ବନ୍ୟାଜଳରୁ ହରିଣକୁ ଉଦ୍ଧାର କଲେ ଅଗ୍ନିଯୋଦ୍ଧା
ଭୁବନେଶ୍ୱର, 31 ଅକ୍ଟୋବର (ହି.ସ) ବନ୍ୟା ପରିସ୍ଥିତିରେ ମଣିଷଙ୍କ ଜୀବନ ରକ୍ଷା ସହିତ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ମଧ୍ୟ ଓଡ଼ିଶା ଅଗ୍ନିଶମ ସେବାର ଅଗ୍ନିଯୋଦ୍ଧାମାନେ ନିଜର କର୍ତ୍ତବ୍ୟ ଜାରି ରଖିଛନ୍ତି। ଶୁକ୍ରବାର ଦିନ ପ୍ରାୟ 2ଟା ସମୟରେ, ଗଞ୍ଜାମ ଜିଲ୍ଲାର
ବନ୍ୟାଜଳରୁ ହରିଣକୁ ଉଦ୍ଧାର     କଲେ ଅଗ୍ନିଯୋଦ୍ଧା


ଭୁବନେଶ୍ୱର, 31 ଅକ୍ଟୋବର

(ହି.ସ) ବନ୍ୟା ପରିସ୍ଥିତିରେ ମଣିଷଙ୍କ ଜୀବନ ରକ୍ଷା ସହିତ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ମଧ୍ୟ

ଓଡ଼ିଶା ଅଗ୍ନିଶମ ସେବାର ଅଗ୍ନିଯୋଦ୍ଧାମାନେ ନିଜର କର୍ତ୍ତବ୍ୟ ଜାରି ରଖିଛନ୍ତି।

ଶୁକ୍ରବାର ଦିନ ପ୍ରାୟ 2ଟା

ସମୟରେ, ଗଞ୍ଜାମ ଜିଲ୍ଲାର

ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ବାଲିଆ ଗ୍ରାମରେ ବନ୍ୟା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଏସଏଫଏପ

ଦକ୍ଷିଣାଂଚଳ ରେଂଜ, ବ୍ରହ୍ମପୁରର ୪ ଜଣିଆ ଅଗ୍ନିଯୋଦ୍ଧା ଦଳ ଜଳ ମଧ୍ୟରେ ଫସି ରହିଥିବା ଏକ

ହରିଣକୁ ଉଦ୍ଧାର କରିଥିଲେ।

ଅଗ୍ନିଯୋଦ୍ଧାମାନେ ହରିଣଟିକୁ

ସୁରକ୍ଷିତ ଭାବେ ବାହାରକୁ ଆଣିବା ପରେ ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗରେ ଏକ ତାରବାଡ଼ ଘେରା

ସ୍ଥାନରେ ରଖିଥିଲେ। ବନ୍ୟା ଯୋଗୁଁ ବାଲିଆ ଗ୍ରାମର ବିଭିନ୍ନ ସ୍ଥାନରେ ଆହୁରି ଅନେକ ହରିଣ

ବୁଲୁଥିବା ମଧ୍ୟ ଦେଖାଯାଇଛି। ଉଦ୍ଧାର ହୋଇଥିବା ହରିଣର ପରବର୍ତ୍ତୀ ଯତ୍ନ ଓ ଆବଶ୍ୟକୀୟ

ବ୍ୟବସ୍ଥା ପାଇଁ ଛତ୍ରପୁର ଉପଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି।

ଓଡ଼ିଶା ଅଗ୍ନିଶମ ସେବା କେବଳ

ମଣିଷଙ୍କ ଜୀବନ ରକ୍ଷାରେ ସୀମିତ ନୁହେଁ; ବିପଦରେ ପଡ଼ିଥିବା ପ୍ରତ୍ୟେକ ଜୀବର ସୁରକ୍ଷା ଆମର କର୍ତ୍ତବ୍ୟ। ମାନବିକତା,

ସାହସ ଓ ସେବା ମନୋଭାବର ଏହି ଉଦ୍ୟମ ଆମର

ଦାୟିତ୍ୱବୋଧକୁ ପ୍ରତିଫଳିତ କରେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande