ପୂର୍ବତନ ମଣ୍ଡଳ ସଭାପତି କେଶବ ପାଣିଗ୍ରାହୀଙ୍କ ଦେହାନ୍ତରେ କେଭି ସିଂହଦେଓଙ୍କ ଶୋକ ପ୍ରକାଶ
ଭୁବନେଶ୍ୱର, 19 ନଭେମ୍ବର (ହି.ସ.)- ପୂର୍ବତନ ମଣ୍ଡଳ ସଭାପତି କେଶବ ପାଣିଗ୍ରାହୀଙ୍କ ଦେହାନ୍ତରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ଶୋକ ପ୍ରକାଶ କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ବଲାଙ୍ଗିର ଜିଲ୍ଲା ଭାରତୀୟ ଜନତା
କେଶବ


ଭୁବନେଶ୍ୱର, 19 ନଭେମ୍ବର (ହି.ସ.)- ପୂର୍ବତନ ମଣ୍ଡଳ ସଭାପତି କେଶବ ପାଣିଗ୍ରାହୀଙ୍କ

ଦେହାନ୍ତରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ଶୋକ ପ୍ରକାଶ କରିଛନ୍ତି । ଏନେଇ ସୋସିଆଲ

ମିଡିଆ ଏକ୍ସରେ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ବଲାଙ୍ଗିର ଜିଲ୍ଲା ଭାରତୀୟ ଜନତା

ପାର୍ଟିର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ପୂର୍ବତନ ମଣ୍ଡଳ ସଭାପତି (ଗମ୍ଭାରୀ ମଣ୍ଡଳ) କେଶବ

ପାଣିଗ୍ରାହୀଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଏବଂ ମର୍ମାହତ। ସେ ଜଣେ ଭଦ୍ର, ନିଷ୍ଠାପର ଓ ସାହସୀ

କାର୍ଯ୍ୟକର୍ତ୍ତା ଭାବରେ ଦୀର୍ଘ ଦୁଇ ଦଶନ୍ଧି ଧରି ବେଲପଡ଼ାରେ ଭାରତୀୟ ଜନତା ପାର୍ଟି ପାଇଁ

ନିରନ୍ତର କାର୍ଯ୍ୟ କରିଆସିଥିଲେ। ଭଗବାନ ତାଙ୍କର ଅମର ଆତ୍ମାକୁ ସଦ୍ଗତି ପ୍ରଦାନ କରନ୍ତୁ ଏବଂ

ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଏହି ଅସହ୍ୟ ଦୁଃଖ ସହିବାର ଧୈର୍ଯ୍ୟ ଓ ସାହସ ଦିଅନ୍ତୁ। ଓଁ

ଶାନ୍ତି!

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande