ସ୍ବତନ୍ତ ସଂକ୍ଷେପ ସଂଶୋଧନ ୨୦୨୭ କାର୍ଯ୍ୟକ୍ରମ।
ଖୋର୍ଦ୍ଧା,, 23 ନଭେମ୍ବର (ହି.ସ.)ସୋମବାର ଦିନ ଜିଲ୍ଲା ର ସମସ୍ତ ରାଜନୈତିକ ଦଳର ମୁଖ୍ୟ ମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭିନ୍ନ ଗଣମଧ୍ଯମର ପ୍ରତିନିଧ୍ ମଧ୍ଯ ନିମନ୍ତ୍ରଣ କ୍ରମେ ଉପସ୍ଥିତ ଥିଲେ ।ଏହି ସ୍ବତନ୍ତ ସଂକ୍ଷେପ ସଂଶୋଧନ ୨୦୨୭ କାର୍ଯ୍ୟକ୍ରମ ନିମ୍ନଲିଖିତ ସମୟ ସୂଚୀ ଅନୁ
Voter


ଖୋର୍ଦ୍ଧା,, 23 ନଭେମ୍ବର (ହି.ସ.)ସୋମବାର ଦିନ ଜିଲ୍ଲା ର ସମସ୍ତ ରାଜନୈତିକ ଦଳର ମୁଖ୍ୟ ମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭିନ୍ନ ଗଣମଧ୍ଯମର ପ୍ରତିନିଧ୍ ମଧ୍ଯ ନିମନ୍ତ୍ରଣ କ୍ରମେ ଉପସ୍ଥିତ ଥିଲେ ।ଏହି ସ୍ବତନ୍ତ ସଂକ୍ଷେପ ସଂଶୋଧନ ୨୦୨୭ କାର୍ଯ୍ୟକ୍ରମ ନିମ୍ନଲିଖିତ ସମୟ ସୂଚୀ ଅନୁସାରେ କରାଯିବ ।ଭୋଟର ତାଲିକାରେ ପଞ୍ଜୀକୃତ ହେବା ପାଇଁ ଯୋଗ୍ୟତା ତାରିଖ : ୦୧.୦୧.୨୦୨୭ ବୁଥ ଗୁଡିକର ପୁନଃଗଠନ ୨୦.୧୧.୨୦୨୭ ସୁଦ୍ଧା ସମ୍ପୂର୍ଣ୍ଣ,ଚିଠା ଭୋଟର ତାଲିକା ପ୍ରକାଶନ, ୩୦.୧୧.୨୦୨୭ ଦାବୀ ଓ ଅଭିଯୋଗ ଶୁଣାଣି : ୩୦.୧୧.୨୦୨୬ ଠାରୁ ୩୦.୧୨.୨୦୨୬, ଦାବୀ ଓ ଅଭିଯୋଗ ନିଷ୍ପତି : ୧୬.୦୧.୨୦୨୭ ସୁଦ୍ଧା ,ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ ୨୧.୦୧.୨୦୨୭।ବୁଥ ପୁନର୍ଗଠନ ସମ୍ବଧରେ ଖୋର୍ଦ୍ଧା ଜିଲ୍ଲା ର ୫ ଟି ନିର୍ବାଚନ ମଣ୍ଡଳୀ ରେ କୌଣସି ନୂତନ ବୁଥ ଗଠନ କିମ୍ବା ବିଲୋପ କରାଯାଉନାହିଁ I ସଦ୍ୟ ସମାପ୍ତ ସ୍ବତନ୍ତ୍ର ସଘନ ସଂଶୋଧନ, ୨୦୨୬ ରେ ଖୋର୍ଦ୍ଧା ଜିଲ୍ଲା ରେ ୩୩୭ ଟି ନୂତନ ବୁଥ ଗଠନ କରାଯାଇଥିଲା । ବର୍ତ୍ତମାନ ଜିଲ୍ଲା ରେ ସମୁଦାୟ ୧୫୭୯ ଟି ବୁଥ ଅଛି । ୧୧୫-ଜଟଣୀ ନିର୍ବାଚନ ମଣ୍ଡଳୀ ରେ ୩ ଟି ବୁଥ ର ସ୍ତାନରେ ଏବଂ ୯ ଟି ବୁଥ ର ନାମ ରେ ପରିବର୍ତ୍ତନ କରାଯାଇଛି। ଏହାର ସମ୍ପୂର୍ଣ୍ଣ ବିବରଣୀ ନିମ୍ନ ରେ ପରିଶିଷ୍ଟ -କ ରେ ଦିଆଗଲା ।ସୂଚନା ଥାଉକି ଆସନ୍ତା ୩୦.୧୧.୨୦୨୬ ଚିଠା ଭୋଟର ତାଲିକା ପ୍ରକାଶନ ପରେ ସମସ୍ତ ନିର୍ବାଚନ ମଣ୍ଡଳୀ ରେ ସହାୟକ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ପାଖରେ ୩୦.୧୧.୨୦୨୬ ଠାରୁ ୩୧.୧୨.୨୦୨୬ ପର୍ଯ୍ୟନ୍ତ ଦାବି ଓ ଆପରିଗୁଡ଼ିକର ଗ୍ରହଣ କରାଯିବ । ଜନସାଧାରଣ ମାନେ ସେମାନଙ୍କର ଦାବି ଏବଂ ଆପରି ବୁଥ ସ୍ତରୀୟ ଅଧିକାରୀଙ୍କୁ ଫର୍ମ ୬.୭ ଏବଂ ୮ ମାଧ୍ୟମରେ ଜଣାଇ ପାରିବେ । ଏତତଭିନ୍ନ ଭାରତୀୟ ନିର୍ବାଚନ କମିଶନଙ୍କ ୱେବ ସାଇଟ (ଭୋଟରସ.ଇସିଆଇ.ଜିଓଭି.ଇନ୍) ମାଧ୍ଯମରେ ଫର୍ମ ୬,୭ ଏବଂ ୮ ଆବେଦନ କରି ପାରିବେ । ଏଠାରେ ସୂଚନା ଥାଉକି ୦୧.୦୪.୨୦୨୭, ୦୧.୦୭.୨୦୨୭ ଏବଂ ୦୧.୧୦.୨୦୨୭ କୁ ଯୋଗ୍ୟତା ତାରିଖ ଗ୍ରହଣ କରାଯାଇ ଏହି ତାରିଖ ଗୁଡିକ ସୁଦ୍ଧା ୧୮ ବର୍ଷ ବୟସ ପୂରଣ କରୁଥିବା କିଶୋର /କିଶୋରୀ ମାନଙ୍କ ଠାରୁ ଫର୍ମ ୬ ଗ୍ରହଣ କରାଯିବ । ଅନ୍ୟ ଭାଷାରେ କହିଲେ ଯେଉଁ ବ୍ୟକ୍ତି ମାନେ ୩୦ ସେପ୍ଟେମ୍ବର ୨୦୦୯ କିମ୍ବା ଏହା ପୂର୍ବରୁ ଜନ୍ମ ଗ୍ରହଣ କରିଛନ୍ତି ସେମାନେ ଫର୍ମ ୬ ଦାଖଲ କରି ପାରିବେ । ସମୟ କ୍ରମେ ସେମାନଙ୍କର ବୟସ ୧୮ ବର୍ଷ ପୂରଣ ହେଲେ ସେମାନଙ୍କୁ ଭୋଟର ତାଲିକା ରେ ଅନ୍ତର୍ଭୁକ୍ତ କରାଯିବ ।ଏହି ସମସ୍ତ ଦାବି ଓ ଆପତ୍ତି ଗୁଡିକ ୧୬.୦୧.୨୦୨୭ ସୁଦ୍ଧା ଶୁଣାଣି କରି ଭୋଟର ସୂଚୀ ରେ ସଂଶୋଧନ କରାଯିବ । ତା ୨୧.୦୧.୨୦୨୭ ରିଖ ରେ ସ୍ବତନ୍ତ୍ର ସଂକ୍ଷେପ ସଂଶୋଧନ, ୨୦୨୭ ର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ ।ବୈଠକ ରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧ୍ ମାନଙ୍କୁ ଖୋର୍ଦ୍ଧା ଜିଲ୍ଲା ର ସମସ୍ତ ୧୫୭୯ ବୁଥ ରେ ବୁଥ ସ୍ତରୀୟ ଏଜେଣ୍ଟ ନିଯୋଜିତ କରିବାକୁ ପୁନଶ୍ଚ ଅନୁରୋଧ କରାଯାଇଥିଲା । ନୂତନ ଭାବେ ଗଠିତ ବୁଥ ଗୁଡିକରେ ବ୍ରୁଥ ସ୍ତରୀୟ ଏଜେଣ୍ଟ ମାନଙ୍କ ନିଯୁକ୍ତିକୁ ତ୍ବରାନ୍ତିତ କରାଯିବାକୁ ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ଗୁରୁତ୍ୱାରୋପ କରିଥିଲେ। ସ୍ବତନ୍ତ୍ର ସଂକ୍ଷେପ ସଂଶୋଧନ, ୨୦୨୭ ରେ ସମସ୍ତ ଜନସାଧାରଣ, ରାଜନୈତିକ ଦଳ ଏବଂ ଗଣମଧ୍ୟମର ପ୍ରତିନିଧ୍ ମାନଙ୍କର ସହଯୋଗ କାମନା କରୁଛୁ ।

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande