ବୀରାଙ୍ଗନା ରାଣୀ ଲକ୍ଷ୍ମୀବାଈଙ୍କ ଜୟନ୍ତୀରେ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓଙ୍କ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର, ୧୯ ନଭେମ୍ବର (ହି.ସ.)। ବୀରାଙ୍ଗନା ରାଣୀ ଲକ୍ଷ୍ମୀବାଈଙ୍କ ଜୟନ୍ତୀ ଅବସରରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ। ଭାରତର ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ଦୁର୍ଦ୍ଦର୍ଷ ଯୋଦ୍ଧା ଭାବେ ରାଣୀ ଲକ୍ଷ୍ମୀବାଈଙ୍କ
ଲକ୍ଷ୍ମୀବାଈ


ଭୁବନେଶ୍ୱର, ୧୯ ନଭେମ୍ବର (ହି.ସ.)। ବୀରାଙ୍ଗନା ରାଣୀ ଲକ୍ଷ୍ମୀବାଈଙ୍କ

ଜୟନ୍ତୀ ଅବସରରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କେ.ଭି.

ସିଂହଦେଓ। ଭାରତର ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ଦୁର୍ଦ୍ଦର୍ଷ ଯୋଦ୍ଧା ଭାବେ ରାଣୀ

ଲକ୍ଷ୍ମୀବାଈଙ୍କ ସାହସିକ ନେତୃତ୍ୱ ଓ ଅସାଧାରଣ ଧୈର୍ଯ୍ୟ ଦେଶର ଇତିହାସରେ ତାଙ୍କୁ ଅମର କରି

ରଖିଛି ବୋଲି ସେ କହିଛନ୍ତି।

ଏକ୍ସ ହ୍ୟାଣ୍ଡେଲରେ ଏକ ପୋଷ୍ଟ କରି ଶ୍ରୀ ସିଂହଦେଓ କହିଛନ୍ତି ଯେ, ପ୍ରତିକୂଳ ପରିସ୍ଥିତିରେ

ରାଣୀ ଲକ୍ଷ୍ମୀବାଈଙ୍କ ଅଦମ୍ୟ ସାହସ, ଦୃଢ଼ ନେତୃତ୍ୱ ଓ ଅସାଧାରଣ ମନୋବଳ ତାଙ୍କୁ ଭାରତୀୟ

ଇତିହାସରେ ଏକ ସ୍ୱତନ୍ତ୍ର ସ୍ଥାନ ଦେଇଛି। ତାଙ୍କର ଗୌରବମୟ ଐତିହ୍ୟ ସାହସିକତା ଓ ଜାତୀୟ ଗର୍ବର

ଏକ ଚିରନ୍ତନ ପ୍ରତୀକ ହୋଇ ରହିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande