
କେନ୍ଦ୍ରାପଡ଼ା, 23 ନଭେମ୍ବର (ହି.ସ.) ଶିକ୍ଷା ଓ ସ୍କୁଲ ର ଶୈକ୍ଷିକ ପରିବେଶ କୁ ସର୍ବୋଚ୍ଚ ଶିଖରରେ ପହଞ୍ଚାଇ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ବଉଳକଣି ପଞ୍ଚାୟତ ର ବାସିନ୍ଦା ଦୁଇଜଣ ପ୍ରଧାନ ଶିକ୍ଷକ ଶ୍ରୀ ସୁନ୍ଦର ମୋହନ ସିଂହ ଓ ଶ୍ରୀ ରାଜେନ୍ଦ୍ର କିସ୍କୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ଠାରୁ ରାଜ୍ୟର ଶ୍ରେଷ୍ଠ ପ୍ରଧାନ ଶିକ୍ଷକ ପୁରସ୍କାର ଗ୍ରହଣ କରି କେନ୍ଦ୍ରାପଡ଼ା ଜିଲ୍ଲାକୁ ଗୌରବାନିତ କରିଛନ୍ତି ,ଏହି ଅବସରରେ ବଉଳକଣି ପଞ୍ଚାୟତ ସରପଞ୍ଚ ସାଲବେଗ ମାହାଳି ଙ୍କ ସଂଯୋଜନା ଓ ନେତୃତ୍ଵ ରେ ପଞ୍ଚାୟତବାସୀ ଙ୍କ ତରଫରୁ ପଞ୍ଚାୟତ କାର୍ୟ୍ୟାଳୟ ପ୍ରାଙ୍ଗଣ ରେ ବରିଷ୍ଠ ନେତା ପବିତ୍ର ପରିଡ଼ା ଙ୍କ ସଭା ପତିତ୍ଵରେ ଏକ ବର୍ଣ୍ଣାଢ୍ୟ ସମ୍ବର୍ଦ୍ଧନା ସଭା ଆଜି ଅନୁଷ୍ଠିତ ହୋଇଯାଇଅଛି । ଏହି ସଭାରେ ଉଭୟ ପ୍ରଧାନ ଶିକ୍ଷକଙ୍କ ଶିକ୍ଷା ଦାନ ପଦ୍ଧତି, ସ୍କୁଲ ର ଶୈକ୍ଷିକ ପରିବେଶ , କୋମଳମତି ଛାତ୍ର ଛାତ୍ରୀ ଙ୍କ ନିତିକ ଓ ମାନସିକ ତଥା ବୌଦ୍ଧିକ ବିକାଶ ପାଇଁ କାମ କରି ଶ୍ରେଷ୍ଠତ୍ଵ ହାସଲ କରି ପଞ୍ଚାୟତ ପାଇଁ ଗୌରବ ଆଣିଥିବାରୁ ସରପଞ୍ଚ ସାଲବେଗ ମାହାଳି ଉଚ୍ଚ ପ୍ରଶଂସା କରିଥିଲେ, ସଭାପତି ଶ୍ରୀ ପବିତ୍ର ପରିଡ଼ା ,ଆଗାମୀ ଦିନରେ ପ୍ରେମ ଚାନ୍ଦ ବିଦ୍ୟା ପୀଠର ଛାତ୍ର ଛାତ୍ରୀ ମାନେ ଉଭୟ ଶିକ୍ଷକଙ୍କୁ ଆଦର୍ଶ ଭାବେ ଗ୍ରହଣ କରି ଏହି ଅଞ୍ଚଳ ର ସୁନାମ ରଖିବାକୁ ପରାମର୍ଶ ଦେଇଥିଲେ, ସଭାରେ ପ୍ରେମ ଚାନ୍ଦ ବିଦ୍ୟାପୀଠ ଆଦରଣୀୟ ଶିକ୍ଷକ ବ୍ୟାସଦେବ ବେବର୍ତ୍ତା, ସି ଆର୍ ସି ଅଶୋକ ମହାରାଜ,ଅଂଶୁମାନ ରାଉତରାୟ,ସସ୍ମିତା ଦାସ ଓ ଅତିଥି ମାନଙ୍କ ଉପସ୍ଥିତି ରେ ଉଭୟ ପ୍ରଧାନ ଶିକ୍ଷକ ଙ୍କୁ ମାନପତ୍ର ,ପୁଷ୍ପଗୁଚ୍ଛଓ ଉତ୍ତରୀୟ ପ୍ରଦାନ କରି ପଞ୍ଚାୟତ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା,ଏବଂ ପୂର୍ବତନ ପ୍ରଧାନ ଶିକ୍ଷକ ପାଣ୍ଡବ ରାଉତ, ବୈଷ୍ଣବ ପରିଡ଼ା, ଓ ପ୍ରଭାତୀ ପରିଡା ଙ୍କୁ, ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା, ସମିତିସଭ୍ୟା ପ୍ରିୟଙ୍କା ମଲ୍ଲିକ ଙ୍କ ନେତୃତ୍ୱରେ ୱାର୍ଡ ସଭ୍ୟ ସଭ୍ୟା ମାନେ ଅତିଥି ମାନଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ,ଏମ୍ ବି କେ କବିତା ମଞ୍ଜରୀ ରାଉତରାୟ,ନାରୀନେତ୍ରୀ ରୀନା ରାଣୀ ପରିଡ଼ା, ସସ୍ମିତା ବେହେରା,ରଞ୍ଜିତ ତରାଇ, ବକୁଳ ପୂର୍କାଇଟ ଙ୍କ ନେତୃତ୍ୱ ରେ ଶହ ଶହ ସଂଖ୍ୟାରେ ମହିଳା ମାନେ ସଭାକୁ ଆସିଥିଲେ । ଏହି ସଭାରେ ପ୍ରାୟ ସାତଶହ ରୁ ଉର୍ଦ୍ଧ୍ୱ ପଞ୍ଚାୟତ ବାସୀ ଯୋଗଦେଇଥିଲେ,ଅନ୍ୟ ମାନଙ୍କ ମଧ୍ୟରେ ଗୌରୀମାହାଳି,ପ୍ରତାପ ସିଂହ , ଶେଖ୍ ରାଜେଲି ,ସଞ୍ଜୟ ସ୍ୱାଇଁ , ସ୍ୱରୂପ ସାମଲ ,ରହେମାନ୍ ଅଲ୍ଲିସା କୈଳାଶ ଗାହାଣ, ଶ୍ରୀକାନ୍ତ ମଲିକ୍, ରମେଶ ମଲ୍ଲିକ,ବଳରାମ ଗିରି,ମାଧବ ମଣ୍ଡଳ,ଦିଲ୍ଲୀପ ମଣ୍ଡଳ, ପ୍ରଭାସ ମଣ୍ଡଳ, ରମଚନ୍ଦ୍ର ବେହେରା, ଶୁକଦେବ ମଣ୍ଡଳ,ରଘୁ ଗାରୁ,ସମରେଶ ମଣ୍ଡଳ,ଲାଲୁ ମଣ୍ଡଳ, କାର୍ତ୍ତିକ ସେଠୀ,ତୋଫାନ ସେଠୀ, ସାବିତ୍ରୀ ସିଂହ, ରାଜେଲି ଆଲିଶା, ଶ୍ରୀହରି ମୁର୍ମୁ, ନନ୍ଦ ମଣ୍ଡଳ,ହବିବ ଅଲିଶା ବଟ ବେହେରା,ପ୍ରଭାତ ଦାସ, ପ୍ରଦୀପ ଦାସ ହିମାଂଶୁ ଗାଁରୁ,ସୁବଳ ମଣ୍ଡଳ, ରତ୍ନାକର ମଲିକ୍ ପ୍ରମୁଖ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ରବି