
ଭୁବନେଶ୍ୱର,୨୭ ଅକ୍ଟୋବର (ହି.ସ)- କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ଠାରେ ମଙ୍ଗଳବାର ବିଜେପି ପକ୍ଷରୁ ମିଶ୍ରଣ ପର୍ବ ଆୟୋଜିତ ହୋଇଯାଇଛି। ଏହି ମିଶ୍ରଣ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଓ ଧର୍ମଗଡ଼ ବିଧାୟକ ସୁଧୀର ରଂଜନ ପାଟ୍ଟଯୋଶୀ ପ୍ରମୁଖ ଯୋଗ ଦେଇଥିଲେ।
ଭାରତୀୟ ଜନତା ପାର୍ଟିର ନୀତି ଏବଂ ଆଦର୍ଶ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୃଢ଼ ନେତୃତ୍ୱରେ ଅନୁପ୍ରାଣିତ ହୋଇ ଅନେକ ନେତା ଓ କାର୍ଯ୍ୟକର୍ତା ଦଳରେ ଯୋଗଦେଇଛନ୍ତି। ଅନ୍ୟ ଦଳ ପରିତ୍ୟାଗ କରି ଭାରତୀୟ ଜନତା ପାର୍ଟି ପରିବାରରେ ସାମିଲ ହୋଇଥିବାରୁ ସମସ୍ତଙ୍କୁ ହାର୍ଦ୍ଦିକ ସ୍ୱାଗତ ଓ ଅଭିନନ୍ଦନ ଜଣାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା