ଦନ୍ତା ହାତୀଙ୍କ ଉତ୍ପାତ, ଭୟରେ ୪ ବ୍ଲକ ବାସୀ
ନୂଆପଡ଼ା,୫ ଅକ୍ଟୋବର (ହି.ସ.)- ବଲାଙ୍ଗୀର ଜିଲ୍ଲାରୁ ଆସିଥିବା ତିନିଟି ଦନ୍ତା ହାତୀ ଗତ ତିନିଦିନ ଧରି ନୂଆପଡ଼ା ଜିଲ୍ଲାର କୋମନା, ଖଡ଼ିଆଳ ଓ ସିନାପାଲି ବ୍ଲକ ଅଞ୍ଚଳରେ ଘୁରିବା ସହ ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ବର୍ତ୍ତମାନ ଏହି ହାତୀପଲ ବୋଡ଼େନ ବ୍ଲକ ଫରସରା ପଞ୍ଚାୟତ ଅନ୍ତର୍ଗତ ମୁନ୍ଦେଡଙ୍ଗର ଅଞ୍
Nuapada jillare hati atanka


ନୂଆପଡ଼ା,୫ ଅକ୍ଟୋବର (ହି.ସ.)- ବଲାଙ୍ଗୀର ଜିଲ୍ଲାରୁ ଆସିଥିବା ତିନିଟି ଦନ୍ତା ହାତୀ ଗତ ତିନିଦିନ ଧରି ନୂଆପଡ଼ା ଜିଲ୍ଲାର କୋମନା, ଖଡ଼ିଆଳ ଓ ସିନାପାଲି ବ୍ଲକ ଅଞ୍ଚଳରେ ଘୁରିବା ସହ ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ବର୍ତ୍ତମାନ ଏହି ହାତୀପଲ ବୋଡ଼େନ ବ୍ଲକ ଫରସରା ପଞ୍ଚାୟତ ଅନ୍ତର୍ଗତ ମୁନ୍ଦେଡଙ୍ଗର ଅଞ୍ଚଳରେ ରହିଥିବା ଜଣାପଡ଼ିଛି। ହାତୀଙ୍କ ଚଳପ୍ରଚଳ ଯୋଗୁଁ ଆଖପାଖ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ମୁନ୍ଦେଡଙ୍ଗର ନିକଟବର୍ତ୍ତୀ ଯୁବରାଜପୁର, ଧେରୁଆମାଳ, ଭୀମାପଦର ଓ ରୋକାଲ ପଞ୍ଚାୟତର ବିଭିନ୍ନ ଗ୍ରାମରେ ହାତୀଙ୍କ ଚଳପ୍ରଚଳ ନେଇ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ପୂର୍ବରୁ ଏହି ହାତୀମାନେ କୋମନା, ଖଡ଼ିଆଳ ଓ ସିନାପାଲି ବ୍ଲକର ବିଭିନ୍ନ ଅଞ୍ଚଳରେ ପଶି ଚାଷଜମିରେ ବ୍ୟାପକ ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ଜନସାଧାରଣଙ୍କ ଧନଜୀବନର ସୁରକ୍ଷାକୁ ଦୃଷ୍ଟିରେ ରଖି ଖଡ଼ିଆଳ ରେଞ୍ଜ ପକ୍ଷରୁ ସତର୍କତା ଜାରି କରାଯାଇଛି। ଖଡ଼ିଆଳ ବୋଡେ଼ନ ବିଟ ଫରେଷ୍ଟର ଖଗେଶ୍ବର ମାଝିଙ୍କ ନେତୃତ୍ୱରେ ବନକର୍ମଚାରୀ ମାନେ ନିକଟସ୍ଥ ଗ୍ରାମଗୁଡ଼ିକରେ ପହଞ୍ଚି ଲୋକଙ୍କୁ ସଚେତନ କରୁଛନ୍ତି। ବିଶେଷକରି ରାତି ସମୟରେ ଘରୁ ବାହାରକୁ ନଯିବା, ହାତୀଙ୍କ ନିକଟକୁ ନଯିବା ଏବଂ ହାତୀ ଦେଖିଲେ ବନ ବିଭାଗକୁ ତୁରନ୍ତ ଖବର ଦେବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ହାତୀମାନଙ୍କୁ ସୁରକ୍ଷିତ ଭାବେ ପୂର୍ବବର୍ତ୍ତୀ ଅଞ୍ଚଳକୁ ଘଉଡ଼ାଇବା ପାଇଁ ବନ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି। ତେବେ ହାତୀଙ୍କ ଚଳପ୍ରଚଳ ଯୋଗୁଁ ଫସଲ କ୍ଷୟକ୍ଷତି ସହ ଜନସାଧାରଣଙ୍କ ମଧ୍ୟରେ ଭୟ ବଢ଼ିଥିବାରୁ ବନ ବିଭାଗର ପଦକ୍ଷେପ ଉପରେ ସ୍ଥାନୀୟ ଲୋକଙ୍କ ନଜର ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande