
ପୁରୀ, ୩୦ ଅକ୍ଟୋବର (ହି.ସ.)- ହବିଷ୍ୟାଳୀ ମା' ମାନଙ୍କ ଚିକିତ୍ସା ସୁବିଧା ପାଇଁ ଓଡିଶା ଆୟୁର୍ବେଦ ବିକାଶ ପରିଷଦ ତରଫରୁ ମୋଚି ସାହି କଲ୍ୟାଣ ମଣ୍ଡପ ଠାରେ ଏକ ଶିବିର ଆୟୋଜନ କରାଯାଇଛି। ଏହା ଏକ ମାସ ଧରି କାର୍ଯ୍ୟକ୍ଷମ ରହିବ। ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ହବିଷ୍ୟାଳୀ ମାଆ ମାନଙ୍କ ସ୍ବାସ୍ଥ୍ୟ ସେବା ପାଇଁ ଏକ ଷ୍ଟଲ ମାଧ୍ୟମରେ ଏହା କାର୍ଯ୍ୟକାରୀ ହେଉଛି।
ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ ଓ ପୁରୀ ମହାନଗର ନିଗମର ଯୁଗ୍ମ କମିଶନର ଅଭିମନ୍ୟୁ ବେହେରା ଏହାକୁ ଉଦଘାଟନ କରିଥିଲେ । ଓଡିଶା ଆୟୁର୍ବେଦ ବିକାଶ ପରିଷଦର ସାଧାରଣ ସମ୍ପାଦକ ପ୍ରଫେସର ଡା. କୈଳାସ ଭୂଷଣ ମହାପାତ୍ର ଶିବିର ପରିଚାଳନା କରୁଛନ୍ତି।ପ୍ରାକ୍ତନ ସାଧାରଣ ସମ୍ପାଦକ ପ୍ରଫେସର ଡା. ନାରାୟଣ ମହାନ୍ତି, ଉପ ସଭାପତି ପ୍ରଫେସର ଡା. ଦେବପ୍ରସାଦ ଦାଶ, ସହ ସମ୍ପାଦକ ଡା. ଅଶୋକ କୁମାର ରଥ, କୋଷାଧ୍ୟକ୍ଷ ଡା. ଇନ୍ଦିରା ନରେନ୍ଦ୍ରଙ୍କ ସମେତ ଡା. ନୀଳମଣି ସ୍ବାଇଁ, ଡା. ପ୍ରଦ୍ୟୁମ୍ନ କୁମାର ବଡପଣ୍ଡା ଆଦି ସଭ୍ୟ ମାନେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ବିଜୟ