ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଶେଷାଧିକାର ଉଲ୍ଲଂଘନର ନୋଟିସ୍ ଦେବ ଭାଜପା- ରିଜିଜୁ
ନୂଆଦିଲ୍ଲୀ,୧୧ ଫେବୃଆରୀ(ହି.ସ.) – କେନ୍ଦ୍ରୀୟ ସଂସଦୀୟ କାର୍ଯ୍ୟ ମନ୍ତ୍ରୀ କିରେନ ରିଜିଜୁ ବୁଧବାର ଦିନ ଲୋକସଭାରେ ବିରୋଧବ ଦଳ ନେତା ରାହୁଲ ଗାନ୍ଧୀଙ୍କ କଥିତ ଏପଷ୍ଟିନ ଫାଇଲ୍ସକୁ ନେଇ ଲଗାଯାଇଥିବା ଅଭିଯୋଗକୁ ନିରାଧାର କହିଛନ୍ତି। ରିଜିଜୁ କହିଛନ୍ତି ଯେ ବଜେଟ୍ ଉପରେ ଚର୍ଚ୍ଚାରେ ରାହୁଲ ବିନା କୌଣସି
ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଶେଷାଧିକାର ଉଲ୍ଲଂଘନର ନୋଟିସ୍ ଦେବ ଭାଜପା- ରିଜିଜୁ


ନୂଆଦିଲ୍ଲୀ,୧୧ ଫେବୃଆରୀ(ହି.ସ.) – କେନ୍ଦ୍ରୀୟ ସଂସଦୀୟ କାର୍ଯ୍ୟ ମନ୍ତ୍ରୀ କିରେନ ରିଜିଜୁ ବୁଧବାର ଦିନ ଲୋକସଭାରେ ବିରୋଧବ ଦଳ ନେତା ରାହୁଲ ଗାନ୍ଧୀଙ୍କ କଥିତ ଏପଷ୍ଟିନ ଫାଇଲ୍ସକୁ ନେଇ ଲଗାଯାଇଥିବା ଅଭିଯୋଗକୁ ନିରାଧାର କହିଛନ୍ତି। ରିଜିଜୁ କହିଛନ୍ତି ଯେ ବଜେଟ୍ ଉପରେ ଚର୍ଚ୍ଚାରେ ରାହୁଲ ବିନା କୌଣସି ତର୍କ, ପ୍ରମାଣ ବା ପୂର୍ବ ସୂଚନା ଅଭିଯୋଗ ଆଣିଛନ୍ତି। ଏଥିପାଇଁ ବିଜେପି ସଂସଦୀୟ ଦଳ ଆଜି ଲୋକସଭା ଅଧ୍ୟକ୍ଷଙ୍କୁ ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଶେଷାଧିକାର ଉଲ୍ଲଂଘନର ନୋଟିସ୍ ଦେବ।

ରିଜିଜୁ ବୁଧବାର ଦିନ ସଂସଦ ପରିସରରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ରାହୁଲଙ୍କ ପୂରା ଭାଷଣରେ ଯାହା ବି ଭୁଲ୍ କଥା କୁହାଯାଇଛି, ତାକୁ ରେକର୍ଡ଼ରୁ ହଟାଯିବା ଦରକାର। ଏହାସହ ଯେଉଁ ଶବ୍ଦର ପ୍ରୟୋଗ ଅସଂସଦୀୟ ଏବଂ ଯାହା ଭୁଲ୍ ଅଭିଯୋଗ ଲଗାଯାଇଛି, ତାକୁ ମଧ୍ୟ କାର୍ଯ୍ୟରୁ ବାହାର କରାଯିବା ଦରକାର। ଦେଶକୁ ବେଂଚ ଦେଇଥିବା ରାହୁଲଙ୍କ ବୟାନ ଉପରେ ନିଜର ପ୍ରତିକ୍ରିୟାରେ ରିଜିଜୁ କହିଛନ୍ତି ଯେ ଏହି ଦେଶକୁ ନା କୌଣସି ବିକ୍ରି କରିପାରେ ଏବଂ ନା କିଏ କିଣପାରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ପର୍ଯ୍ୟନ୍ତର ସବୁଠାରୁ ମଜଭୁତ ପ୍ରଧାନମନ୍ତ୍ରୀ ଅଟନ୍ତି।

ରିଜିଜୁ କହିଛନ୍ତି ଯେ ରାହୁଲ ଗାନ୍ଧୀ ବିନା ପୂର୍ବ ସୂଚନା ଦେଇ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଉପରେ ଗମ୍ଭୀର ଅଭିଯୋଗ ଲଗାଇଛନ୍ତି। ଏହି ବିଶେଷାଧିକାରର ଉଲ୍ଲଂଘନ ଅଟେ। ଆମେ ଅଧ୍ୟକ୍ଷଙ୍କୁ ଆବଶ୍ୟକ ସୂଚନା ଦେବୁ। ସେ କହିଛନ୍ତି ଯେ ରାହୁଲ ଜାଣିଶୁଣି ବାରମ୍ବାର ଏପରି କରନ୍ତି। ତାଙ୍କ ଭାଷଣ ସାଧାରଣ ଭାବେ ମିଛ ଏବଂ ଅଭିଯୋଗରେ ଭର୍ତି ଥାଏ। ସେ ପଳାଇ ଯାଆନ୍ତି ଏବଂ ମନ୍ତ୍ରୀଙ୍କ ଜବାବ ଶୁଣିବା ପାଇଁ କେବେ ବି ବସନ୍ତି ନାହିଁ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande