ଆଜି ଭୋପାଳରେ ଟେଲିକମ୍ ମ୍ୟାନୁଫାକ୍ଚରିଂ ଜୋନ୍ ନିବେଶକ ସମ୍ମିଳନୀ, କେନ୍ଦ୍ରମନ୍ତ୍ରୀ ସିନ୍ଧିଆ କରିବେ ଉଦ୍ଘାଟନ
୨୫ଟି କମ୍ପାନୀ ପକ୍ଷରୁ ୩,୬୦୦ କୋଟିରୁ ଅଧିକ ଟଙ୍କାର ନିବେଶ ପ୍ରସ୍ତାବ, ବଣ୍ଟନ ହେବ ଆଶୟପତ୍ର ଭୋପାଳ, ୧୯ ନଭେମ୍ବର (ହି.ସ.)। ମଧ୍ୟପ୍ରଦେଶକୁ ଦେଶର ଏକ ପ୍ରମୁଖ ଟେଲିକମ୍ ଓ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କେନ୍ଦ୍ର ଭାବେ ବିକଶିତ କରିବା ଦିଗରେ ଆଜି ରାଜଧାନୀ ଭୋପାଳର ହୋଟେଲ ତାଜ୍ ଲେକ୍ଫ୍ରଣ୍ଟରେ ଟେଲିକ
सिंधिया (फाइल)


୨୫ଟି କମ୍ପାନୀ ପକ୍ଷରୁ ୩,୬୦୦ କୋଟିରୁ ଅଧିକ ଟଙ୍କାର ନିବେଶ ପ୍ରସ୍ତାବ, ବଣ୍ଟନ ହେବ ଆଶୟପତ୍ର

ଭୋପାଳ, ୧୯ ନଭେମ୍ବର (ହି.ସ.)। ମଧ୍ୟପ୍ରଦେଶକୁ ଦେଶର ଏକ ପ୍ରମୁଖ ଟେଲିକମ୍ ଓ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କେନ୍ଦ୍ର ଭାବେ ବିକଶିତ କରିବା ଦିଗରେ ଆଜି ରାଜଧାନୀ ଭୋପାଳର ହୋଟେଲ ତାଜ୍ ଲେକ୍ଫ୍ରଣ୍ଟରେ ଟେଲିକମ୍ ମ୍ୟାନୁଫାକ୍ଚରିଂ ଜୋନ୍ (ଟିଏମ୍ଜେଡ୍)ର ନିବେଶକ ସମ୍ମିଳନୀ ଆୟୋଜିତ ହେଉଛି। କେନ୍ଦ୍ରୀୟ ଯୋଗାଯୋଗ ଏବଂ ଉତ୍ତର-ପୂର୍ବାଞ୍ଚଳ ବିକାଶ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହି ସମ୍ମିଳନୀର ଉଦ୍ଘାଟନ କରିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଡ. ମୋହନ ଯାଦବ ମଧ୍ୟ ଉପସ୍ଥିତ ରହିବେ।

ଜନସମ୍ପର୍କ ଅଧିକାରୀ ବବିତା ମିଶ୍ରା କହିଛନ୍ତି ଯେ, ଏହି ଆୟୋଜନରେ ରାଜ୍ୟରେ ଦୂରସଂଚାର ଉପକରଣ ଉତ୍ପାଦନ, ବୈଷୟିକ ନିବେଶ ଏବଂ ଶିଳ୍ପ ଭିତ୍ତିଭୂମିର ସମ୍ପ୍ରସାରଣ ସମ୍ଭାବନା ଉପରେ ଆଲୋଚନା ହେବ। କେନ୍ଦ୍ରମନ୍ତ୍ରୀ ସିନ୍ଧିଆ ଏବଂ ମୁଖ୍ୟମନ୍ତ୍ରୀ ଡ. ଯାଦବ ନିବେଶକ ସମ୍ମିଳନୀରେ ଟେଲିକମ୍ ମ୍ୟାନୁଫାକ୍ଚରିଂ ଜୋନ୍ରେ ନିବେଶ ପାଇଁ ୨୫ଟି କମ୍ପାନୀକୁ ଆଶୟପତ୍ର (ଲେଟର ଅଫ୍ ଇଣ୍ଟେଣ୍ଟ) ବଣ୍ଟନ କରିବେ।

ଜନସମ୍ପର୍କ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି କମ୍ପାନୀଗୁଡ଼ିକ ପକ୍ଷରୁ ୩,୬୦୦ କୋଟି ଟଙ୍କାରୁ ଅଧିକ ନିବେଶ ପ୍ରସ୍ତାବ ଦିଆଯାଇଛି। ଏହି ନିବେଶ ମାଧ୍ୟମରେ ୧୫ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏଥିସହ ଗ୍ୱାଲିୟରରେ ପ୍ରାୟ ୪୫୦ ଏକର ଅଞ୍ଚଳରେ ଟେଲିକମ୍ ମ୍ୟାନୁଫାକ୍ଚରିଂ ଜୋନ୍ର ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ ମଧ୍ୟ ପ୍ରସ୍ତାବିତ ରହିଛି।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande