ଇରାନରେ ଖାମନେଇଙ୍କ ମୃତ୍ୟୁ 40ଦିନର ରାଜକୀୟ ଶୋକ, 7ଦିନ ଛୁଟି ଘୋଷଣା
ତେହରାନ, 01 ମାର୍ଚ୍ଚ (ହି.ସ.)- ଇରାନ ଉପରେ ଆମେରିକା ଏବଂ ଇସ୍ରାଇଲ୍ର ବିମାନ ଆକ୍ରମଣରେ ଇସ୍ଲାମିକ ବିପ୍ଲବର ନେତା ଆୟାତୁଲ୍ଲା ସୟ୍ୟଦ ଆଲି ଖାମେନେଇଙ୍କ ମୃତ୍ୟୁ ପରେ ୪୦ ଦିନର ରାଜ୍ୟ ଶୋକ ଏବଂ ସାତ ଦିନର ସରକାରୀ ଛୁଟି ଘୋଷଣା କରାଯାଇଛି। ଇରାନର ସରକାରୀ ପ୍ରସାରକ ଆଇ
ଇରାନ


ତେହରାନ, 01 ମାର୍ଚ୍ଚ (ହି.ସ.)- ଇରାନ ଉପରେ

ଆମେରିକା ଏବଂ ଇସ୍ରାଇଲ୍ର ବିମାନ ଆକ୍ରମଣରେ ଇସ୍ଲାମିକ ବିପ୍ଲବର ନେତା ଆୟାତୁଲ୍ଲା ସୟ୍ୟଦ ଆଲି

ଖାମେନେଇଙ୍କ ମୃତ୍ୟୁ ପରେ ୪୦ ଦିନର ରାଜ୍ୟ ଶୋକ ଏବଂ ସାତ ଦିନର ସରକାରୀ ଛୁଟି ଘୋଷଣା

କରାଯାଇଛି। ଇରାନର ସରକାରୀ ପ୍ରସାରକ ଆଇଆରଆଇବି ରବିବାର ସକାଳେ କହିଛି ଯେ, ଏହି ଆକ୍ରମଣରେ ଖାମେନେଇଙ୍କ ଶହାଦତ ଘଟିଛି।

ଇରାନ ଇଣ୍ଟରନେଶନାଲ୍ର ଖବର

ଅନୁସାରେ, ଏହା ପରେ ସତ୍ୱର ଇରାନୀ ମନ୍ତ୍ରିମଣ୍ଡଳ ସାତ ଦିନର ସାର୍ବଜନିକ ଛୁଟି

ଏବଂ ୪୦ ଦିନର ରାଜ୍ୟ ଶୋକ ଘୋଷଣା କରିଛି। ସହିତ ତିନି ସଦସ୍ୟ ଥିବା ଏକ ନେତୃତ୍ୱ ପରିଷଦ (ମାର୍ଗଦର୍ଶକ

ମଣ୍ଡଳ) ଗଠନର ଘୋଷଣା ମଧ୍ୟ କରାଯାଇଛି। ଇରନାର ଅନୁସାରେ, ଏହି ପରିଷଦ କିଛି ସମୟ ପର୍ଯ୍ୟନ୍ତ ସର୍ବୋଚ୍ଚ ନେତାଙ୍କ ଭୂମିକା ପାଳନ କରିବ।

ଇରାନର ସଂବିଧାନ ଅନୁସାରେ, ନୂତନ ସର୍ବୋଚ୍ଚ ନେତା ଚୟନ ହେବା ପର୍ଯ୍ୟନ୍ତ ଏପରି ପରିଷଦ

ନେତୃତ୍ୱର ଶକ୍ତି ନିଜ ହାତରେ ନେଇପାରେ। ଏହି ମଧ୍ୟରେ ଇସ୍ଲାମିକ ରିଭୋଲ୍ୟୁଶନାରୀ ଗାର୍ଡ

କର୍ପ୍ସ (ଆଇଆରଜିସି) କହିଛି ଯେ, ଇସ୍ଲାମିକ ରିପବ୍ଲିକ ଅଫ୍ ଇରାନର ଇତିହାସର ସବୁଠାରୁ ବିପଦଜନକ ଆକ୍ରମଣ ଆରମ୍ଭ ହେବାକୁ

ଯାଉଛି। ଏହାର ସୂଚନା ଇରାନର ଅର୍ଧ-ସରକାରୀ ଫାର୍ସ ନ୍ୟୁଜ୍ ଏଜେନ୍ସି ଦେଇଛି। ଏଜେନ୍ସି କହିଛି

ଯେ, ଏହି ଆକ୍ରମଣ କେବଳ କିଛି ମୁହୂର୍ତ୍ତ ମଧ୍ୟରେ ଆରମ୍ଭ ହେବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande