
ଖୋର୍ଦ୍ଧା, 05 ଅକ୍ଟୋବର (ହି.ସ.)
ଖୋର୍ଦ୍ଧା,ଜିଲ୍ଲା ସ୍ତରରେ କନିଷ୍ଠ ଶିକ୍ଷକ (୨୦୨୪) ଙ୍କ ନିୟମିତ ପ୍ରକ୍ରିୟା କାର୍ଯ୍ୟ ତ୍ୱରାନ୍ୱିତ ନିମନ୍ତେ ଜ଼ିଲ୍ଲା ସଭାପତି ଅଶୋକ କୁମାର ସେଠୀ ଓ ସମ୍ପାଦକ ଦୀନେଶ କୁମାର ମହାରଥୀଙ୍କ ନେତୃତ୍ୱ ରେ ୧୦୦ ରୁ ଉର୍ଦ୍ଧ କନିଷ୍ଠ ଶିକ୍ଷକ ଜ଼ିଲ୍ଲା ଶିକ୍ଷା ଅଧିକାରୀ, ଖୋର୍ଦ୍ଧାଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଜ଼ିଲ୍ଲା ଶିକ୍ଷା ଅଧିକାରୀ ଖୋର୍ଦ୍ଧା ଅନ୍ୟ ଏକ କାର୍ଯ୍ୟରେ ଥିବାରୁ ଅତିରିକ୍ତ ଜ଼ିଲ୍ଲା ଶିକ୍ଷା ଅଧିକାରୀ ରଶ୍ମିବାଳା ପରିଡା ଦାବୀ ପତ୍ର ଗ୍ରହଣ କରିଛନ୍ତି ।
ଖୋର୍ଦ୍ଧା ଜିଲ୍ଲାର କନିଷ୍ଠ ଶିକ୍ଷକ, ଶିକ୍ଷୟିତ୍ରୀମାନେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦାବି ପତ୍ର ସମ୍ପର୍କରେ ଏକ ଗତ ୧/୧୦/୨୦୨୬ ତାରିଖ ରେ କନିଷ୍ଠ ଶିକ୍ଷକ (ଯୋଜନା ଭିତ୍ତିକ) ମାନଙ୍କୁ ନିୟମିତ କରାଯିବା ନିମନ୍ତେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗଙ୍କ ତରଫରୁ ପତ୍ର ସଂଖ୍ୟା ୨୫୭୭୮ ଏସ ଏମ ଇ ତାରିଖ ୧/୧୦/୨୦୨୬ ଫାଇଲ ନମ୍ବର୍ -ଏସ ଏମ ଇ ଇଏଲ-୨-୦୧୫୯ -୨୦୨୫ ଜରିଆରେ ଏକ ବିଜ୍ଞପ୍ତି ପ୍ରକାଶ ହୋଇଅଛି। ଆପଣ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗଙ୍କ ଉପରୋକ୍ତ ପତ୍ରକୁ ଆମ ଜିଲ୍ଲାରେ କାର୍ଯ୍ୟକାରୀ କରି କନିଷ୍ଠ ଶିକ୍ଷକଙ୍କ ନିୟମିତ କାର୍ଯ୍ୟକୁ ତୁରନ୍ତ ତ୍ୱରାନ୍ୱିତ କରିବା ନିମନ୍ତେ ବିହିତ ପଦକ୍ଷେପ ନେବା ପାଇ ଦାବି ପତ୍ର ଦିଆଗଲା l ଏଥିରେ ଖୋର୍ଦ୍ଧା ଜିଲ୍ଲା କନିଷ୍ଠ ଶିକ୍ଷକ / ଶିକ୍ଷୟିତ୍ରୀ ନୃସିଂହମଣି ବେହେରା,
ଗଦାଧର ସାହୁ,ତପନ କୁମାର ବେହେରା
,ସୌମ୍ୟରଞ୍ଜନ ରଥ,ତାରିଣୀ ଦେବଦୀପ ମହାନ୍ତି,ଲକ୍ଷ୍ମୀଧର ଭୋଳ ,କୃତିବାସ ଦାସ
ଯଯାତି କେଶରୀ ବଡ଼ଜେନା,ଚନ୍ଦନ ପାଇକରାୟ,ରାମକୃଷ୍ଣ ପ୍ରଧାନ,ପ୍ରଭୁକଲ୍ୟଣ ପରିଡ଼ା,ଚିତ୍ତରଞ୍ଜନ ରଣସିଂହ ପ୍ରମୁଖ ଯୋଗ ଦେଇଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ