ଦିଲ୍ଲୀ-କୋଲକାତାରେ ୧୪.୧୩ କୋଟି ମୂଲ୍ୟର ସାମଗ୍ରୀ ଜବତ କଲା ଡିଆରଆଇ : ୬ ଗିରଫ
ନୂଆଦିଲ୍ଲୀ, ୧୫ ମାର୍ଚ୍ଚ (ହି.ସ.)- ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ) ଦିଲ୍ଲୀ ଏବଂ କୋଲକାତାରେ ଚାଲିଥିବା ବିଦେଶୀ ସୁନା ଚୋରା ଚାଲାଣର ଏକ ସଂଗଠିତ ରାକେଟର ପର୍ଦ୍ଦାଫାସ କରିଛି, ଛଅ ଜଣଙ୍କୁ ଗିରଫ କରିଛି । ସୁନା, ରୂପା ଏବଂ ଭାରତୀୟ ମୁଦ୍ରା ସମେତ ସମ୍ପତି ଜବତ କରାଯାଇଛି, ଯାହା ମୋଟ୍ ୧୪.
ଦିଲ୍ଲୀ-କୋଲକାତାରେ ୧୪.୧୩ କୋଟି ମୂଲ୍ୟର ସାମଗ୍ରୀ ଜବତ କଲା ଡିଆରଆଇ : ୬ ଗିରଫ


ନୂଆଦିଲ୍ଲୀ, ୧୫ ମାର୍ଚ୍ଚ (ହି.ସ.)- ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ) ଦିଲ୍ଲୀ ଏବଂ କୋଲକାତାରେ ଚାଲିଥିବା ବିଦେଶୀ ସୁନା ଚୋରା ଚାଲାଣର ଏକ ସଂଗଠିତ ରାକେଟର ପର୍ଦ୍ଦାଫାସ କରିଛି, ଛଅ ଜଣଙ୍କୁ ଗିରଫ କରିଛି । ସୁନା, ରୂପା ଏବଂ ଭାରତୀୟ ମୁଦ୍ରା ସମେତ ସମ୍ପତି ଜବତ କରାଯାଇଛି, ଯାହା ମୋଟ୍ ୧୪.୧୩ କୋଟିରୁ ଅଧିକ ।

ଏଜେନ୍ସି କହିଛି ଯେ, ଏହି ଚୋରା ବିଦେଶୀ ସୁନା ରେଳପଥରେ ଦିଲ୍ଲୀକୁ ଅଣାଯାଇଥିଲା । ସେଠାରେ, କୌଣସି ଚିହ୍ନଟ ଚିହ୍ନ ହଟାଇବା ପାଇଁ ଏହାକୁ ବେଆଇନ ୟୁନିଟରେ ତରଳା ଯାଇଥିଲା ଏବଂ ତା'ପରେ ସ୍ଥାନୀୟ ସୁନା ବଜାରରେ ଗୁପ୍ତ ଭାବରେ ବିକ୍ରି କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande