ମଣିପୁରରେ ୬୦ କେଜି ବିସ୍ଫୋଟକ ସହିତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ
ଇମ୍ଫାଲ, ୧୫ ମାର୍ଚ୍ଚ (ହି.ସ.)- ସୁରକ୍ଷା ବାହିନୀ ମଣିପୁରରେ ସର୍ଚ୍ଚ ଅପରେସନ୍ ଚଳାଇ ଅବୈଧ ଅସ୍ତ୍ରଶସ୍ତ୍ର ଜବତ କରିବା ସହ ରାଜ୍ୟର ସମ୍ବେଦନଶୀଳ ଅଂଚଳରେ ଯାନବାହାନର ସୁରକ୍ଷିତ ଯାତାୟାତ ସୁନିଶ୍ଚିତ କରିବା ପାଇଁ ସୁରକ୍ଷା ଯୋଗାଇ ଦେଉଛନ୍ତି । ସୁରକ୍ଷା ବାହିନୀ ଚୁରାଚାନ୍ଦପୁର ଜିଲ୍ଲାରେ ଏକ ବିପୁଳ ପ
ମଣିପୁରରେ ୬୦ କେଜି ବିସ୍ଫୋଟକ ସହିତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ


ଇମ୍ଫାଲ, ୧୫ ମାର୍ଚ୍ଚ (ହି.ସ.)- ସୁରକ୍ଷା ବାହିନୀ ମଣିପୁରରେ ସର୍ଚ୍ଚ ଅପରେସନ୍ ଚଳାଇ ଅବୈଧ ଅସ୍ତ୍ରଶସ୍ତ୍ର ଜବତ କରିବା ସହ ରାଜ୍ୟର ସମ୍ବେଦନଶୀଳ ଅଂଚଳରେ ଯାନବାହାନର ସୁରକ୍ଷିତ ଯାତାୟାତ ସୁନିଶ୍ଚିତ କରିବା ପାଇଁ ସୁରକ୍ଷା ଯୋଗାଇ ଦେଉଛନ୍ତି । ସୁରକ୍ଷା ବାହିନୀ ଚୁରାଚାନ୍ଦପୁର ଜିଲ୍ଲାରେ ଏକ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଉଦ୍ଧାର କରିଛନ୍ତି ।

ରବିବାର ଜାରି ଏକ ବିବୃତିରେ, ମଣିପୁର ପୋଲିସ ମୁଖ୍ୟାଳୟ କହିଛି ଯେ, ଶନିବାର ଚୁରାଚାନ୍ଦପୁର ଜିଲ୍ଲାର ହେଙ୍ଗଲେପ୍ ଥାନା ଅନ୍ତର୍ଗତ ପୁରୁଣା ନାବିଲ ର ଥାଙ୍ଗଜିଂଗ ଟପ୍ ପୂର୍ବ ଅଂଚଳରେ ଏକ ଅଭିଯାନ ସମୟରେ, ସୁରକ୍ଷା ବାହିନୀ ପ୍ରାୟ ୭ ଫୁଟ ଲମ୍ବା ଏବଂ ପ୍ରାୟ ୬୦ କିଲୋଗ୍ରାମ ବିସ୍ଫୋରକ ଥିବା ଏକ ଦେଶୀ ନିର୍ମିତ ରକେଟ, ଏକ ଦେଶୀ ନିର୍ମିତ ସିଙ୍ଗଲ୍-ବ୍ୟାରେଲ୍ ବନ୍ଧୁକ, ସାତୋଟି ୭.୬୨ ମି.ମି. ଖାଲି ଖୋକା, ଚାରୋଟି ମାଗାଜିନ୍, ଏକ ମୋର୍ଟାର ବୋମା ଏବଂ ଏକ ଦେଶୀ ନିର୍ମିତ ମୋର୍ଟାର/ପମ୍ପ ଜବତ କରିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande