୨ଟି ପାଣି ପାଉଚ ଉତ୍ପାଦନ କେନ୍ଦ୍ରରେ ଚଢ଼ାଉ, ୮୦ ହଜାର ଟଙ୍କା ଜରିମାନା ଆଦାୟ
ନୂଆପଡ଼ା, ୨୧ ଫେବ୍ରୁଆରି (ହି.ସ.) - ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଖଡ଼ିଆଳ ସହରର ୨ ଟି ପାଣି ପାଉଚ ଉତ୍ପାଦନ କେନ୍ଦ୍ରରେ ଚଢ଼ାଉ କରାଯାଇ ୮୦ ହଜାର ଟଙ୍କା ଜରିମାନା ଆଦାୟ କରଯାଇଛି। ଜିଲ୍ଲାରେ ଏକକ ବ୍ୟବହାର ପ୍ଲାଷ୍ଟିକ ମୁକ୍ତ ପାଇଁ ସଂକଳ୍ପ ନେଇଥିବା ବେଳେ ଦୀର୍ଘ ଦିନରୁ ଜନସାଧାରଣଙ୍କ ଦାବୀ ମ
Paucha utpadan kendra re chadhau


ନୂଆପଡ଼ା, ୨୧ ଫେବ୍ରୁଆରି (ହି.ସ.) - ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଖଡ଼ିଆଳ ସହରର ୨ ଟି ପାଣି ପାଉଚ ଉତ୍ପାଦନ କେନ୍ଦ୍ରରେ ଚଢ଼ାଉ କରାଯାଇ ୮୦ ହଜାର ଟଙ୍କା ଜରିମାନା ଆଦାୟ କରଯାଇଛି। ଜିଲ୍ଲାରେ ଏକକ ବ୍ୟବହାର ପ୍ଲାଷ୍ଟିକ ମୁକ୍ତ ପାଇଁ ସଂକଳ୍ପ ନେଇଥିବା ବେଳେ ଦୀର୍ଘ ଦିନରୁ ଜନସାଧାରଣଙ୍କ ଦାବୀ ମଧ୍ୟ ଥିଲା। ଆଜି ଖଡ଼ିଆଳର ୨ଟି ପାଣି ପାଉଚ ଉତ୍ପାଦନ କେନ୍ଦ୍ରକୁ ଚଢ଼ାଉ କରି ୨୭୨ ପକେଟ୍ ପାଣି ପାଉଚ ଜବତ କରିଥିବା ବେଳେ ୮୦ ହଜାର ଟଙ୍କା ଜରିମାନା ଆଦାୟ ହୋଇଅଛି। ଏଥିରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତାଙ୍କ ସହ ଖଡିଆଳ ତହସିଲଦାର ନରସିଂହ ଗଡବା, ଖଡିଆଳ ବିଡ଼ିଓ ମିଳନ କୁମାର ଟଙ୍କାର, ଖଡିଆଳ ଏନଏସି ନିର୍ବାହୀ ଅଧିକାରୀ ସ୍ୱାଧୀନ କେତନ ମହାରଣା ଓ ଖଡିଆଳ ଏନଏସିର କର୍ମଚାରୀ ସାମିଲ ଥିଲେ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande