ଅଇଁଲାମୁଣ୍ଡା ଠାରେ ଡ଼ୁମାଳ ସମାଜର ମାହେଶ୍ଵରୀ ଖୁଣ୍ଟ ପୂଜା
ସୁବର୍ଣ୍ଣପୁର, ୨୭ ଅକ୍ଟୋବର (ହି.ସ.)- ବିନିକା ବ୍ଲକ ଅନ୍ତର୍ଗତ ଅଇଁଲାମୁଣ୍ଡା ଠାରେ ଆଶ୍ୱିନ ପୂର୍ଣ୍ଣମୀ ଅବସରରେ ସ୍ଥାନୀୟ ଡ଼ୁମାଳ ସମାଜ ତରଫରୁ ମଙ୍ଗଳବାର ଇଷ୍ଟଦେବୀ ମା'' ମାହେଶ୍ୱରୀଙ୍କ ଖୁଣ୍ଟ ପୂଜା ଉତ୍ସବ ଧୂମଧାମରେ ଅନୁଷ୍ଠିତ ହୋଇଯାଇଛି | ଗାଁ ମଧ୍ୟ ଭାଗରେ ଅବସ୍ଥିତ ମା'' ମାହେଶ୍ୱରୀଙ୍କ ସି
ଅଇଁଲାମୁଣ୍ଡା ଠାରେ ଡ଼ୁମାଳ ସମାଜର ମାହେଶ୍ୱରୀ ଖୁଣ୍ଟ ପୂଜା ଅନୁଷ୍ଠିତ


ସୁବର୍ଣ୍ଣପୁର, ୨୭ ଅକ୍ଟୋବର (ହି.ସ.)- ବିନିକା ବ୍ଲକ ଅନ୍ତର୍ଗତ ଅଇଁଲାମୁଣ୍ଡା ଠାରେ ଆଶ୍ୱିନ ପୂର୍ଣ୍ଣମୀ ଅବସରରେ ସ୍ଥାନୀୟ ଡ଼ୁମାଳ ସମାଜ ତରଫରୁ ମଙ୍ଗଳବାର ଇଷ୍ଟଦେବୀ ମା' ମାହେଶ୍ୱରୀଙ୍କ ଖୁଣ୍ଟ ପୂଜା ଉତ୍ସବ ଧୂମଧାମରେ ଅନୁଷ୍ଠିତ ହୋଇଯାଇଛି | ଗାଁ ମଧ୍ୟ ଭାଗରେ ଅବସ୍ଥିତ ମା' ମାହେଶ୍ୱରୀଙ୍କ ସିଦ୍ଧ ଖୁଣ୍ଟ ଠାରେ ପୂଜାର୍ଚନା କରାଯାଇଥିଲା | ଉକ୍ତ ପୂଜନୋତ୍ସବ ଅବସରରେ ତିନି ଜଣ ବରୁଆଙ୍କ ଶରୀରରେ ମା' ମାହେଶ୍ୱରୀ ଆଗମନ ହେବାପରେ ମା'ଙ୍କର ଖୁଣ୍ଟ ଅବସ୍ଥିତ ଖଳାରେ ବରୁଆ ମାନେ ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ ମା' ଙ୍କ ବେଶରେ ଦର୍ଶନ ଦେଇଥିଲେ | ତେବେ କେତେକ ଶ୍ରଦ୍ଧାଳୁ ମା'ଙ୍କ ଠାରେ ନିଜର ହାରି ଗୁହାରି କରିଵା ସହ ମାନସିକ ପୂରଣ ପାଇଁ ସାଷ୍ଟାଙ୍ଗ ଦଣ୍ତବତ କରି ରହିଥିଲେ | ବରୁଆ ଭାବେ ହରିବନ୍ଧୁ କର୍ଣ୍ଣ, ଅଶାଡୁ ବସ୍ତିଆ ଏବଂ ନେପାଳ ମହାକୁର ଦାୟିତ୍ବ ନିର୍ବାହ କରିଥିବା ବେଳେ ପୂଜା କାର୍ଯ୍ୟରେ ମୁଖ୍ୟ ଦେହେରୀ ଭାବେ ଲକ୍ଷପତି କର୍ଣ୍ଣ ଏବଂ ସହାୟକ ଦେହେରୀ ଭାବେ ନୀଳ କର୍ଣ୍ଣ ସହଯୋଗ କରିଥିଲେ |

ଏହି ଅବସରରେ ଗ୍ରାମର ଡ଼ୁମାଳ ସମାଜର ସମସ୍ତ ପରିବାର ତଥା ଗ୍ରାମର ସମସ୍ତ ଶ୍ରଦ୍ଧାଳୁ ଉପସ୍ଥିତ ରହି ମା' ମହେଶ୍ୱରୀଙ୍କ ଦର୍ଶନ କରିଥିଲେ | ଡ଼ୁମାଳ ସମାଜର ବରିଷ୍ଠ ସଦସ୍ୟ ରାଧାମାଧବ ପଧାନ, ମନବୋଧ ପଧାନ, ଦୁଆନ ପଧାନ, ଅନିରୁଦ୍ଧ ପଧାନ, ହୁଚମିନ ପଧାନ, ବଦ୍ରିନାରାୟଣ ପଧାନ, ପାଣ୍ଡବ ପଧାନ, ଜୟଦେବ ମହାକୁର, ପ୍ରେମାନନ୍ଦ କ୍ଷେତି ତଥା ଡ଼ୁମାଳ ସମାଜର ସବୁ ପରିଵାର ଉପସ୍ଥିତ ରହି ମା' ମହେଶ୍ୱରୀଙ୍କ ପୂଜା ଉତ୍ସବରେ ସହଯୋଗ କରିଥିଲେ |

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande