ଶ୍ରୀମନ୍ଦିରରେ ଆଜି ଦିବା ପହୁଡ଼ ନୀତି, ଅପରାହ୍ଣ ୪ଟାରୁ ଦର୍ଶନ ବନ୍ଦ
ପୁରୀ/ଭୁବନେଶ୍ୱର, ୦୨ ନଭେମ୍ବର (ହି.ସ.) - ଆଜି (ସୋମବାର) ଶ୍ରୀମନ୍ଦିରରେ ଦିବା ପହୁଡ଼ ନୀତି ଅନୁଷ୍ଠିତ ହେବ। ଏନେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। କାର୍ତିକ ମାସରେ ଶ୍ରୀମନ୍ଦିରରେ ଦୈନିକ ଦିବା ପହୁଡ଼ ନୀତି ଅନୁଷ୍ଠିତ ହେବାର ପରମ୍ପରା ରହିଛି। ତେବେ ଏହି ମାସରେ ଭକ୍ତଙ
sjta


ପୁରୀ/ଭୁବନେଶ୍ୱର, ୦୨ ନଭେମ୍ବର (ହି.ସ.) - ଆଜି (ସୋମବାର) ଶ୍ରୀମନ୍ଦିରରେ ଦିବା ପହୁଡ଼ ନୀତି ଅନୁଷ୍ଠିତ ହେବ। ଏନେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

କାର୍ତିକ ମାସରେ ଶ୍ରୀମନ୍ଦିରରେ ଦୈନିକ ଦିବା ପହୁଡ଼ ନୀତି ଅନୁଷ୍ଠିତ ହେବାର ପରମ୍ପରା ରହିଛି। ତେବେ ଏହି ମାସରେ ଭକ୍ତଙ୍କ ଅତ୍ୟଧିକ ଭିଡ଼ ଓ ନୀତିର ବହୁଳତା କାରଣରୁ ପ୍ରତିଦିନ ଦିବା ପହୁଡ଼ ନୀତି କରିବା ସମ୍ଭବ ହୋଇପାରୁନାହିଁ। ପାଗ ଅନୁକୂଳ ନଥିବା ଏବଂ ଭକ୍ତଙ୍କ ଭିଡ଼ କମ୍ ରହିଥିବାରୁ ଆଜି ଦିବା ପହୁଡ଼ ନୀତି କରାଯିବ। ନୀତି ଶେଷ ହେବା ପରେ ଆପାତତଃ ଅପରାହ୍ଣ ୪ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

ଏହି ସମୟରେ ଭକ୍ତମାନେ ଦର୍ଶନରୁ ବଂଚିତ ହେବାକୁ ଥିବାରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତଙ୍କ ସହଯୋଗ କାମନା କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande