବିନାଶ ପ୍ରଧାନ, ଶୁଭଶ୍ରୀ। କଲେତ୍, ଅମିଷା ବହିଦାର, ଜାଗୃତି ବେହେରା, ଶୃତରଞ୍ଜନ କର୍ମୀ, କାହ୍ନା ପଟେଲ ଆଦି ପ୍ରମୁଖ ଭାବରେ ଉପସ୍ଥିତ ଥିଲେ ତଥା ବିଦ୍ୟାଳୟରେ ସେମାନଙ୍କ ଅତୀତର ଅନୁଭବର ସ୍ମୃତିଚାରଣ କରିଥିଲେ। ମୋଟରେ ୫୯ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ପୂର୍ବ ଛାତ୍ରଛାତ୍ରୀଙ୍କ ସାମ୍ଫ୍ରତିକ ସମୟର ଉପଯୋଗୀ ପଂଚପରିବର୍ତନର ବ୍ୟାଖ୍ୟାନ କରିଥିଲେ। ସଭାପତି ମଧ୍ୟ ସ୍ୱାଗତ କରିବା ସହ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ଗୁରୁମା ମୀନା ଦାଶ ସଂଯୋଜନା କରିଥିଲେ। ମଂଚାସୀନ ଅନ୍ୟ ଅତିଥିଙ୍କ ମଧ୍ୟରେ ଉପ ସଭାପତି ରବୀନ୍ଦ୍ର କୁମାର ପଣ୍ଡା, ସଂପାଦକ ତରଣୀସେନ ପଟେଲ ଉପସ୍ଥିତ ଥିଲେ। ଗୁରୁଜୀ ଓ ଗୁରୁମାଙ୍କ ମଧ୍ୟରେ ପ୍ରତାପ ନନ୍ଦ, ସରୋଜ ମିଶ୍ର, କଲ୍ୟାଣୀ ପଣ୍ଡା ଆଦି କାର୍ଯ୍ୟକ୍ରମର ସଫଳ ରୂପାୟନରେ ସହଯୋଗ କରିଥିଲେ। ସଂପାଦକ ମହୋଦୟ ଶେଷରେ ସମସ୍ତଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ଅର୍ପଣ କରିଥିଲେ। ଗୁରୁଜୀ ମନୋଜ ପଟେଲଙ୍କ ସଂଚାଳନରେ କାର୍ଯ୍ୟକ୍ରମଟି ସଫଳତା ସହ ସମ୍ପୂର୍ଣ୍ଣ ହୋଇଥିଲା।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande