
ଝାରସୁଗୁଡ଼ା, ୧ ନଭେମ୍ବର (ହି.ସ.)- ଝାରସୁଗୁଡ଼ା ଜିଲ୍ଲାର ନୂତନ ଆରକ୍ଷୀ ଅଧୀକ୍ଷକ (ଏସ୍ପି) ଭାବେ ଆଇପିଏସ୍ ଅଧିକାରୀ ସୁଶ୍ରୀ ସୋନାଲି ସିଂହ ପରମାରଙ୍କୁ ନିଯୁକ୍ତ କରାଯାଇଛି। ସେ ୨୦୨୨ ବ୍ୟାଚ୍ ର ଆଇପିଏସ୍ ଅଧିକାରୀ। ଏହା ପୂର୍ବରୁ ସେ ଖୋର୍ଦ୍ଧା ଜିଲ୍ଲାର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ (ଅତିରିକ୍ତ ଏସପି) ଭାବେ କାର୍ଯ୍ୟରତ ଥିଲେ। ସେଠାରୁ ବଦଳି ହୋଇ ତାଙ୍କୁ ଝାରସୁଗୁଡ଼ା ଏସପି ଭାବେ ନୂତନ ଦାୟିତ୍ୱ ଦିଆଯାଇଛି।
ଅନ୍ୟପକ୍ଷରେ, ଝାରସୁଗୁଡ଼ାର ବର୍ତ୍ତମାନର ଏସପି ଜି. ଆର୍. ରାଘବେନ୍ଦ୍ରଙ୍କୁ କଟକସ୍ଥିତ ରାଜ୍ୟ ପୁଲିସ ମୁଖ୍ୟାଳୟକୁ ଏଆଇଜି ଭାବେ ବଦଳି କରାଯାଇଛି। ଏହି ପ୍ରଶାସନିକ ଅଦଳବଦଳ ଫଳରେ ଝାରସୁଗୁଡ଼ା ଜିଲ୍ଲା ପୁଲିସ ବିଭାଗର ନେତୃତ୍ୱରେ ପରିବର୍ତ୍ତନ ହୋଇଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ