
ଭୁବନ, ୯ ଫେବୃଆରୀ (ହି.ସ.)- ଭୁବନ ବ୍ଲକ ଅନ୍ତର୍ଗତ ଯମୁନାକୋଟ ଗ୍ରାମରେ ୪୯ତମ ବାପୁ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଦେଓଗାଁ ଓ ମର୍ଥାପୁର ମଧ୍ୟରେ ଅନୁଷ୍ଠିତ ଉଦଘାଟନୀ ମ୍ୟାଚ୍ ରେ ଦେଓଗାଁ ବିଜୟୀ ହୋଇଥିଲା । ଟସ୍ ରେ ଜିଣି ଦେଓଗାଁ ପ୍ରଥମେ ବ୍ୟାଟିଂ କରି ୧୮ ଓଭର ରେ ୬ ୱିକେଟ ହରାଇ ୨୬୪ ରନ କରିଥିଲା । ଗୁଡୁ ନନ୍ଦ ବ୍ୟକ୍ତିଗତ ଭାବେ ୪୩ ଟି ବଲ ରେ ୧୪୫ ରନ କରିଥିଲେ। ଏହାର ଜବାବରେ ମାର୍ଥାପୁର ଦଳ ନିର୍ଦ୍ଧାରିତ ୧୮ ଓଭରରେ,୯ ୱିକେଟ ହରାଇ ୨୫୨ ରନ କରିବାକୁ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ ସୁଶାନ୍ତ ୨୮ଟି ବଲ ରେ ୬୫ ରନ କରିଥିଲେ । ରାଜେନ୍ଦ୍ର ନାୟକ ଓ କାବୁଲା ବେହେରା ଖେଳ ପରିଚାଳନା କରିଥିଲେ । ଉଦଘାଟନୀ ମ୍ୟାଚ୍ ରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ଧର୍ମାନନ୍ଦ ବରାଳ ମୁଖ୍ୟ ଅତିଥି ଓ ଯମୁନାକୋଟ ସରପଞ୍ଚ ଶ୍ରୀଯୁକ୍ତ ରଞ୍ଜନ ବାରିକ ଏବଂ ପୂର୍ବତନ ସରପଞ୍ଚ ଶ୍ରୀମତୀ ଖୁଲଣା ରାଉତ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ