ଦିଲ୍ଲୀର ୩୬ଟି ବାୟୁ ଗୁଣବତା କେନ୍ଦ୍ରରେ ପିଏମ୍ ୨.୫ର ତଥ୍ୟ ଗାଏବ, ‘ବାୟୁର ହିସାବ’ ମାଗିଲେ କଂଗ୍ରେସ ଅଧ୍ୟକ୍ଷ
ନୂଆଦିଲ୍ଲୀ, ୧୦ ନଭେମ୍ବର (ହି.ସ.)- ଦିଲ୍ଲୀରେ ବଢ଼ୁଥିବା ବାୟୁ ପ୍ରଦୂଷଣ ମଧ୍ୟରେ ୫୯ଟି ବାୟୁ ଗୁଣବତା ନିରୀକ୍ଷଣ କେନ୍ଦ୍ର ମଧ୍ୟରୁ ୩୬ଟି କେନ୍ଦ୍ରରେ ପିଏମ୍ ୨.୫ର ତଥ୍ୟ ଉପଲବ୍ଧ ନଥିବା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଦାବି କରିଛନ୍ତି। ସରକାର ଦେଶକୁ କେବେ ‘ବାୟୁର ହିସାବ’ ଦେବେ ବୋଲି ସେ ପ
काँग्रेस अध्यक्ष मल्लिकार्जुन खरगे


ନୂଆଦିଲ୍ଲୀ, ୧୦ ନଭେମ୍ବର (ହି.ସ.)- ଦିଲ୍ଲୀରେ ବଢ଼ୁଥିବା ବାୟୁ ପ୍ରଦୂଷଣ ମଧ୍ୟରେ ୫୯ଟି ବାୟୁ ଗୁଣବତା ନିରୀକ୍ଷଣ କେନ୍ଦ୍ର ମଧ୍ୟରୁ ୩୬ଟି କେନ୍ଦ୍ରରେ ପିଏମ୍ ୨.୫ର ତଥ୍ୟ ଉପଲବ୍ଧ ନଥିବା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଦାବି କରିଛନ୍ତି। ସରକାର ଦେଶକୁ କେବେ ‘ବାୟୁର ହିସାବ’ ଦେବେ ବୋଲି ସେ ପ୍ରଶ୍ନ କରିଛନ୍ତି। ବାୟୁ ପ୍ରଦୂଷଣ ରୋକିବା ପାଇଁ ଠୋସ୍ ପଦକ୍ଷେପ ନେବା ପରିବର୍ତେ ସରକାର ପ୍ରଚାର ଓ ଆରୋପ-ପ୍ରତ୍ୟାରୋପରେ ବ୍ୟସ୍ତ ରହିଛନ୍ତି ବୋଲି ସେ କହିଛନ୍ତି।

ଖଡ଼ଗେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରି କହିଛନ୍ତି ଯେ, ଗତବର୍ଷ ବାୟୁ ଗୁଣବତା ନିରୀକ୍ଷଣ କେନ୍ଦ୍ରଗୁଡ଼ିକ ଚାରିପାଖରେ ପାଣି ଟ୍ୟାଙ୍କର ଦ୍ୱାରା ପାଣି ସିଂଚନ କରାଯାଇଥିଲା। ସେହି ସମୟରେ ପ୍ରଦୂଷଣର ତଥ୍ୟକୁ ଧୋଇ କମ୍ ଦେଖାଇବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଥିଲା। ସେ ଦାବି କରିଛନ୍ତି ଯେ, ଚଳିତବର୍ଷ ପ୍ରଦୂଷଣ ବଢ଼ିବା ସମୟରେ ଦିଲ୍ଲୀର ୫୯ଟି ନିରୀକ୍ଷଣ କେନ୍ଦ୍ର ମଧ୍ୟରୁ ୩୬ଟିରେ ପିଏମ୍ ୨.୫ର ତଥ୍ୟ ଗାଏବ ହୋଇଯାଇଛି। ପ୍ରଧାନମନ୍ତ୍ରୀ ୨୦୧୯ ମେ’ ୮ ତାରିଖରେ ବାୟୁ ପ୍ରଦୂଷଣକୁ ଏକ ବଡ଼ ଆହ୍ୱାନ ବୋଲି କହିଥିଲେ, କିନ୍ତୁ ତାଙ୍କ ସରକାର ଏ ଦିଗରେ କୌଣସି ପଦକ୍ଷେପ ନେଇନାହାନ୍ତି।

ଖଡ଼ଗେ କହିଛନ୍ତି ଯେ, ଦିଲ୍ଲୀ-ଏନ୍ସିଆରଠାରୁ ଆରମ୍ଭ କରି ଉତରପ୍ରଦେଶ, ବିହାର, ହରିୟାଣା, ପଞ୍ଜାବ ଓ ରାଜସ୍ଥାନ ପର୍ଯ୍ୟନ୍ତ ଲୋକେ ସ୍ୱଚ୍ଛ ବାୟୁ ପାଇଁ ସଂଘର୍ଷ କରୁଛନ୍ତି। ପ୍ରତିବର୍ଷ ଅକ୍ଟୋବରରୁ ଫେବୃଆରୀ ମଧ୍ୟରେ ବିଷାକ୍ତ ଧୂଆଁମିଶା କୁହୁଡ଼ି ଫେରିଆସୁଛି। କିନ୍ତୁ ସରକାରଙ୍କ ପକ୍ଷରୁ କେବଳ ପ୍ରତିଶ୍ରୁତି ଓ ଆରୋପ-ପ୍ରତ୍ୟାରୋପ ଜାରି ରହୁଛି। ଗ୍ଲୋବାଲ ବର୍ଡନ୍ ଅଫ୍ ଡିଜିଜ୍ ଏବଂ ସେଂଟର ଫର୍ ରିସର୍ଚ୍ଚ ଅନ୍ ଏନର୍ଜି ଆଣ୍ଡ୍ କ୍ଲିନ୍ ଏୟାରର ତଥ୍ୟ ଉଲ୍ଲେଖ କରି ଖଡ଼ଗେ କହିଛନ୍ତି ଯେ, ୨୦୨୩ ମସିହାରେ ଦିଲ୍ଲୀରେ କଣିକାଜନିତ ପ୍ରଦୂଷଣ କାରଣରୁ ୧୭,୧୮୮ ଜଣଙ୍କ ମୃତ୍ୟୁ ହୋଇଥିବା ଆକଳନ କରାଯାଇଥିଲା। ଏହା ମୋଟ ମୃତ୍ୟୁର ପ୍ରାୟ ୧୫ ପ୍ରତିଶତ। ୨୦୨୧ ମସିହାରେ ଭାରତରେ ପାଂଚ ବର୍ଷରୁ କମ୍ ବୟସର ୧,୬୯,୪୦୦ ଶିଶୁଙ୍କ ମୃତ୍ୟୁ ବାୟୁ ପ୍ରଦୂଷଣ ସହ ଜଡ଼ିତ କାରଣରୁ ହୋଇଥିଲା। ଗବେଷଣାରେ ପିଏମ୍ ୨.୫ ସଂସ୍ପର୍ଶରେ ଆସିବା ଦ୍ୱାରା ଶିଶୁଙ୍କ ଫୁସ୍ଫୁସ୍ର ବିକାଶ ଉପରେ କୁପ୍ରଭାବ ପଡ଼ିବା ସହ ମୃତ୍ୟୁ ଆଶଙ୍କା ବଢ଼ୁଥିବା କଥା ମଧ୍ୟ ଉଲ୍ଲେଖ କରାଯାଇଛି। ବିଶେଷ କରି ଉତର ଭାରତୀୟ ରାଜ୍ୟଗୁଡ଼ିକରେ ଏହାର ପ୍ରଭାବ ଅଧିକ ରହିଛି।

ସେ କହିଛନ୍ତି ଯେ, ସେପ୍େଟମ୍ବର ମାସରେ ଏକ ଆରଟିଆଇ ମାଧ୍ୟମରେ ଜଣାପଡ଼ିଥିଲା ଯେ, ଦିଲ୍ଲୀରେ ପରିବେଶ କ୍ଷତିପୂରଣ ବାବଦରେ ଜମା ହୋଇଥିବା ୧,୧୫୪ କୋଟି ଟଙ୍କା ଅର୍ଥାତ୍ ମୋଟ ସଂଗୃହୀତ ଅର୍ଥର ପ୍ରାୟ ୬୦ ପ୍ରତିଶତ ଖର୍ଚ୍ଚ ହୋଇନାହିଁ। ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ ଅଧୀନରେ ଦିଲ୍ଲୀକୁ ମିଳିଥିବା ଅର୍ଥରାଶି ମଧ୍ୟରୁ ୨୦୨୫ ଡିସେମ୍ବର ସୁଦ୍ଧା ମାତ୍ର ୧୭ ପ୍ରତିଶତ ବ୍ୟବହାର କରାଯାଇଥିଲା।

ଖଡ଼ଗେ କହିଛନ୍ତି ଯେ, ସର୍ବୋଚ୍ଚ ନ୍ୟାୟାଳୟ ବିଜେପି ଶାସିତ ଦିଲ୍ଲୀ, ହରିୟାଣା, ଉତରପ୍ରଦେଶ ଓ ରାଜସ୍ଥାନ ସରକାରଙ୍କୁ ପ୍ରଦୂଷଣ ସଙ୍କଟର ମୁକାବିଲା ପାଇଁ ବିସ୍ତୃତ ଉତର ଏବଂ ପ୍ରସ୍ତାବିତ ପଦକ୍ଷେପ ଉପସ୍ଥାପନ କରିବାକୁ ଦୁଇ ସପ୍ତାହ ସମୟ ଦେଇଛନ୍ତି। ସ୍ୱଚ୍ଛ ବାୟୁ ପାଇବା ଲୋକଙ୍କର ଏକ ମୌଳିକ ଅଧିକାର ବୋଲି ସେ କହିଛନ୍ତି।

-----------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande