
ଜୟପୁର, ୨୧ ଫେବ୍ରୁଆରି (ହି.ସ.) - ଜୟପୁର ସଦର ଥାନା ଅନ୍ତର୍ଗତ ଉମୁରୀ ନିକଟରେ ଦୁଇଜଣ ସ୍କୁଟି ଚାଳକଙ୍କ ଉପର ଦେଇ ଗୋଟିଏ ବଲେରୋ ମାଡିଯିବା ଫଳରେ ଘଟଣା ସ୍ଥଳରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣକୁ ଗୁରୁତର ଅବସ୍ଥାରେ କୋରାପୁଟ ସ୍ଥାନାନ୍ତର କରାଯାଇଛି। ଅବସ୍ଥା ଗୁରୁତର ହେବାରୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି । ମୃତକ ସ୍କୁଟି ଚାଳକ ହେଲେ ଉମୁରୀ ଅଂଚଳର ବିବେକ ନାୟକ। ଏବଂ ଗୁରୁତର ସ୍କୁଟି ଚାଳକ ହେଲେ ନୂଆସାହି ଅଂଚଳର ସତିଶ ସାହୁ(୩୦)।
ସୂଚନା ଅନୁସାରେ ବିବେକ କୁମାର ନାୟକ ଆଜି ଜୟପୁରରୁ କାମ ସାରି ସ୍କୁଟିରେ ଘରକୁ ଫେରୁଥିଲେ ଏବଂ ଅନ୍ୟ ଏକ ସ୍କୁଟି ଚାଳକ ସତିଶ ସାହୁ ଆଇଟିଆଇ କଲେଜ ଯାଉଥିବା ବେଳେ ବୋରିଗୁମ୍ମା ପଟୁ ଖୁବ ଜୋରରେ ଏକ ବଲେରୋ ଆସି ଉଭୟ ସ୍କୁଟି ଚାଳକଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ବିବେକ ନାୟକଙ୍କ ମୃତ୍ୟୁ ହୋଇଯାଇଥିଲା। ସତିଶକୁ ସ୍ଥାନୀୟ ଲୋକେ ଜିଲ୍ଲା ଚିକିତ୍ସାଳୟକୁ ଆଣି ଭର୍ତି କରିବା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ଯୋଗୁଁ ତାଙ୍କୁ କୋରାପୁଟ୍ ସ୍ଥାନାନ୍ତର କରାଯାଇଥିଲା। ସେଠାରୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି । ମୃତ ସ୍କୁଟି ଚାଳକ ବିବେକଙ୍କ ଘର ସମ୍ମୁଖରେ ଏହି ଦୁର୍ଘଟଣାଟି ଘଟିଛି। ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ସଦରଥାନାକୁ ଯାଇ ଆତ୍ମ ସମର୍ପଣ କରିଦେଇଥିଲା। ମୃତ ନାୟକ ଜଣେ ବପ୍ସଶୀ ବାଦକ ଥିବା ବେଳେ ସେ ଆକାଶବାଣୀ କେନ୍ଦ୍ରର ବି ଶ୍ରେଣୀର ବଂଶୀ ବାଦକ ଭାବେ ବେଶ ପରିଚିତ। ସେ ପାରାବେଡା ସଙ୍ଗୀତ ବିଦ୍ୟାଳୟରେ ସଙ୍ଗୀତ ଶିକ୍ଷା ପ୍ରଦାନ କରୁଥିଲେ। ମୃତକଙ୍କ ପରିବାର ଲୋକେ ସନ୍ଧ୍ୟା ୭ଟାରେ ଉମୁରୀ ଠାରେ ରାସ୍ତାରୋକ କରିବା ସହ କ୍ଷତିପୁରଣ ଦାବି କରିଛନ୍ତି। ଘଟଣା ସ୍ଥଳ ରେ ଅତିରିକ୍ତ ତହସିଲ ଦର ଚିତ ରଞ୍ଜନ ପଟ୍ଟନାୟକ ପହଁଚି ରେଡ କ୍ରସ ଫଣ୍ଡ ରୁ ୧୦ ହଜାର ଟଙ୍କା ଆର୍ôଥକ ସହାୟତା ପ୍ରାଦନ କରିଥିଲେ । ଘଟଣା ସ୍ଥଳରେ ସଦରଥାନା ଅଧିକାରୀ ସଚ୍ଚିନ୍ଦ୍ର ନାୟକ ଉପସ୍ଥିତ ରହି ବୁଝାସୁଝା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି