
ଭୁବନେଶ୍ୱର, 31 ଅକ୍ଟୋବର (ହି.ସ.)- ଏନଭିଏସ-03
ଉପଗ୍ରହର ସଫଳ ଉତକ୍ଷେପଣ ପାଇଁ ଇସ୍ରୋ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ
ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଶ୍ରୀହରିକୋଟାରୁ ଏନଭିଏସ-03 ନାଭିଗେସନ୍ ଉପଗ୍ରହର ସଫଳ ଉତ୍କ୍ଷେପଣ ପାଇଁ ଇସ୍ରୋ ଏବଂ ଏହାର
ସମର୍ପିତ ଟିମ୍କୁ ହାର୍ଦ୍ଦିକ ଅଭିନନ୍ଦନ।
ଏହି ସଫଳତା ନାଭିକ୍ ମାଧ୍ୟମରେ
ଭାରତର ସ୍ୱଦେଶୀ ମହାକାଶ ଏବଂ
ନାଭିଗେସନ୍ କ୍ଷମତାକୁ ମଜବୁତ କରିବା ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହା ଦେଶର ରଣନୈତିକ ଆତ୍ମନିର୍ଭରଶୀଳତାକୁ ଆହୁରି ସୁଦୃଢ଼ କରିବା ସହ ବିଦେଶୀ
ନାଭିଗେସନ୍ ବ୍ୟବସ୍ଥା ଉପରେ ନିର୍ଭରଶୀଳତା ହ୍ରାସ କରିବ ଏବଂ ଭାରତର ବୈଷୟିକ କ୍ଷମତାକୁ ଆହୁରି
ବିସ୍ତାର କରିବ।
ମୁଖ୍ୟମନ୍ତ୍ରୀ କହିଛନ୍ତି
ଯେ, ଏହା ସମଗ୍ର ଦେଶ ପାଇଁ ଏକ ଗର୍ବର ମୁହୂର୍ତ୍ତ ଏବଂ ମହାକାଶ ବୈଷୟିକ ଜ୍ଞାନକୌଶଳ କ୍ଷେତ୍ରରେ
ଭାରତର ବଢ଼ୁଥିବା ଦକ୍ଷତାର ଏକ ଜ୍ୱଳନ୍ତ ପ୍ରମାଣ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା