ସିଏଆରଏ ର ଗ୍ରହଣ ପ୍ରକ୍ରିୟାକୁ ସୁଦୃଢ଼କରିବା ପାଇଁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି
ନୂଆଦିଲ୍ଲୀ, ୧୬ ମାର୍ଚ୍ଚ (ହି.ସ.) - କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ଅଧିନରେ ଥବବା ଏକ ସାମ୍ବିଧାନିକ ସଂସ୍ଥା, କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ଗ୍ରହଣ ସମ୍ବଳ ପ୍ରାଧିକରଣ (ସିଏଆରଏ) ଦେଶରେ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଏବଂ ସୁରକ୍ଷିତ କରିବା ପାଇଁ ତିନୋଟି ଗୁରୁତ୍ୱ
ସିଏଆରଏ ର ଗ୍ରହଣ ପ୍ରକ୍ରିୟାକୁ ସୁଦୃଢ଼କରିବା ପାଇଁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି


ନୂଆଦିଲ୍ଲୀ, ୧୬ ମାର୍ଚ୍ଚ (ହି.ସ.) - କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ଅଧିନରେ ଥବବା ଏକ ସାମ୍ବିଧାନିକ ସଂସ୍ଥା, କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ଗ୍ରହଣ ସମ୍ବଳ ପ୍ରାଧିକରଣ (ସିଏଆରଏ) ଦେଶରେ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଏବଂ ସୁରକ୍ଷିତ କରିବା ପାଇଁ ତିନୋଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ସ୍ମାରକପତ୍ର ଜାରିକରିଛି । ମନ୍ତ୍ରଣାଳୟ ଅନୁଯାୟୀ ଶିଶୁମାନଙ୍କ ଅଧିକାରର ସୁରକ୍ଷା ଏବଂ ରେକର୍ଡ଼ର ସୁରକ୍ଷିତ ରକ୍ଷଣାବେକ୍ଷଣ ସୁନିଶ୍ଚିତ କରିବା ମୁଖ୍ୟ ଉଦ୍ଦେଶ୍ୟ ସହିତ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳର ରାଜ୍ୟ ଗ୍ରହଣ ସମ୍ବଳ ଏଜେନସି ଗୁଡ଼ିକୁ ନିର୍ଦ୍ଦେଶାବଳୀ ପଠାଯାଇଛି । ସିଏଆରଏ ସ୍ପଷ୍ଟ କରିଛି ଯେ, କିଶୋର ନ୍ୟାୟ ଆଇନ, ୨୦୧୫ (ସଂଶୋଧିତ ୨୦୨୧) ଅନୁଯାୟୀ କୌଣସି ଶିଶୁକୁ ପୋଷ୍ୟ ଗ୍ରହଣ ପାଇଁ ଆଇନଗତ ଭାବରେ ମୁକ୍ତ ଘୋଷଣା କରିବା ପୂର୍ବରୁ ସମସ୍ତ ବୈଧାନିକ ପ୍ରକ୍ରିୟା ପୂରଣ କରିବା ବାଧ୍ୟତାମୂଳକ । ଅନାଥ ପିଲାମାନଙ୍କ କ୍ଷେତ୍ରରେ ଉପଯୁକ୍ତ ତଦନ୍ତ ଏବଂ ସେମାନଙ୍କ ପିତାମାତାଙ୍କୁ ଖୋଜିବା ପାଇଁ ପ୍ରୟାସ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାପ୍ତ ହେବା ଆବଶ୍ୟକ । ଆତ୍ମସମର୍ପଣ କରିଥିବା ପିଲାମାନଙ୍କ ପାଇଁ ଆଇନ ଅନୁଯାୟୀ ନିର୍ଦ୍ଧାରିତ ଦୁଇ ମାସର ବାଧ୍ୟତାମୂଳକ ପୁନଃବିଚାର ଅବଧିକୁ କଡ଼ାକଡ଼ି ପାଳନ କରିବାକୁ ପଡ଼ିବ । କେବଳ ସେତେବେଳେ ସେମାନଙ୍କୁ ପୋଷ୍ୟ ଗ୍ରହଣ ପାଇଁ ବର୍ଗୀକୃତ କରାଯାଇପାରିବ । ପୋଷ୍ୟ ଗ୍ରହଣ ସଂସ୍ଥା (ଏସଏଏ) କିମ୍ବା ଶିଶୁ ଯତ୍ନ ପ୍ରତିଷ୍ଠାନ (ସିସିଆଇ) ବନ୍ଦ କିମ୍ବା ମିଶ୍ରଣ ହେଲେ ପିଲାମାନଙ୍କର ରେକର୍ଡ଼ ହଜିଯାଏ । ତେଣୁ ସିଏଆରଏ ନିର୍ଦ୍ଦେଶ ଦେଇଛି ଯେ, ସଂସ୍ଥାର କାର୍ଯ୍ୟକ୍ଷମ ସ୍ଥିତି ଯାହା ହେଉନା କାହିଁକି, ରେକର୍ଡ଼ ଗୁଡ଼ିକର ସୁରକ୍ଷା ଦାୟିତ୍ୱ ରହିବ । ରେକର୍ଡ଼ ନଷ୍ଟ କରିବା କିମ୍ବା ଫୋପାଡ଼ି ଦେବା ଏକ ଆଇନଗତ ଅପରାଧ । ତୃତୀୟ ନିର୍ଦ୍ଦେଶନାମା, କିଶୋର ନ୍ୟାୟ ଆଇନର ଧାରା ୭୪କୁ ଉଦ୍ଧୃତ କରି, ପିଲାମାନଙ୍କର ପରିଚୟ ପ୍ରକାଶ କରିବା ଉପରେ ସମ୍ପୂର୍ଣ୍ଣ ନିଷେଧ ଲଗୁ କରିଛି । କୌଣସି ପିଲାଙ୍କ ଫଟୋ ଭିଡ଼ିଓ କିମ୍ବା ପରିଚୟ ସୂଚନା ସୋସିଆଲ ମିଡ଼ିଆ କିମ୍ବା କୌଣସି ସାର୍ବଜନୀନ ପ୍ଲାଟଫର୍ମରେ ସେୟାର କରାଯାଇପାରିବ ନାହିଁ । ଗୋପନୀୟତା ଭଙ୍ଗ କରୁଥିବା ଅଧିକାରୀ କିମ୍ବା ପ୍ରତିଷ୍ଠାନ ବିରୁଦ୍ଧରେ ଧାରା ୭୪ (୩) ଅନୁଯାୟୀ କଠୋର ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ନିର୍ଦ୍ଦେଶାବଳୀ ମାଧ୍ୟମରେ ସିଏଆରଏ ଶିଶୁମାନଙ୍କୁ ଗ୍ରହଣ କରିବା ପ୍ରଣାଳୀରେ ଦାୟିତ୍ୱ ସୁନିଶ୍ଚିତ କରିବା ଏବଂ ସେମାନଙ୍କ ମର୍ଯ୍ୟାଦା ଏବଂ ଅଧିକାରକୁ ସୁରକ୍ଷା ଦେବାର ଲକ୍ଷ୍ୟ ରଖିଛି । ଏହି ନିୟମ ଗୁଡ଼ିକର କଡ଼ା ପାଳନ ସୁନିଶ୍ଚିତ କରିବାକୁ ପ୍ରାଧିକରଣ ସମସ୍ତ ରାଜ୍ୟକୁ ଅନୁରୋଧ କରିଛି ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande