ମାଲିଗୁଡ଼ାରେ ଭୂସ୍ଖଳନ ଯୋଗୁଁ ରେଳ ଟ୍ରାକ୍ ବାଧାପ୍ରାପ୍ତ, ଅନେକ ଟ୍ରେନ୍ ବାତିଲ୍
ଜୟପୁର, 05 ଅକ୍ଟୋବର (ହି.ସ.) କୋରାପୁଟ ଓ ଜୟପୁର ମଧ୍ୟରେ ମାଲିଗୁଡ଼ା ନିକଟରେ ଘଟିଥିବା ଭୂସ୍ଖଳନ ଯୋଗୁଁ ରେଳ ଟ୍ରାକ୍ ବାଧାପ୍ରାପ୍ତ ହୋଇଛି। ଏହାର ପ୍ରଭାବରେ ରେଳବାଇ ପକ୍ଷରୁ ଅନେକ ଟ୍ରେନ୍ ବାତିଲ୍ କରାଯିବା ସହ କିଛି ଟ୍ରେନ୍ର ଯାତ୍ରା ନିର୍ଦ୍ଧାରିତ ଗନ୍ତବ୍ୟସ୍ଥଳ ପୂର୍ବରୁ ଶେଷ କରାଯିବ। ବୋଲି ଆଜ
ମାଲିଗୁଡ଼ାରେ ଭୂସ୍ଖଳନ ଯୋଗୁଁ ରେଳ ଟ୍ରାକ୍ ବାଧାପ୍ରାପ୍ତ, ଅନେକ ଟ୍ରେନ୍ ବାତିଲ୍


ଜୟପୁର, 05 ଅକ୍ଟୋବର (ହି.ସ.) କୋରାପୁଟ ଓ ଜୟପୁର ମଧ୍ୟରେ ମାଲିଗୁଡ଼ା ନିକଟରେ ଘଟିଥିବା ଭୂସ୍ଖଳନ ଯୋଗୁଁ ରେଳ ଟ୍ରାକ୍ ବାଧାପ୍ରାପ୍ତ ହୋଇଛି। ଏହାର ପ୍ରଭାବରେ ରେଳବାଇ ପକ୍ଷରୁ ଅନେକ ଟ୍ରେନ୍ ବାତିଲ୍ କରାଯିବା ସହ କିଛି ଟ୍ରେନ୍ର ଯାତ୍ରା ନିର୍ଦ୍ଧାରିତ ଗନ୍ତବ୍ୟସ୍ଥଳ ପୂର୍ବରୁ ଶେଷ କରାଯିବ। ବୋଲି ଆଜି ରେଳ ବିଭାଗ ତରଫରୁ ଗଣ ମଧ୍ୟ୍ୟମ କୁ ସୂଚନା ଦିଆଯାଇଛି lପୂର୍ବତଟ ରେଳବାଇ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ୪ଟି ଟ୍ରେନ୍ ସମ୍ପୂର୍ଣ୍ଣ ଭାବେ ବାତିଲ୍ କରାଯାଇଛି। ସେଗୁଡ଼ିକ ହୋଇଛି l - 18515 ବିଶାଖାପାଟଣା–କିରଣ୍ଡୁଲ୍ ଏକ୍ସପ୍ରେସ୍ – ଅକ୍ଟୋବର ୮ରୁ ୧୨ ପର୍ଯ୍ୟନ୍ତ - 18516 କିରଣ୍ଡୁଲ୍–ବିଶାଖାପାଟଣା ଏକ୍ସପ୍ରେସ୍ – ଅକ୍ଟୋବର ୮ରୁ ୧୨ ପର୍ଯ୍ୟନ୍ତ - 18107 ରାଉରକେଲା–ଜଗଦଲପୁର ଏକ୍ସପ୍ରେସ୍ – ଅକ୍ଟୋବର ୮ରୁ ୧୨ ପର୍ଯ୍ୟନ୍ତ - 18108 ଜଗଦଲପୁର–ରାଉରକେଲା ଏକ୍ସପ୍ରେସ୍ – ଅକ୍ଟୋବର ୯ରୁ ୧୩ ପର୍ଯ୍ୟନ୍ତ।ଏହାଛଡ଼ା, ୬ଟି ଟ୍ରେନ୍ର ଯାତ୍ରା କୋରାପୁଟ ଠାରେ ଶେଷ କରାଯିବ ଏବଂ ସେଠାରୁ ହିଁ ଯାତ୍ରା ଆରମ୍ଭ କରାଯିବ। ଫଳରେ ଏହି ଟ୍ରେନ୍ଗୁଡ଼ିକ ପାଇଁ କୋରାପୁଟ–ଜଗଦଲପୁର ମଧ୍ୟରେ ରେଳ ସେବା ବାତିଲ୍ ରହିବ ବୋଲି ରେଳ ବିଭାଗ ତରଫରୁ ସୂଚନା ଦିଆଯାଇଛି l18005 ହାୱଡ଼ା–ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ୍ ଅକ୍ଟୋବର ୮ରୁ ୧୨ ପର୍ଯ୍ୟନ୍ତ କୋରାପୁଟ ଠାରେ ଯାତ୍ରା ଶେଷ କରିବ। ଏହାର ପ୍ରତିବଦଳରେ 18006 ଜଗଦଲପୁର–ହାୱଡ଼ା ସମଲେଶ୍ୱରୀ ଏକ୍ସପ୍ରେସ୍ ଅକ୍ଟୋବର ୧୦ରୁ ୧୪ ପର୍ଯ୍ୟନ୍ତ ଜଗଦଲପୁର ବଦଳରେ କୋରାପୁଟରୁ ଯାତ୍ରା ଆରମ୍ଭ କରିବ।ସେହିପରି, 18447 ଭୁବନେଶ୍ୱର–ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ୍ ଅକ୍ଟୋବର ୮ରୁ ୧୨ ପର୍ଯ୍ୟନ୍ତ କୋରାପୁଟ ଠାରେ ଯାତ୍ରା ଶେଷ କରିବ। ଏହାର ପ୍ରତିବଦଳରେ 18448 ଜଗଦଲପୁର–ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ୍ ଅକ୍ଟୋବର ୯ରୁ ୧୩ ପର୍ଯ୍ୟନ୍ତ ଜଗଦଲପୁର ବଦଳରେ କୋରାପୁଟରୁ ଯାତ୍ରା ଆରମ୍ଭ କରିବ।ଏହା ସହିତ 58501 ବିଶାଖାପାଟଣା–କିରଣ୍ଡୁଲ୍ ପାସେଞ୍ଜର୍ ଏବଂ 58502 କିରଣ୍ଡୁଲ୍–ବିଶାଖାପାଟଣା ପାସେଞ୍ଜର୍ ଟ୍ରେନ୍ ଦୁଇଟି ମଧ୍ୟ ଅକ୍ଟୋବର ୮ରୁ ୧୨ ପର୍ଯ୍ୟନ୍ତ ଯଥାକ୍ରମେ କୋରାପୁଟ ଠାରେ ଯାତ୍ରା ଶେଷ କରିବ ଏବଂ କୋରାପୁଟରୁ ଯାତ୍ରା ଆରମ୍ଭ କରିବ ବୋଲି ଆଜି ରେଳ ବିଭାଗ ତରଫରୁ ସୂଚନା ଦିଆଯାଇଛି l

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande