ପୁରୀ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳିତ
ପୁରୀ, ୩୦ ଅକ୍ଟୋବର (ହି.ସ.)- ଆଜି ପୂର୍ବାହ୍ନରେ ଜିଲ୍ଲା ସଂସ୍କୃତି ଭବନ ଠାରେ ପୁରୀ ଜିଲ୍ଲା ପ୍ରଶାସନ, ଦୁର୍ନୀତି ନିବାରଣ ଶାଖା ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭା
ପୁରୀ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳିତ।


ପୁରୀ, ୩୦ ଅକ୍ଟୋବର (ହି.ସ.)- ଆଜି ପୂର୍ବାହ୍ନରେ ଜିଲ୍ଲା ସଂସ୍କୃତି ଭବନ ଠାରେ ପୁରୀ ଜିଲ୍ଲା ପ୍ରଶାସନ, ଦୁର୍ନୀତି ନିବାରଣ ଶାଖା ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂ ଏକ ସୁସ୍ଥ ଓ ସମୃଦ୍ଧ ସମାଜ ଗଠନରେ ଦୁର୍ନୀତି ଏକ ବଡ ବ୍ୟାଧିସଦୃଶ। ଯେପରି ଶରୀରରେ ବେମାର ହେଲେ ତାହା ଶରୀରକୁ ରୁଗ୍ଣ ଓ ଦୁର୍ବଳ କରିଦିଏ ସେହିପରି ଦୁର୍ନୀତି ସମାଜକୁ ଦୁର୍ବଳ ଓ ବିଶୃଙ୍ଖଳିତ କରିଦିଏ। ଏହା ବିକାଶକୁ ନଷ୍ଟ କରିବା ସହ ସାମାଜିକ ଉନ୍ନତିକୁ କ୍ଷତି ପହଞ୍ଚାଇଥାଏ। ଦୁର୍ନୀତି ନିବାରଣ ବିଭାଗ କେବଳ ଏହାକୁ ରୋକି ପାରିବ ନାହିଁ। ଏଥିପାଇଁ ଜନ ସହଯୋଗ ଓ ସଚେତନତା ଜରୁରୀ। କେବଳ ଗୋଟିଏ ଦିନ ପାଇଁ ନୁହେଁ ବରଂ ପ୍ରତିଟି ଦିନ, ପ୍ରତିଟି ମୂହୁର୍ତ୍ତ ପ୍ରତ୍ୟେକ ଦୁର୍ନୀତି ନିବାରଣ ପାଇଁ ଚେଷ୍ଟିତ ହେବାକୁ ସେ ଆହ୍ୱାନ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ ସମାଜକୁ ସୁସ୍ଥ ଓ ସୁଦୃଢ କରିବାକୁ ସମସ୍ତଙ୍କୁ ଉଦ୍ୟମ କରିବାକୁ ପଡିବ। ସମସ୍ତେ ସଚେତନ ହେଲେ ଦୁର୍ନୀତି ଲୋପ ପାଇବ ବୋଲି ସେ କହିଥିଲେ। ଆଇନ ପରାମର୍ଶଦାତା ସତ୍ୟବାଦୀ ଦାସ ଦୁର୍ନୀତି ମହାମାରୀ ଭଳି ଭୟଙ୍କର। ମୋର ମୋର କହି ଯେଉଁ ମାନେ ସର୍ବସ୍ବ ହାତେଇବାକୁ ଚେଷ୍ଟା କରନ୍ତି ଆଇନର ଲମ୍ବା ହାତରେ ସେମାନେ ହିଁ ଧରା ପଡନ୍ତି। ତେବେ ବ୍ୟାପକ ସଚେତନତା ଓ ମାନସିକତାରେ ପରିବର୍ତ୍ତନ ଏହାର ସମାଧାନର ପନ୍ଥା ବୋଲି ସେ କହିଥିଲେ। ଓଡ଼ିଆ ଭାଷା ପ୍ରତିଷ୍ଠାନର ପ୍ରାକ୍ତନ ଅଧ୍ୟକ୍ଷ କୈଳାସ ଚନ୍ଦ୍ର ଟୀକାୟତରାୟ ସମାଜରେ ଦୁର୍ନୀତି ଏକ ବଡ ବ୍ୟାଧି। ଏହା ଏକ ରୁଗ୍ଣ ମାନସିକତା। ଯେତିକି ଅଛି ସମ୍ମାନର ସହ ସେଥିରେ ଚଳିବାର ମାନସିକତା ରଖିଲେ ଦୁର୍ନୀତି ହଟିଯାଆନ୍ତା। କିନ୍ତୁ, ଅତିରିକ୍ତ ଆଶା ବା ଲୋଭ ମଣିଷ ଓ ସମାଜକୁ ଖରାପ ବାଟକୁ ନେଉଛି ବୋଲି ସେ କହିବା ସହ ସାଧୁତା ଏକ ଚେତନା, ସମସ୍ତେ ସଚେତନ ହେଲେ ଏହାର ମୂଳୋତ୍ପାଟନ ସମ୍ଭବ ବୋଲି କହିଥିଲେ।

ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଏଥିରେ ଅଧ୍ୟକ୍ଷତା କରିବା ସହ ଦୁର୍ନୀତି ବିକାଶର ମୁଖ୍ୟ ପ୍ରତିବନ୍ଧକ ବୋଲି କହିବା ସହ ପ୍ରତ୍ୟେକ ନିଜ ବିବେକାନୁମୋଦିତ କାର୍ଯ୍ୟ, ଉନ୍ନତ ଚରିତ୍ର ଗଠନ, ଆତ୍ମ ସଂଯମତା ଓ ଶୃଙ୍ଖଳା ରଖିଲେ ଦୁର୍ନୀତି ନିବାରଣ ସହଜ ହୋଇପାରିବ ବୋଲି କହିଥିଲେ। ସୂଚନା ଓ ଲୋକ ସମ୍ପର୍କ ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଏହି କାର୍ଯ୍ୟକ୍ରମରେ ସଂଯୋଜନା କରିବା ସହ ସମସ୍ତଙ୍କୁ ସ୍ବାଗତ କରିଥିଲେ। ନୀତି ବିରୋଧୀ ଯେ କୌଣସି କାର୍ଯ୍ୟ ଦୁର୍ନୀତି ପଦବାଚ୍ୟ। ଦୁର୍ନୀତି ରୂପକ ସାମାଜିକ ବ୍ୟାଧିକୁ ବ୍ୟାପକ ସଚେତନତା ରୂପକ ଅସ୍ତ୍ର ଦ୍ବାରା ବିଲୋପ କରାଯାଇ ପାରିବ ବୋଲି ଶ୍ରୀ ସେଠୀ ମତ ଦେବା ସହ ସମସ୍ତଙ୍କୁ ଦୁର୍ନୀତି ନିବାରଣ ସଚେତନତା ଶପଥ ପାଠ କରାଇଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରତିନିଧି, ବରିଷ୍ଠ ନାଗରିକ, ଅବସରପ୍ରାପ୍ତ ଅଧିକାରୀ, କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି, ସ୍ବେଛାସେବୀ, ଛାତ୍ରଛାତ୍ରୀ ପ୍ରମୁଖ ଯୋଗ ଦେଇଥିଲେ।

ପ୍ରାରମ୍ଭରେ ମହାପ୍ରଭୁଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ବଳନ ଓ ପୁଷ୍ପ ଅର୍ପଣ କରି ଅତିଥି ମାନେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ ସହ ଜିଲ୍ଲା ସ୍କୁଲର ଛାତ୍ରୀ ମାନଙ୍କ ଦ୍ଵାରା ସ୍ବାଗତ ସଂଗୀତ ପରିବେଷଣ କରାଯାଇଥିଲା। ଅତିଥି ମାନେ ପୂର୍ବରୁ ଅନୁଷ୍ଠିତ ବିବିଧ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ଶେଷରେ ପୁରୀ ଜିଲ୍ଲା ଦୁର୍ନୀତି ନିବାରଣ ଶାଖାର ଉପ ଆରକ୍ଷୀ ଅଧିକ୍ଷକ ସୋମନାଥ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। ଦୁର୍ନୀତି ନିବାରଣ ବିଭାଗର କର୍ମଚାରୀ ମାନେ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande