ଲାଜକୁରା-ବେଲପାହାଡ଼ ମଧ୍ୟରେ ଲେଭଲ୍ କ୍ରସିଂ ଫାଟକ (ଗେଟ୍ ନଂ ୨୬୮) ଆସନ୍ତାକାଲି ରାତିରୁ ବନ୍ଦ ରହିବ- ଦକ୍ଷିଣ ପୂର୍ବ ମଧ୍ୟ ରେଳବାଇ ପକ୍ଷରୁ ସୂଚନା
Belpahar railway phatak remain closed
ଲାଜକୁରା-ବେଲପାହାଡ଼ ମଧ୍ୟରେ ଲେଭଲ୍ କ୍ରସିଂ ଫାଟକ (ଗେଟ୍ ନଂ ୨୬୮) ଆସନ୍ତାକାଲି ରାତିରୁ ବନ୍ଦ ରହିବ- ଦକ୍ଷିଣ ପୂର୍ବ ମଧ୍ୟ ରେଳବାଇ ପକ୍ଷରୁ ସୂଚନା


ଝାରସୁଗୁଡ଼ା, ୨୬ ଅକ୍ଟୋବର (ହି.ସ.)- ହାୱଡ଼ା-ମୁମ୍ବାଇ ରେଳ ମାର୍ଗର ଲାଜକୁରା ଓ ବେଲପାହାଡ଼ ସେକ୍ସନ ଅନ୍ତର୍ଗତ କିଲୋମିଟର ୫୩୪/୦୧-୦୩ ମଧ୍ୟରେ ଥିବା ଲେଭଲ୍ କ୍ରସିଂ ଫାଟକ (ଗେଟ୍ ନଂ ୨୬୮) ରେଳ ଧାରଣାର ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ଅସ୍ଥାୟୀ ଭାବେ ବନ୍ଦ ରହିବ। ଦକ୍ଷିଣ ପୂର୍ବ ମଧ୍ୟ ରେଳବାଇ (ବ୍ରଜରାଜନଗର ବରିଷ୍ଠ ଖଣ୍ଡ ଅଭିଯନ୍ତା/ରେଳପଥ କାର୍ଯ୍ୟାଳୟ) ପକ୍ଷରୁ ଜିଲ୍ଲାପାଳଙ୍କୁ ଏ ସମ୍ପର୍କରେ ଏକ ପତ୍ର ମାଧ୍ୟମରେ ଅବଗତ କରାଯାଇଛି।

ସୂଚନା ଅନୁଯାୟୀ, ରେଳ ସୁରକ୍ଷାକୁ ଦୃଷ୍ଟିରେ ରଖି ଉପରୋକ୍ତ ୟୁ.ପି. ଲାଇନରେ ନିୟମିତ ଓଭରହଲିଂ ସହିତ ରେଳ ଧାରଣା ଏବଂ ସ୍ଲିପର୍ ବଦଳାଇବା କାର୍ଯ୍ୟ ଜରୁରୀ ହୋଇପଡ଼ିଛି। ତାପମାତ୍ରା କମ୍ ରହୁଥିବା ସମୟରେ ଏହି କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ କରିବା ଲାଗି ଆସନ୍ତା ୨୭/୧୦/୨୦୨୬ (ମଙ୍ଗଳବାର) ରାତି ୧୦ଟା ଠାରୁ ୨୮/୧୦/୨୦୨୬ (ବୁଧବାର) ସକାଳ ୮ଟା ପର୍ଯ୍ୟନ୍ତ ଏହି ଲେଭଲ୍ କ୍ରସିଂ ଦେଇ ସମସ୍ତ ପ୍ରକାର ରାସ୍ତା ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ରହିବ। ଏହି ୧୦ ଘଣ୍ଟାର ବନ୍ଦ ଅବଧି ମଧ୍ୟରେ ଜନସାଧାରଣ ଓ ଯାନବାହନ ଚଳାଚଳକୁ ସୁଗମ କରିବା ଲାଗି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଯାତ୍ରୀମାନେ ନିକଟସ୍ଥ ଗୁମାଡେରା ଲେଭଲ୍ କ୍ରସିଂ (ଗେଟ୍ ନଂ ୨୬୭, କିଲୋମିଟର ୫୩୨/୨୯-୩୧) କିମ୍ବା ରୋଡ୍ ଓଭରବ୍ରିଜ୍ ଦେଇ ଚଳାଚଳ କରିପାରିବେ ବୋଲି ରେଳବାଇ କର୍ତ୍ତୃପକ୍ଷ ଜଣାଇଛନ୍ତି। ସାଧାରଣ ଲୋକଙ୍କୁ ଏହି ସାମୟିକ ଅସୁବିଧା ପାଇଁ ସହଯୋଗ କରିବାକୁ ନିବେଦନ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande