

ସମ୍ବଲପୁର, ୨୧, ଫେବ୍ରୁଆରୀ (ହି.ସ.) ଯେତେ ବୁଝେଇଲେ ବି ବୁଝିଲେନି । ରାଜରାସ୍ତାରେ ଚଳାଚଳ କରୁଥିବା ଅନ୍ୟାନ୍ଯ ଯାନବାହାନ ବା ଲୋକଙ୍କ ଭିଡ଼କୁ ବି ଖାତିର ନାହିଁ । ଏପରିକି ଘର, ସ୍କୁଲ ଓ ଡାକ୍ତରଖାନାରେ ଚିକିତ୍ସାଧୀନ ରୋଗୀଙ୍କ ଜୀବନକୁ ଖାତିର କରୁନଥିବା ବିକଟାଳ ରଡ଼ି ଛାଡ଼ି ଚଳାଚଳ ବୁଲେଟ୍ ଓ ଅନ୍ୟ ଦ୍ରୃତଗାମୀ ଗାଡ଼ି ଉପରେ ଶେଷରେ ଜିଲ୍ଲା ପୋଲିସ ପ୍ରଶାସନ ଅଙ୍କୁଶ ଭିଡିଛି । ଗତ ସପ୍ତାହକ ମଧ୍ୟରେ ସମ୍ବଲପୁର ଟାଉନ ପୋଲିସ ୨୫୦ ରୁ ଉର୍ଦ୍ଧ୍ବ ଗାଡ଼ି ବିରୋଧରେ ମାମଲା ରୁଜୁ କରି ଗାଡି ଗୁଡିକରୁ ସାଇଲେନ୍ସର ଜବତ୍ କରିଛି । ପୋଲିସର ଏତାଦୃଶ କାର୍ଯ୍ୟାନୁଷ୍ଠାନ ଘରର ଗୃହିଣୀ, ବୟସ୍କ ବ୍ୟକ୍ତି ବିଶେଷଙ୍କ ସହ ବହୁ ରୋଗୀ ଆଶ୍ବସ୍ତି ପ୍ରକାଶ କରିବା ସହ ଉଚ୍ଚ ପ୍ରଶଂସା କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ