ନେପାଳର ଡୋଲ୍ପାରେ ପ୍ରବଳ ତୁଷାରପାତ, ୬ ଜଣ ଭାରତୀୟ ପର୍ଯ୍ୟଟକ ନିଖୋଜ
କାଠମାଣ୍ଡୁ, ନଭେମ୍ବର ୦୧ (ହି.ସ.)। ନେପାଳର ଡୋଲ୍ପା ଜିଲ୍ଲାରେ ପ୍ରବଳ ତୁଷାରପାତ ମଧ୍ୟରେ ଶେ-ଫୋକ୍ସୁଣ୍ଡୋ ହ୍ରଦ ଅଭିମୁଖେ ଯାଉଥିବା ୬ ଜଣ ଭାରତୀୟ ପର୍ଯ୍ୟଟକ ନିଖୋଜ ହୋଇଯାଇଛନ୍ତି। ନିଖୋଜଙ୍କ ମଧ୍ୟରେ ୨ ଜଣ ମହିଳା ଓ ୪ ଜଣ ପୁରୁଷ ଅଛନ୍ତି। ନୁମ୍ଲା ପାସ୍ ଓ ବଗଲା ପାସ୍ ଅଞ୍ଚଳରେ ସେମାନଙ୍କ ସହ ଯୋଗାଯ
नेपाल का डोल्पा जिला


କାଠମାଣ୍ଡୁ, ନଭେମ୍ବର ୦୧ (ହି.ସ.)। ନେପାଳର ଡୋଲ୍ପା ଜିଲ୍ଲାରେ ପ୍ରବଳ ତୁଷାରପାତ ମଧ୍ୟରେ ଶେ-ଫୋକ୍ସୁଣ୍ଡୋ ହ୍ରଦ ଅଭିମୁଖେ ଯାଉଥିବା ୬ ଜଣ ଭାରତୀୟ ପର୍ଯ୍ୟଟକ ନିଖୋଜ ହୋଇଯାଇଛନ୍ତି। ନିଖୋଜଙ୍କ ମଧ୍ୟରେ ୨ ଜଣ ମହିଳା ଓ ୪ ଜଣ ପୁରୁଷ ଅଛନ୍ତି। ନୁମ୍ଲା ପାସ୍ ଓ ବଗଲା ପାସ୍ ଅଞ୍ଚଳରେ ସେମାନଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଏହି ଦୁଇଟି ପାର୍ବତ୍ୟ ଗିରିପଥ ଶେ-ଫୋକ୍ସୁଣ୍ଡୋର ୪ ଓ ୮ ନମ୍ବର ୱାର୍ଡ ମଧ୍ୟରେ ଅବସ୍ଥିତ।

ଡୋଲ୍ପାର ମୁଖ୍ୟ ଜିଲ୍ଲା ଅଧିକାରୀ ଜୁନୁ ହମାଲ କହିଛନ୍ତି ଯେ, ପର୍ଯ୍ୟଟକମାନେ ଧୋରୁ ଫୋକ୍ସୁଣ୍ଡୋ ହ୍ରଦ ଅଭିମୁଖେ ଫେରୁଥିବା ସମୟରେ ବରଫ ମଧ୍ୟରେ ଫସିଯାଇଥିଲେ। ସ୍ଥାନୀୟ ଲୋକମାନେ ପାହାଡ଼ ଅତିକ୍ରମ କରିବା ସମୟରେ ହେଉଥିବା ଅସୁବିଧା ସମ୍ପର୍କରେ ସେମାନଙ୍କୁ ସତର୍କ କରାଇଥିଲେ। କିନ୍ତୁ ସେମାନେ ଆଗକୁ ବଢ଼ିଥିଲେ। ଏବେ ସେମାନଙ୍କ ସହ ଆଉ ଯୋଗାଯୋଗ ହୋଇପାରୁନାହିଁ।

ଶେ-ଫୋକ୍ସୁଣ୍ଡୋ ଗ୍ରାମପାଳିକାର ଅଧ୍ୟକ୍ଷ ଧାୱା ସାମ୍ଦୁକ ଗୁରୁଙ୍ଗଙ୍କ ଅନୁଯାୟୀ, ୪ ଓ ୮ ନମ୍ବର ୱାର୍ଡ ମଧ୍ୟରେ ଥିବା ଗିରିପଥଗୁଡ଼ିକରେ ମୋବାଇଲ୍ ନେଟୱର୍କ ଆଦୌ ନାହିଁ। ଯୋଗାଯୋଗ ବ୍ୟବସ୍ଥା ନଥିବାରୁ ନିଖୋଜ ପର୍ଯ୍ୟଟକଙ୍କ ସ୍ଥିତି ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା କଷ୍ଟକର ହୋଇପଡ଼ିଛି।ଡୋଲ୍ପାର ପୁଲିସ ଉପଅଧୀକ୍ଷକ ଅନିଲ ରାଜ ଗିରି କହିଛନ୍ତି ଯେ, ଏପର୍ଯ୍ୟନ୍ତ ନିଖୋଜ ପର୍ଯ୍ୟଟକଙ୍କ କୌଣସି ସନ୍ଧାନ ମିଳିନାହିଁ। ସେମାନଙ୍କୁ ଖୋଜିବା ଓ ଉଦ୍ଧାର କରିବା ପାଇଁ ହେଲିକପ୍ଟର ବ୍ୟବସ୍ଥା କରିବାକୁ ସମ୍ପୃକ୍ତ ବିଭାଗଗୁଡ଼ିକୁ ଅନୁରୋଧ କରାଯାଇଛି।

ମୁଖ୍ୟ ଜିଲ୍ଲା ଅଧିକାରୀ ହମାଲ ଆହୁରି କହିଛନ୍ତି ଯେ, ନିଖୋଜ ପର୍ଯ୍ୟଟକଙ୍କୁ ଠାବ କରିବା ଓ ସୁରକ୍ଷିତ ଉଦ୍ଧାର କରିବା ପାଇଁ ନେପାଳୀ ସେନାର ଏକ ଟିମ୍କୁ ମଧ୍ୟ ନିୟୋଜିତ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande