
ଭୁବନେଶ୍ୱର, 04 ନଭେମ୍ବର (ହି.ସ.)- ମହାନ ଗଣିତଜ୍ଞ
ଶକୁନ୍ତଳା ଦେବୀଙ୍କ ସ୍ମୃତିଚାରଣ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଏନେଇ ସୋସିଆଲ
ମିଡିଆ ଏକ୍ସରେ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ମହାନ ଗଣିତଜ୍ଞ ଶକୁନ୍ତଳା ଦେବୀ ଜୀଙ୍କ
ଜନ୍ମଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାପୂର୍ବକ ସ୍ମରଣ କରୁଛୁ। ସେ ଜଣେ ଦୂରଦର୍ଶୀ ପ୍ରତିଭା
ଥିଲେ, ଯିଏ ସଂଖ୍ୟାକୁ ଚମତ୍କାର ଏବଂ
ଗଣିତକୁ ପ୍ରେରଣାରେ ପରିଣତ କରିଥିଲେ। ସମଗ୍ର ବିଶ୍ୱରେ ‘ମାନବ କମ୍ପ୍ୟୁଟର’ ଭାବେ ପରିଚିତ
ତାଙ୍କର ଅସାଧାରଣ ପ୍ରତିଭା ଆଜି ମଧ୍ୟ ଆମକୁ ମନେ ପକାଇଦିଏ ଯେ,
ଦୃଢ଼ ସଂକଳ୍ପ, ଜିଜ୍ଞାସା ଓ ବୁଦ୍ଧିମତ୍ତା ଦ୍ୱାରା ଅସମ୍ଭବ ମନେ ହେଉଥିବା କାର୍ଯ୍ୟକୁ ମଧ୍ୟ ସମ୍ଭବ କରାଯାଇପାରେ। ତାଙ୍କର ଅତୁଳନୀୟ ଅବଦାନ ଆଜି ମଧ୍ୟ ପିଢ଼ି ପରେ ପିଢ଼ିକୁ ବଡ଼ ସ୍ୱପ୍ନ ଦେଖିବା,
ଗଭୀର ଚିନ୍ତା କରିବା ଏବଂ ମାନବ ମସ୍ତିଷ୍କର ଅସୀମ
ସମ୍ଭାବନାକୁ ଚିହ୍ନିବା ପାଇଁ ପ୍ରେରଣା ଯୋଗାଇ ଆସୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା