ରାଜ୍ୟସ୍ତରୀୟ ସ୍କାଉଟ ଶିବିର ଚେତନା 'ରେ ଭଦ୍ରକର ସଫଳତା
ଭଦ୍ରକ, ୧୫ ନଭେମ୍ବର (ହି.ସ.) - ଭାରତ ସ୍କାଉଟ ଗାଇଡ଼ ଦ୍ୱାରା ଆୟୋଜିତ ରାଜ୍ୟ ସ୍ତରୀୟ ଚେତନା'' କାର୍ଯ୍ୟକ୍ରମ ରେ ଭଦ୍ରକ ଜିଲ୍ଳା ତରଫରୁ ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ରୁ ୧୦ଜଣ ଓ ଜ୍ୟୋତି କନଭେଂଟ ରୁ ୧୨ଜଣ ମୋଟ ୧୦ଗାଇଡ଼ ଓ ୧୦ସ୍କାଉଟ ଶିକ୍ଷୟିତ୍ରୀ ମଧୁସ୍ମିତା ପଣ୍ଡା ଙ୍କ ନେତୃତ୍ୱ ରେ ଭୁବନେଶ୍
RAJYA SURABHII SUPRAVA


ଭଦ୍ରକ, ୧୫ ନଭେମ୍ବର (ହି.ସ.) - ଭାରତ ସ୍କାଉଟ ଗାଇଡ଼ ଦ୍ୱାରା ଆୟୋଜିତ ରାଜ୍ୟ ସ୍ତରୀୟ ଚେତନା' କାର୍ଯ୍ୟକ୍ରମ ରେ ଭଦ୍ରକ ଜିଲ୍ଳା ତରଫରୁ ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ରୁ ୧୦ଜଣ ଓ ଜ୍ୟୋତି କନଭେଂଟ ରୁ ୧୨ଜଣ ମୋଟ ୧୦ଗାଇଡ଼ ଓ ୧୦ସ୍କାଉଟ ଶିକ୍ଷୟିତ୍ରୀ ମଧୁସ୍ମିତା ପଣ୍ଡା ଙ୍କ ନେତୃତ୍ୱ ରେ ଭୁବନେଶ୍ୱର ଠାରେ ୫ଦିନିଆଁ ଶିବିର ରେ ଯୋଗଦେଇ ଆୟୋଜିତ ପ୍ରତିଯୋଗିତା ନୃତ୍ୟ, ଏକକ ଅଭିନୟ, ବତ୍କୃତା ଓ ସୁଷମ ଖାଦ୍ୟ ପ୍ରସ୍ତୁତି ଆଦିରେ ଭାଗନେଇ କୃତିତ୍ୱ ହାସଲ କରିଥିବାରୁ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଓ ପରିଚାଳନା କମିଟି ତରଫରୁ ଶୁଭଚ୍ଛା ଜଣାଯାଇଛି ଏହି ଅବସରରେ ଜଗନ୍ନାଥ ସରକାରୀ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ବିଜୟକୁମାର ମିଶ୍ର ଙ୍କ ଅଧକ୍ଷତାରେ ଆୟୋଜିତ ଏକ ସଭାରେ ବତ୍କୃତା ରେ ସ୍ୱର୍ଣ ପଦକ ପ୍ରାପ୍ତ ଛାତ୍ରୀ ଲକ୍ଷ୍ମୀପ୍ରିୟା ପଣ୍ଡା, ବେଷ୍ଟ ଅଫ ୱେଷ୍ଟ ରେ ଜିଜ୍ଞାସା ସଂଜୀବନୀ, ନୃତ୍ୟରେ ସସ୍ମିତା ସାମଲ,ସୁସମ ଖାଦ୍ୟ ପ୍ରସ୍ତୁତିରେ ଅଭିପ୍ସା ବେହେରା, ସ୍ୱର୍ଣ ହାସଲ କରିଥିବା ବେଳେ ସାଇ ସିଦ୍ଧି, ମେଘନା ମହାଳିକ, ମାମିନା ଜେନା,ଜ୍ୟୋତିର୍ମୟୀ ପାଣି, ପ୍ରିୟା ବେହେରା, ସତ୍ୟମ ନାୟକ ରୋପ୍ୟ ପଦକ ପାଇ ଜିଲ୍ଲାପାଇଁ ଗୌରବ ଆଣିଛନ୍ତି ଅତ୍ୟନ୍ତ ସୁନ୍ଦର ନୃତ୍ୟ ପରିବେଷଣ ରେ ରାଜ୍ୟ ଶିକ୍ଷା ନିର୍ଦ୍ଧେଶିକା ଯୁଗୋଳେଶ୍ୱରୀ ଦାଶ ଛାତ୍ରୀମାନଙ୍କୁ ପ୍ରଶଂସା କରିଥିଲେ ସେହିପରି ଭଦ୍ରକ ଜିଲ୍ଲା କୁ ନୃତ୍ୟ, ସୁଷମ ଖାଦ୍ୟ ପ୍ରସ୍ତୁତି ପାଇଁ ଦ୍ୱିତୀୟ ସ୍ଥାନ ପାଇଥିବାରୁ ରାଜ୍ୟ ମୁଖ୍ୟ କମିଶନର ଡ଼ା କାଳିପ୍ରସାଦ ମିଶ୍ର ପୁରସ୍କୃତ କରିଥିଲେ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ଉଭୟ ଜଗନ୍ନାଥ ସରକାରୀ ହାଇ ସ୍କୁଲ ଓ ଜ୍ୟୋତି କନଭେଂଟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଆୟୋଜନ ରେ ସାହାଯ୍ୟ କରିଥିଲେ, ଶିକ୍ଷୟିତ୍ରୀ ସୁକାନ୍ତି ଦାଶ ଧନ୍ୟବାଦ ପ୍ରଦାନ କରିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ


 rajesh pande