
ନୂଆଦିଲ୍ଲୀ, 14 ମାର୍ଚ୍ଚ (ହି.ସ.)- ଟାଟା ଗ୍ରୁପ ନେତୃତ୍ୱରେ ଥିବା ଏୟାର ଇଣ୍ଡିଆ ଓ
ଏଆଇ ଏକ୍ସପ୍ରେସ ଆଜି (ଶନିବାର) ପଶ୍ଚିମ ଏସିଆ ଅଞ୍ଚଳକୁ ଯାଉଥିବା ଓ ସେଠାରୁ ଆସୁଥିବା ମୋଟ
80ଟି ନିର୍ଦ୍ଧାରିତ ଓ ଅନିର୍ଦ୍ଧାରିତ ବିମାନ ସେବା ପରିଚାଳନା କରିବେ।
ଏୟାର ଇଣ୍ଡିଆ ‘ଏକ୍ସ’ ରେ ପୋଷ୍ଟ କରିଥିବା ବିବୃତିରେ
କହିଛି ଯେ ଦୁଇଟି ବିମାନ ସେବା 14 ମାର୍ଚ୍ଚରେ ଜେଦ୍ଦାଓ ମସ୍କାଟପାଇଁ ନିଜନିଜ ନିର୍ଦ୍ଧାରିତ ସେବା ଚାଲୁ ରଖିବେ। ଏଥିରେ ମୋଟ 18ଟି ଉଡାଣ ଅଛି। ଆମେରିକା,
ଇସ୍ରାଏଲ ଓ ଇରାନମଧ୍ୟରେ ଏହି ଅଞ୍ଚଳରେ ଚାଲୁଥିବା ସଂଘର୍ଷ ହେତୁ ବିମାନ ଚାଳନା ଅନେକ ପରିମାଣରେ ପ୍ରଭାବିତ
ହୋଇଛି।
କମ୍ପାନୀ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି, “ନିର୍ଦ୍ଧାରିତ ସେବା ସହିତ ସହିତ, ଏୟାର ଇଣ୍ଡିଆ ଓ ଏଆଇ ଏକ୍ସପ୍ରେସ ମିଶିକରି
ୟୁନାଇଟେଡ ଆରବ ଏମିରେଟ୍ସଏବଂ ସାଉଦି ଆରବରୁ ଆସୁଥିବା ଓ ସେଠାକୁ ଯାଉଥିବା ମୋଟ 62ଟି
ଅନିର୍ଦ୍ଧାରିତ ଉଡାଣ ପରିଚାଳନା କରିବେ। ଏହି ଉଡାଣଗୁଡିକ ପ୍ରସ୍ଥାନ ବିମାନବନ୍ଦରରେ ସ୍ଲଟ୍
ଉପଲବ୍ଧତା ଓ ଅନ୍ୟାନ୍ୟ ଚାଲୁ ପରିସ୍ଥିତି ଉପରେ ନିର୍ଭର କରିବ।”
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା