ପୋଟେରୁ ନଦୀ ନିକଟରୁ ମୃତଦେହ ଉଦ୍ଧାର ଘଟଣା ହତ୍ୟା ମାମଲାରେ ପରିଣତ : କାଲିମେଳା ପୋଲିସର ତଦନ୍ତରେ ୫ ଅଭିଯୁକ୍ତ ଗିରଫ
ମାଲକାନଗିରି, ୧ ନଭେମ୍ବର (ହି.ସ.)- କାଲିମେଳା ଥାନା ଅନ୍ତର୍ଗତ ପୋଟେରୁ ନଦୀ ନିକଟରୁ ଜଣେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ଘଟଣାରେ ପୋଲିସ ତଦନ୍ତ କରି ହତ୍ୟା ମାମଲା ରୁଜୁ କରିଛି। ଏହି ଘଟଣାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଆଜି ଅଦାଲତକୁ ଚାଲାଣ କରାଯାଇଛି। ପୋଲିସ ସୂଚନା ଅନୁଯାୟୀ, ପ୍ରଥମେ
ପୋଟେରୁ ନଦୀ ନିକଟରୁ ମିଳିଥିବା ମୃତଦେହ ହତ୍ୟା ମାମଲାରେ ପରିଣତ କାଲିମେଳା ପୋଲିସର ତଦନ୍ତରେ ୫ ଅଭିଯୁକ୍ତ ଗିରଫ


ମାଲକାନଗିରି, ୧ ନଭେମ୍ବର (ହି.ସ.)- କାଲିମେଳା ଥାନା ଅନ୍ତର୍ଗତ ପୋଟେରୁ ନଦୀ ନିକଟରୁ ଜଣେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ଘଟଣାରେ ପୋଲିସ ତଦନ୍ତ କରି ହତ୍ୟା ମାମଲା ରୁଜୁ କରିଛି। ଏହି ଘଟଣାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଆଜି ଅଦାଲତକୁ ଚାଲାଣ କରାଯାଇଛି।

ପୋଲିସ ସୂଚନା ଅନୁଯାୟୀ, ପ୍ରଥମେ ଏହି ଘଟଣାକୁ ଅପ୍ରାକୃତିକ ମୃତ୍ୟୁ ମାମଲା ଭାବେ ନେଇ ତଦନ୍ତ କରାଯାଉଥିଲା। କିନ୍ତୁ ତଦନ୍ତ ସମୟରେ ଏହା ଅପ୍ରାକୃତିକ ମୃତ୍ୟୁ ନୁହେଁ, ବରଂ ହତ୍ୟା ଘଟଣା ବୋଲି ଜଣାପଡ଼ିଥିଲା। ଏହାପରେ ଲିଖିତ ଅଭିଯୋଗ ଆଧାରରେ କାଲିମେଳା ଥାନା କେସ୍ ନମ୍ବର ୨୭୧/୨୬, ଧାରା ୧୦୩(୧)/୨୩୮/୬୧(୨) ଅନୁଯାୟୀ ହତ୍ୟା ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା।

ଗିରଫ ହୋଇଥିବା ୫ ଅଭିଯୁକ୍ତ ମାନେ ହେଲେ ଭୀମା ପଡ଼ିଆମୀ (୩୬), କାମା ପଡ଼ିଆମୀ (୪୬),. ଦେବା ମାଡ଼ି (୫୨), ମାତା ମାଡ଼ି (୪୮) ଓ

ବୁଡ଼ା ମାଡ଼କାମୀ। ସମସ୍ତ ଅଭିଯୁକ୍ତ ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ କୁଟୁଗୁଡ଼ା ଗ୍ରାମର ବାସିନ୍ଦା।

ମୃତକ ହେଉଛନ୍ତି ସୋମା ପଡ଼ିଆମୀ (୬୭), କୁଟୁଗୁଡ଼ା, ବାଡ଼ଲି ଗ୍ରାମ, କାଲିମେଳା ଥାନା, ମାଲକାନଗିରି ଜିଲ୍ଲାର ବାସିନ୍ଦା। ଏହି ଘଟଣାରେ ପୋଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଆଜି ଅଦାଲତକୁ ଚାଲାଣ କରିଥିବା ବେଳେ ମାମଲାର ତଦନ୍ତ ଜାରି ରହିଛି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande