ଝିଅର ଆକ୍ରମଣରେ ମାଆ ଗୁରୁତର ଘଟଣା : ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ
Mother-dead-daughter-attack
ଫୋଟ


କନ୍ଧମାଳ, ୨୫ ଅକ୍ଟୋବର (ହି.ସ.)- ଫୁଲବାଣୀ ଆଦର୍ଶ ଟାଉନ ଥାନା ଅନ୍ତର୍ଗତ ପିଅନ ପଡା ଚିଦାନନ୍ଦ ନଗରର ସ୍ମିତାରାଣୀ କହଁର (୩୦)ବର୍ଷ ନିଜର ମାଆଙ୍କୁ କ୍ରୋଧରେ ଶାବଳରେ ଆଘାତ କରିବାରୁ ତାଙ୍କ ହାତ ଗୋଡ଼ ଭାଙ୍ଗିଯାଇଥିଲା l ଜ୍ୱାଇଁ ସୁଜିତ ଦେହୁରୀ ଶାଶୁଙ୍କୁ ନେଇ ଶଳା ଗଣେଶ କହଁରଙ୍କ ଘରେ ଗୁରୁତର ଅବସ୍ଥାରେ ଶାଶୁ ସେବତୀ କହଁରଙ୍କୁ ଛାଡି ଦେଇ ଆସିଥିଲେ। ଗଣେଶ ଆହତ ମାଆଙ୍କୁ ଫୁଲବାଣୀ ସଦର ମହକୁମା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ସେବତୀଙ୍କର ମୃତ୍ୟୁ ଘଟିଥିଲା। ଝିଅ ସ୍ମିତାରାଣୀ ଜଣେ ମାନସିକ ରୋଗୀ ହୋଇଥିବା ନେଇ ସମ୍ପର୍କୀୟ ମାନଙ୍କ ଠାରୁ ଜଣାପଡିଛି । ପୂର୍ବରୁ ସେ ମାନସିକ ଭାରସାମ୍ୟ ହରାଇ ଅନେକ ଙ୍କୁ ଆକ୍ରମଣ କରିବାର ନଜିର ରହିଛି। ଏପରିକି ସ୍ମିତାରାଣୀ ତା'ର ଛୋଟ ଝିଅକୁ ବି ମାନସିକ ବିକୃତର ଶୀକର ହୋଇ ନିର୍ଦ୍ଧୁମ ବାଡ଼ାନ୍ତି ଫଳରେ ଏନେଇ ଥାନାରେ ଏକ ନେଇ ଏକ ମାମଲା ୩୦୩/୨୦୨୬ ରୁଜ୍ଜୁ ହୋଇଛି l ଝିଅ ସ୍ମିତାରାଣୀ ଓ ଜ୍ୱାଇଁ ସୁଜିତକୁ ପୋଲିସ ଅଟକ ରଖିଛି। ଆଇଆଇସି ପ୍ରଜ୍ଞା ରୁତମ୍ଭରା କର ତଦନ୍ତ ରିପୋର୍ଟ କନ୍ଧମାଳ ଏସ ପି ରମେନ୍ଦ୍ର ପ୍ରସାଦଙ୍କୁ ଜଣାଇଛନ୍ତି। ଏସପି ଶ୍ରୀ ପ୍ରସାଦ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି l

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande