ବାଂଲାଦେଶରେ ପୂର୍ବତନ ମନ୍ତ୍ରୀ ଦୀପୁ ମୋନି ଓ ଆୱାମୀ ଲିଗ୍ ନେତା ନନ୍ଦୀଙ୍କ ଘରେ ନିଆଁ ଲଗାଇଲେ ଦୁର୍ବୃତ୍ତ
ଢାକା (ବାଂଲାଦେଶ), ୧୯ ନଭେମ୍ବର (ହି.ସ.)। ବାଂଲାଦେଶର ଚଟ୍ଟୋଗ୍ରାମ ଡିଭିଜନ ଅନ୍ତର୍ଗତ ଚାନ୍ଦପୁରରେ ବୁଧବାର ରାତିରେ କିଛି ଅଜଣା ଦୁର୍ବୃତ୍ତ ପୂର୍ବତନ ଶିକ୍ଷାମନ୍ତ୍ରୀ ଡା. ଦୀପୁ ମୋନି ଏବଂ ଆୱାମୀ ଲିଗ୍ର ସାଂଗଠନିକ ସମ୍ପାଦକ ସୁଜିତ ରାୟ ନନ୍ଦୀଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି। ମାତ୍ର ଅଧଘଣ୍ଟା ମଧ୍
सांकेतिक।


ଢାକା (ବାଂଲାଦେଶ), ୧୯ ନଭେମ୍ବର (ହି.ସ.)। ବାଂଲାଦେଶର ଚଟ୍ଟୋଗ୍ରାମ ଡିଭିଜନ ଅନ୍ତର୍ଗତ ଚାନ୍ଦପୁରରେ ବୁଧବାର ରାତିରେ କିଛି ଅଜଣା ଦୁର୍ବୃତ୍ତ ପୂର୍ବତନ ଶିକ୍ଷାମନ୍ତ୍ରୀ ଡା. ଦୀପୁ ମୋନି ଏବଂ ଆୱାମୀ ଲିଗ୍ର ସାଂଗଠନିକ ସମ୍ପାଦକ ସୁଜିତ ରାୟ ନନ୍ଦୀଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି। ମାତ୍ର ଅଧଘଣ୍ଟା ମଧ୍ୟରେ ଘଟିଥିବା ଏହି ଘଟଣାରେ ଆୱାମୀ ଲିଗ୍ର ଦୁଇଜଣ ବରିଷ୍ଠ ନେତାଙ୍କ ସମ୍ପତ୍ତିକୁ ଟାର୍ଗେଟ କରାଯାଇଛି।

'ଢାକା ଟ୍ରିବ୍ୟୁନ୍'ର ରିପୋର୍ଟ ଅନୁଯାୟୀ, ରାତି ପ୍ରାୟ ୯ଟାରେ ଆକ୍ରମଣକାରୀମାନେ ସହରର ନତୁନ ବଜାର ଅଞ୍ଚଳସ୍ଥିତ କଦମତଲା ମାର୍କେଟରେ ଥିବା ଦୀପୁ ମୋନିଙ୍କ ଖାଲି ପଡ଼ିଥିବା ତୃତୀୟ ମହଲାର ଘରେ ପଶି ନିଆଁ ଲଗାଇ ଦେଇଥିଲେ। କୋଠାରେ ରହୁଥିବା ଲୋକ ଏବଂ ପଡ଼ୋଶୀମାନେ ପାଣି ପକାଇ ନିଆଁକୁ ଆୟତ୍ତ କରିଥିଲେ। ପଞ୍ଚମ ମହଲାରେ ରହୁଥିବା ଓକିଲ ଗାଜି ଦଲାଲ କହିଛନ୍ତି ଯେ ନିଆଁ ଲାଗିବା ଘଟଣା ପରେ କୋଠାରେ ରହୁଥିବା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା।

ସେ କହିଛନ୍ତି ଯେ ୨୦୨୪ ଅଗଷ୍ଟ ୫ ତାରିଖରେ ଘଟିଥିବା ଅଗ୍ନିକାଣ୍ଡରେ ଏହି ଆପାର୍ଟମେଣ୍ଟ ପୂର୍ବରୁ ହିଁ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା। ବୁଧବାର ଲାଗିଥିବା ନିଆଁରେ ମୁଖ୍ୟତଃ ପୂର୍ବରୁ ବଞ୍ଚି ରହିଥିବା ଅବଶିଷ୍ଟ ଭଗ୍ନାବଶେଷ କ୍ଷତିଗ୍ରସ୍ତ ହୋଇଛି। ଚାନ୍ଦପୁର ମଡେଲ ଥାନାର ଅଧିକାରୀ ଫାୟେଜ ଅହମ୍ମଦ କହିଛନ୍ତି ଯେ ତାଙ୍କୁ ଏହି ଘଟଣା ସମ୍ପର୍କରେ କୌଣସି ସୂଚନା ମିଳିନାହିଁ, ତଥାପି ସେ ଏହାର ତଦନ୍ତ କରିବେ।

ରାତି ପ୍ରାୟ ୯ଟା ୩୦ ମିନିଟ୍ରେ ଆକ୍ରମଣକାରୀଙ୍କ ଅନ୍ୟ ଏକ ଦଳ ଚାନ୍ଦପୁର ସଦର ଉପଜିଲ୍ଲାର ଫରକ୍କାବାଦ ଗ୍ରାମରେ ସୁଜିତ ରାୟ ନନ୍ଦୀଙ୍କ ଦୁଇ ମହଲା ବିଶିଷ୍ଟ ଘରେ ନିଆଁ ଲଗାଇ ଦେଇଥିଲେ। ବାଲିଆ ୟୁନିୟନ ପରିଷଦର ୭ ନମ୍ବର ୱାର୍ଡ ସଦସ୍ୟ ଦୀପୁ କହିଛନ୍ତି ଯେ ଆକ୍ରମଣକାରୀମାନେ ୪୦ରୁ ୫୦ଟି ମୋଟରସାଇକେଲରେ ଆସି ଘରେ ନିଆଁ ଲଗାଇଥିଲେ।

ସେ କହିଛନ୍ତି ଯେ ସ୍ଥାନୀୟ ଲୋକେ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ, କିନ୍ତୁ ସମ୍ପୂର୍ଣ୍ଣ ଘରଟି ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା। ରାତି ପ୍ରାୟ ୧୧ଟା ୧୫ ମିନିଟ୍ରେ ଅଗ୍ନିଶମ କର୍ମଚାରୀ ପହଞ୍ଚିଥିଲେ। ସେତେବେଳକୁ ଅଧିକାଂଶ ସମ୍ପତ୍ତି ନଷ୍ଟ ହୋଇସାରିଥିଲା। ଚାନ୍ଦପୁର ଅଗ୍ନିଶମ ସେବା ବିଭାଗର ଅଧିକାରୀ ମହମ୍ମଦ ଅବଦୁଲ୍ଲା କହିଛନ୍ତି ଯେ ଅଗ୍ନିଶମ କର୍ମଚାରୀ ପହଞ୍ଚିବା ବେଳକୁ ଅଧିକାଂଶ ଆସବାବପତ୍ର ଜଳି ନଷ୍ଟ ହୋଇଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande