

ଝାରସୁଗୁଡ଼ା, , 25 ଅକ୍ଟୋବର (ହି.ସ.) ଝାରସୁଗୁଡ଼ାରେ ବିଜୁ ଜନତା ଦଳ ପକ୍ଷରୁ ଏକ ବିଶାଳ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ବିଧାୟିକା ତଥା ବିଜେଡି ରାଜ୍ୟ ସାଧାରଣ ସମ୍ପାଦିକା ଦୀପାଳୀ ଦାସଙ୍କ ନେତୃତ୍ୱରେ ଆୟୋଜିତ ଏହି ପଦଯାତ୍ରା ଝଣ୍ଡା ଛକରୁ ଆରମ୍ଭ ହୋଇ ଭୁବନିଆ ପଡ଼ିଆ ପର୍ଯ୍ୟନ୍ତ ଯାଇଥିଲା। ଏଥିରେ ହଜାର ହଜାର ସଂଖ୍ୟାରେ ଦଳୀୟ କର୍ମକର୍ତ୍ତା ଓ ସାଧାରଣ ଜନତା ସାମିଲ ହୋଇ ସହର ପରିକ୍ରମା କରିଥିଲେ।ପଦଯାତ୍ରା ପରେ ଭୁବନିଆ ପଡ଼ିଆଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ସ୍ୱର୍ଗତ ବିଜୁ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ ଦାସ ଏବଂ ପୂର୍ବତନ ବାଚସ୍ପତି ସ୍ୱର୍ଗତ କିଶୋର ମହାନ୍ତିଙ୍କ ଫଟୋ ଚିତ୍ରରେ ଦୀପ ପ୍ରଜ୍ବଳନ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ସନ୍ଦୀପ ଅବସ୍ଥି ପରିଚାଳନା କରିଥିଲେ।ଏହି ସଭାରେ ଯୋଗଦେଇ ଦଳୀୟ ନେତ୍ରୀ ମାନେ ରାଜ୍ୟ ସରକାରଙ୍କ ନୀତିକୁ କଡ଼ା ସମାଲୋଚନା କରିଥିଲେ |ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ବକ୍ତବ୍ୟ ରେ କହିଥିଲେ ଯେ ବର୍ତ୍ତମାନ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇପଡ଼ିଛି। ବିଜେପି ସରକାର ସାଧାରଣ ଲୋକଙ୍କ ସମସ୍ୟା ସମାଧାନ କରିବାରେ ଏବଂ ପ୍ରକୃତ ବିକାଶ କାର୍ଯ୍ୟ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ସରକାର କେବଳ ମିଥ୍ୟା ପ୍ରଚାର ଓ ପ୍ରସାର କରିବାରେ ବ୍ୟସ୍ତ ଅଛନ୍ତି। ବିଜେଡି ସଦାସର୍ବଦା ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ଲଢ଼େଇ ଜାରି ରଖିବ ଏବଂ ଏହି ସରକାରଙ୍କ ବିଫଳତାକୁ ଲୋକଙ୍କ ସାମ୍ନାକୁ ଆଣିବ |
ସେହିପରି ପୂର୍ବତନ ବିଧାୟିକା ଦୀପାଳୀ ଦାସ ନିଜ ବକ୍ତବ୍ୟ ରେ କହିଥିଲେ ଯେ ସାଧାରଣ ଜନସାଧାରଣ ଆଜି ବର୍ତ୍ତମାନର ସରକାରଙ୍କ କାର୍ଯ୍ୟକଳାପ ଓ ଅବହେଳାରେ ସମ୍ପୂର୍ଣ୍ଣ ଅସନ୍ତୁଷ୍ଟ ଅଛନ୍ତି। ବିଜୁ ଜନତା ଦଳ ସବୁବେଳେ ଲୋକଙ୍କ ସହିତ ଛିଡ଼ା ହୋଇଛି ଏବଂ ଆଗାମୀ ଦିନରେ ମଧ୍ୟ ଜନସାଧାରଣଙ୍କ ହକ୍ ଓ ସ୍ୱାର୍ଥ ରକ୍ଷା ପାଇଁ ଏହିପରି ସଂଗ୍ରାମ ଜାରି ରଖିବ। ଘରକୁ ଘର ବୁଲି ସରକାରଙ୍କ ଅସଲ ଚେହେରା ଓ ବିଫଳତାକୁ ପହଞ୍ଚାଇବା ଆମର ମୁଖ୍ୟ ଲକ୍ଷ୍ୟ।ବର୍ତମାନ ରାଜ୍ୟ ରେ ସବୁ ଆବଶ୍ୟକିୟ ସାମଗ୍ରୀ ର ଦରଦାମ ବଢ଼ି ଯାଇଥିବା ବେଳେ କୃଷକ, ମହିଳା,ଶ୍ରମିକ ସମସ୍ତେ ଆଜି ବହୁ ଅବହେଳା ଏବଂ ଶୋଷଣ ର ଶୀକାର ହେଉଛନ୍ତି ବୋଲି କହିଛନ୍ତି |ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି ତୁଳାବତୀ ମିଞ୍ଜ, ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତାପସ ରାୟଚୌଧୁରୀ,ଜିଲ୍ଲା ବିଜେଡି ସଭାପତି ହରିଶ ଗଣତ୍ରା,ଜିଲ୍ଲା ପରିଷଦ ସଦସ୍ୟ ଦିଗାମ୍ବର ଭୋଇ, ଝାରସୁଗୁଡ଼ା ବ୍ଲକ ଚେୟାରମ୍ୟାନ ଚିତ୍ରାଣୀ ପଟେଲ ଏବଂ ପୌର ପରିଷଦ ଚେୟାରମ୍ୟାନ ରାନି ହାତୀ, ପ୍ରତାପ ନନ୍ଦ, ଦାମୋଦର ନାଥ ଯୁବ ବିଜେଡି ସଭାପତି ରୁବିନ ପାଣ୍ଡେ,ରବି ସିଂ,ପୱନ ଶର୍ମା, ଆଲୋକ ତ୍ରିପାଠୀ, ପଵନ ସିଂ ଯାଦବ, ଅଶୋକ ଦାସ, ତୁଳସୀ ଦାସ ବିଜେଡି ଛାତ୍ର ସଭାପତି ଶିବାଶିଷ ପଟ୍ଟନାୟକ, ନାଗେଶ୍ଵରି ବୋନେଲା, ନବନୀତ କୌର, ରୁବିନା ଖାଁ ଙ୍କ ସମେତ ବହୁ ବରିଷ୍ଠ ନେତା, ଯୁବ ଓ ମହିଳା କର୍ମୀ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ