
ମୁଖୀଗୁଡା,୨୫ଅକ୍ଟୋବର (ହି.ସ)-ଦୁଇଟି ଭାଲୁ ଆକ୍ରମଣରେ ଜଣେ ମହିଳା ଗୁରୁତର ଆହତ। ଆହତ ମହିଳା ହେଉଛନ୍ତି ଜୟପାଟଣା ଥାନା ଅନ୍ତର୍ଗତ ତ୍ରୁଟିଗୁଡ଼ା ଗାଁର ରେମତି ପୂଝାରୀ(୪୨)।ସୂଚନା ଅନୁଯାୟୀ, ଗତକାଲି ସେ ଗାଁ ନିକଟସୁ କେନାଲ ପାଖରେ ଛେଳି ଚରାଉଥିବା ସମୟରେ ଏକ ଆମ୍ବ ଗଛ ମୂଳରେ ବସିଥିଲେ।ଏହି ସମୟରେ ପଛପଟୁ ଦୁଇଟି ଭାଲୁ ଆସି ତାଙ୍କୁ ଆକ୍ରମଣ କରିଥିଲେ। ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଜୟପାଟଣା । ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ଅବସ୍ଥା ଗୁରୁତର ଥିବାରୁ ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ନିହାର