ଫୁଲନଖରାର ଡେପୁଟି ରେଞ୍ଜର ଙ୍କୁ ଧରିଲା ଭିଜିଲାନ୍ସ, ୧ ଲକ୍ଷ ଟଙ୍କା ଲାଞ୍ଚ ଜବତ
ପ୍ଲାଣ୍ଟେସନ୍ ସାଇଟ୍ର ରକ୍ଷଣାବେକ୍ଷଣ ବିଲ୍ ମଞ୍ଜୁର ପାଇଁ ଲାଞ୍ଚ ନେଉଥିବା ଅଭିଯୋଗ ନେଶ୍ୱର, ୨୯ଅକ୍ଟୋବର (ହି.ସ): ଏକ ପ୍ଲାଣ୍ଟେସନ୍ର ରକ୍ଷଣାବେକ୍ଷଣ ବିଲ୍ ମଞ୍ଜୁର କରିବା ପାଇଁ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ୱର ସିଟି ଫରେଷ୍ଟ ଡିଭିଜନ୍ ଅଧୀ
ମୌସୁମୀ


ପ୍ଲାଣ୍ଟେସନ୍ ସାଇଟ୍ର

ରକ୍ଷଣାବେକ୍ଷଣ ବିଲ୍ ମଞ୍ଜୁର ପାଇଁ ଲାଞ୍ଚ ନେଉଥିବା ଅଭିଯୋଗ

ନେଶ୍ୱର,

୨୯ଅକ୍ଟୋବର (ହି.ସ): ଏକ ପ୍ଲାଣ୍ଟେସନ୍ର ରକ୍ଷଣାବେକ୍ଷଣ

ବିଲ୍ ମଞ୍ଜୁର କରିବା ପାଇଁ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ୱର ସିଟି ଫରେଷ୍ଟ

ଡିଭିଜନ୍ ଅଧୀନ ଫୁଲନଖରା ରେଞ୍ଜର ଡେପୁଟି ରେଞ୍ଜର ମୌସୁମୀ ବେହେରାଙ୍କୁ ଓଡ଼ିଶା ଭିଜିଲାନ୍ସ

ଧରିଛି। ଗୁରୁବାର (୨୯ ଅକ୍ଟୋବର) ଏହି ଚଢ଼ାଉ କରାଯାଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା

ଦିଆଯାଇଛି। ତାଙ୍କଠାରୁ ସମ୍ପୂର୍ଣ୍ଣ ୧ ଲକ୍ଷ ଟଙ୍କା ଜବତ କରାଯାଇଛି।

ଭିଜିଲାନ୍ସର ସୂଚନା ଅନୁଯାୟୀ,

ଫୁଲନଖରା ରେଞ୍ଜର ଜଣେ କର୍ମଚାରୀଙ୍କଠାରୁ ତିନୋଟି

ପ୍ଲାଣ୍ଟେସନ୍ ସାଇଟ୍ର ରକ୍ଷଣାବେକ୍ଷଣ ବାବଦ ବିଲ୍ ମଞ୍ଜୁର କରିବା ପାଇଁ ମୌସୁମୀ ୧ ଲକ୍ଷ

ଟଙ୍କା ଦାବି କରିଥିଲେ। ଜୁଲାଇରୁ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଏହି ସାଇଟ୍ଗୁଡ଼ିକର ଜଗାରଖା,

ପାଣି ଦେବା, ସାର ପ୍ରୟୋଗ ଓ ଅନ୍ୟାନ୍ୟ ରକ୍ଷଣାବେକ୍ଷଣ କାର୍ଯ୍ୟ ସମ୍ପର୍କିତ ବିଲ୍ ମଞ୍ଜୁର ପାଇଁ ସେ

ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଛି। ଦାବି ମୁତାବକ ଟଙ୍କା ନଦେଲେ ଆଗାମୀ ମାସଗୁଡ଼ିକର ବିଲ୍

ମଧ୍ୟ ମଞ୍ଜୁର କରାଯିବ ନାହିଁ ବୋଲି ସେ କହିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

ଲାଞ୍ଚ ଦାବିରେ ଅସନ୍ତୁଷ୍ଟ

ହୋଇ ସମ୍ପୃକ୍ତ କର୍ମଚାରୀ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଏହାପରେ ଭିଜିଲାନ୍ସ ଟିମ୍

ଯୋଜନାବଦ୍ଧ ଭାବେ ଚଢ଼ାଉ କରି ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ସମୟରେ ମୌସୁମୀ ବେହେରାଙ୍କୁ

ଧରିଥିଲା। ତାଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି।

ଏହି ଘଟଣା ପରେ ଆୟବହିର୍ଭୂତ

ସମ୍ପତ୍ତି ଠୁଳ ଦିଗରୁ ଯାଞ୍ଚ ପାଇଁ ମୌସୁମୀ ବେହେରାଙ୍କ ସହ ସମ୍ପର୍କିତ ଦୁଇଟି ସ୍ଥାନରେ

ଏକକାଳୀନ ତଲାସି ଜାରି ରହିଛି। ଏ ସଂକ୍ରାନ୍ତରେ ଭିଜିଲାନ୍ସ ସେଲ୍ ଥାନାରେ କେସ୍ ନମ୍ବର ୦୯,

ତାରିଖ ୨୮.୧୦.୨୦୨୬ରେ ଦୁର୍ନୀତି ନିବାରଣ ଆଇନ,

୧୯୮୮ର ସଂଶୋଧିତ ଧାରା ୭ ଅନୁଯାୟୀ ମାମଲା ରୁଜୁ

ହୋଇଛି। ଅଭିଯୁକ୍ତ ଡେପୁଟି ରେଞ୍ଜରଙ୍କ ବିରୋଧରେ ତଦନ୍ତ ଜାରି ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande