ଗଜପତି ଜିଲ୍ଲାରେ ବାତ୍ୟା ଓ ପ୍ରବଳ ବର୍ଷା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଥିଲା-  ସୂରଜ ସୂର୍ଯ୍ୟବଂଶୀ
ଭୁବନେଶ୍ୱର, 31 ଅକ୍ଟୋବର (ହି.ସ.)- ଗଜପତି ଜିଲ୍ଲାରେ ବାତ୍ୟା ଓ ପ୍ରବଳ ବର୍ଷା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଥିଲା। ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଥିଲେ ମଧ୍ୟ ଆଗୁଆ ପ୍ରସ୍ତୁତି ଓ ସତର୍କତା ଯୋଗୁଁ ତିତଲି ବାତ୍ୟା ସମୟର ଭଳି ଭୂସ୍ଖଳନଜନି
ସୂର୍ଯ୍ୟବଂଶୀ


ଭୁବନେଶ୍ୱର, 31 ଅକ୍ଟୋବର (ହି.ସ.)- ଗଜପତି

ଜିଲ୍ଲାରେ ବାତ୍ୟା ଓ ପ୍ରବଳ ବର୍ଷା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ

ନିଆଯାଇଥିଲା। ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଥିଲେ ମଧ୍ୟ ଆଗୁଆ ପ୍ରସ୍ତୁତି ଓ ସତର୍କତା ଯୋଗୁଁ

ତିତଲି ବାତ୍ୟା ସମୟର ଭଳି ଭୂସ୍ଖଳନଜନିତ ଅଘଟଣ ଘଟିନାହିଁ ବୋଲି ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ

କହିଛନ୍ତି । ସେ କହିଛନ୍ତି ଯେ, ତିତ୍ଲି ବାତ୍ୟାର ଅନୁଭୂତିକୁ ଆଧାର କରି ଆଗୁଆ ଲୋକଙ୍କୁ

ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ, କୃଷି ମିତ୍ର ଓ ବ୍ୟାଙ୍କ ମିତ୍ରଙ୍କ ସହଯୋଗରେ ଦୁର୍ଗମ ଅଞ୍ଚଳରେ

ମାଇକ୍ ଯୋଗେ ସଚେତନତା ସୃଷ୍ଟି କରାଯାଇଥିଲା। ଫ୍ଲାସ୍ ଫ୍ଲଡ୍ ଆଶଙ୍କା ଥିବା ତଳିଆ ଅଞ୍ଚଳରୁ

ଲୋକଙ୍କୁ ହଟାଇବା ସହ ବିପଦପୂର୍ଣ୍ଣ ଗୁମ୍ଫା, ପାହାଡ଼ ଓ ଘାଟି ରାସ୍ତାକୁ ନିରାପତ୍ତା ଦୃଷ୍ଟିରୁ ବନ୍ଦ

କରାଯାଇଥିଲା। ଜିଲ୍ଲାରେ ୨୩୮ଟି ଆଶ୍ରୟସ୍ଥଳ ପ୍ରସ୍ତୁତ କରାଯାଇଥିବାବେଳେ ଆବଶ୍ୟକତା ଅନୁଯାୟୀ

ଅଧିକ ପ୍ରାୟ ୨୦୦ଟି ଆଶ୍ରୟସ୍ଥଳ ପ୍ରସ୍ତୁତ ରଖାଯାଇଥିଲା। ଲକ୍ଷ୍ୟ ଧାର୍ଯ୍ୟ ସଂଖ୍ୟାଠାରୁ ଅଧିକ

ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବାରୁ କୌଣସି ସ୍ଥାନରେ ଲୋକ ଫସି ରହିନାହାନ୍ତି ।

ବାତ୍ୟା ମୁକାବିଲାର ପ୍ରଥମ

ଦିନରୁ ରିଲିଫ୍ ବ୍ୟବସ୍ଥା ଜାରି ରହିଛି। ଦୁର୍ଗମ ଅଞ୍ଚଳରୁ ଲୋକଙ୍କୁ ଆଗୁଆ ସ୍ଥାନାନ୍ତର କରି

ଆଶ୍ରୟସ୍ଥଳରେ ମାଗଣା ରନ୍ଧାଖାଦ୍ୟ, ଶୁଖିଲା ଖାଦ୍ୟ ଓ ପ୍ରାଥମିକ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଛି।

ଗର୍ଭବତୀ ମହିଳାମାନଙ୍କୁ ନିକଟସ୍ଥ 'ମା' ଘର', ସିଏଚ୍ସି ଓ ପିଏଚ୍ସିକୁ ସ୍ଥାନାନ୍ତର କରାଯାଇଛି ବୋଲି ସେ

କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande