
କେନ୍ଦ୍ରାପଡ଼ା, ୦୪ ନଭେମ୍ବର(ହି.ସ.) – ସଚେତନ ହୋଇ ବ୍ୟାଙ୍କ ଖାତାର ଆର୍ôଥକ ପରିଚାଳନା କରିବା ଏବଂ ସାଇବର ଠକଙ୍କ ଠାରୁ ସତର୍କ ରହିବା ନେଇ ଓଡ଼ିଶା ଗ୍ରାମ୍ୟବ୍ୟାଙ୍କ ମାର୍ଶାଘାଇ ଶାଖା ପକ୍ଷରୁ ବୁଧବାର ଗ୍ରାହକ ମାନଙ୍କ ଆର୍ôଥକ ଓ ଡିଜିଟାଲ ସଚେତନତା ଶିବିର ମାର୍ଶାଘାଇ ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଥିଲା। ସରକାରଙ୍କ ବିଭିନ୍ନ ଯୋଜନାର ଆର୍ôଥକ ସୁବିଧା ଡିବିଟି ଜରିଆରେ ପ୍ରଦାନ କରାଯାଉଥିବାରୁ ବ୍ୟାଙ୍କରେ ଆର୍ôଥକ କାରବାର ପାଇଁ ଖାତା ଖୋଲିବା ଜରୁରୀ ହୋଇପଡ଼ିଛି। ତେଣୁ ବ୍ୟାଙ୍କଗୁଡ଼ିକରେ ନୂଆ ସଂଚୟଖାତା ଖୋଲିବା, ନିୟମିତ ପରିଚାଳନା କରିବା, କେୱାଇସି ଅପଡେଟ କରିବା, ନୋମିନି ଚୟନ,ସାଇବର ଠକଙ୍କ ପ୍ରତି ସଚେତନ ରହିବା ଆଦି ବିଷୟରେ ଅନେକ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ। ମୁଦ୍ରା ଯୋଜନା, କେସିସି, ଆଖୁ ଚାଷୀଙ୍କୁ ଋଣ, ମତ୍ସ୍ୟ, କୁକୁଡ଼ା ଫାର୍ମ ଆଦି ଋଣ ସହଜରେ ପାଇ ପାରିବା ସମ୍ପର୍କରେ ଆଲୋକପାତ କରାଯାଇଥିଲା। ଏସ୍ଏଚ୍ଜି ଠାରୁ ଆରମ୍ଭ କରି ବ୍ୟକ୍ତିଗତ ଋଣ ଏବଂ ସହାୟତା ଯୋଜନା ବ୍ୟାଙ୍କ ମାଧ୍ୟମରେ କରାଯିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ତେଣୁ ଆର୍ôଥକ ସଚେତନତା ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ନାବାର୍ଡର କେନ୍ଦ୍ରାପଡ଼ା ଜିଲ୍ଲା ବିକାଶ ଅଧିକାରୀ ସ୍ମିତା ବଡ଼ଜେନା କହିଥିଲେ। ଓଡିଶା ଗ୍ରାମ୍ୟ ବ୍ୟାଙ୍କରେ ଗ୍ରାହକମାନଙ୍କୁ ଦିଆଯାଉଥିବା ସୁବିଧା ସୁଯୋଗ ସମ୍ପର୍କରେ ବ୍ୟାଙ୍କର କେନ୍ଦ୍ରାପଡ଼ା ଆଂଚଳିକ ପ୍ରବନ୍ଧକ ମନୋଜ ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ସୂଚନା ଦେଇଥିଲେ। ବ୍ଲକ ଜିପିଡିଓ ସୋନାଲି ବେଉରା, ବିପିଏମ ପ୍ରଭାତ ମଲିକ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଓଡିଶା ଗ୍ରାମ୍ୟ ବ୍ୟାଙ୍କର ମାର୍ଶାଘାଇ ଶାଖାର କ୍ୟାସିୟର ସଂଜୀବ ରଥ ଶିବିରକୁ ପରିଚାଳନା କରିଥିଲେ କ୍ଷ ଶିଳିପୁର ପଞ୍ଚାୟତ ସମିତି ସଭ୍ୟା ଭାରତୀ କାନୁନଗୋ, ଏମବିକେ ମାନସୀ ମନ୍ତ୍ରୀଙ୍କ ସମେତ ବହୁ ସିଆରପି, ଶତାଧିକ ମହିଳା ସଦସ୍ୟା ଉପସ୍ଥିତ ଥିଲେ କ୍ଷ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ମାର୍ଶାଘାଇ ଶାଖାର ଦୀପକ କୁମାର ସ୍ୱାଇଁ, ବ୍ୟାଙ୍କ ମିତ୍ର ଜ୍ୟୋତିର୍ମୟୀ ସାମଲ ପ୍ରମୁଖ ଶିବିର ପରିଚାଳନା କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି