ଅଂଶୁପ୍ରୀୟା ସୁରଜାଲ ନିଶୁଲ୍କ ଶିକ୍ଷାକେନ୍ଦ୍ରରେ ସମ୍ମାନ ସମାରୋହ
ଅଂଶୁପ୍ରୀୟା ସୁରଜାଲ ନିଶୁଲ୍କ ଶିକ୍ଷାକେନ୍ଦ୍ରରେ ସମ୍ମାନ ସମାରୋହ
ଅଂଶୁପ୍ରୀୟା ସୁରଜାଲ ନିଶୁଲ୍କ ଶିକ୍ଷାକେନ୍ଦ୍ରରେ ସମ୍ମାନ ସମାରୋହ


ଅଂଶୁପ୍ରୀୟା ସୁରଜାଲ ନିଶୁଲ୍କ ଶିକ୍ଷାକେନ୍ଦ୍ରରେ ସମ୍ମାନ ସମାରୋହ


ସମ୍ବଲପୁର,୨୯, ମାର୍ଚ୍ଚ (ହି.ସ.)

ସମ୍ବଲପୁର ମହାନଗର ସ୍ଥିତ ଆମ୍ବେଦକର ନଗର ସ୍ଥିତ ଅଂଶୁପ୍ରୀୟା ସୁରଜାଲ ନିଶୁଲ୍କ ଶିକ୍ଷାକେନ୍ଦ୍ରରେ ରବିବାର ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାକେନ୍ଦରର ତିନିଜଣ ଛାତ୍ରୀଛାତ୍ର ଚଳିତ ବର୍ଷ ଓଡିଶା ଆଦର୍ଶ ବିଦ୍ୟାଳୟରେ ଚୟନ ହୋଇଥିବାରୁ ସେମାନଙ୍କୁ ସମ୍ବଦ୍ଧିତ କରାଯାଇଥିଲା । ସମ୍ମାନ କାର୍ଯ୍ୟକ୍ରମରେ ସମ୍ବଲପୁର ପ୍ରେସ କ୍ଲବର ସାଧାରଣ ସମ୍ପାଦକ ଭବାନୀଶ ଭୋଇ ଏବଂ ସାମାଜିକ କର୍ମୀ ମାନସ ପୁରୋହିତ ଅତିଥି ଭାବେ ଯୋଗ ଦେଇଥିବା ବେଲେ କାର୍ଯ୍ୟକ୍ରମକୁ ଅଂଶୁପ୍ରୀୟା ଶିକ୍ଷା ସମ୍ପାଦକ ମଧୁରାଜ ନାୟକ ପରିଚାଳନା କରିଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ଅରୁଣ ସୁରଜାଲଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ବସ୍ତୀ ଅଞ୍ଚଳରେ ଶିକ୍ଷାର ଆଳୋକ ପହଞ୍ଚାଇବା ପାଇଁ କରାଯାଉଥିବା ଚେଷ୍ଟା ବିଷୟରେ ଅତିଥି ମାନେ ପ୍ରଶଂସା କରିିଥିଲେ । ଝିଅର ପରଲୋକ ପରେ ତାଙ୍କ ସ୍ମୃତିରେ ବସ୍ତୀର ଅନ୍ୟ ଶିଶୁ ମାନଙ୍କୁ ସୁଶିକ୍ଷିତ କରିବାର ସଂକଲ୍ପ ତିନି ବର୍ଷ ମଧ୍ୟରେ ବହୁ ଛାତ୍ରୀଛାତ୍ରଙ୍କୁ ଶିକ୍ଷାର ମହତ୍ତ୍ବ ବୁଝିବାର ସହାକ କରିଥିବା ଅତିଥି ମାନେ କହିଥିଲେ । ଚଲିତ ବର୍ଷ ଶିକ୍ଷାକେନ୍ଦ୍ରର ତନୟ ବାଗ, ଶୁଭଶ୍ରୀ ତାଣ୍ଡୀ, ତାପସ ସୁନା ଆଦର୍ଶର ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ନାମ ଳେଖାତ୍ବା ପାଇଁ ଚୟନ ହୋଇଥିବାରୁ ସମସ୍ତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାସହ ଶିକ୍ଷାକେନ୍ଦ୍ରରେ ହୋଇଥିବା ସୁନ୍ଦର ହସ୍ତାକ୍ଷର ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଅଂଶୁପ୍ରୀୟା ସୁରଜାଲ ନିଶୁଲ୍କ ଶିକ୍ଷାକେନ୍ଦ୍ରର ଶିକ୍ଷକ ବିଭୁତି ରଞ୍ଜିତ, ଆୟୁଶ ସୁରଜାଲ, ଅନିକେଶ ସୁରଜାଲ, ପଦୁ ସୁରଜାଲ, କଳା ଶିକ୍ଷକ ସୁଶାନ୍ତ ଗର୍ଡିଆ, ନୃତ୍ୟ ଶିକ୍ଷକ ପ୍ରଭାତ ବେସନ ପ୍ରମୁଖଙ୍କୁ ମଧ୍ୟ ସେମାନଙ୍କ ଯୋଗଦାନ ପାଇଁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଯୁରନ୍ଦା ରାଜହଂସ ଧନ୍ୟବାଦ ଅର୍ପଣ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande