ଚତୁର୍ଥ ଥର ଧାମନଗର ଓକିଲ ସଂଘର ସଭାପତି ଅଶୋକ କୁମାର ଦାସ ନିର୍ଦ୍ୱନ୍ଦରେ ନିର୍ବାଚିତ, ଛୁଟିଛି ଶୁଭେଛାର ଶୂଅ
ଭଦ୍ରକ, ୨୯ ମାର୍ଚ୍ଚ (ହି.ସ.) - ରାଜ୍ୟ ଆଇନଜୀବୀ ପରିଷଦ ନିର୍ଦ୍ଦେଶ ଅନୁସାରେ ଚଳିତ ବର୍ଷ ମାର୍ଚ୍ଚ ମାସ ଶେଷ ଶନିବାର ଅର୍ଥାତ ୨୮ତାରିଖରେ ସାରା ଓଡିଶାର ବିଭିନ୍ନ ଓକିଲ ସଂଘର ନିର୍ବାଚନ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସେହି ଅନୁସାରେ ଧାମନଗର ଓକିଲ ସଂଘ ପକ୍ଷରୁ ବିଧିବଧ ଭାବେ ନିର୍ବାଚନ
DHAMNAGAR OKILA SANGHA ELECTION


ଭଦ୍ରକ, ୨୯ ମାର୍ଚ୍ଚ (ହି.ସ.) - ରାଜ୍ୟ ଆଇନଜୀବୀ ପରିଷଦ ନିର୍ଦ୍ଦେଶ ଅନୁସାରେ ଚଳିତ ବର୍ଷ ମାର୍ଚ୍ଚ ମାସ ଶେଷ ଶନିବାର ଅର୍ଥାତ ୨୮ତାରିଖରେ ସାରା ଓଡିଶାର ବିଭିନ୍ନ ଓକିଲ ସଂଘର ନିର୍ବାଚନ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସେହି ଅନୁସାରେ ଧାମନଗର ଓକିଲ ସଂଘ ପକ୍ଷରୁ ବିଧିବଧ ଭାବେ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଅଛି। ଓକିଲ ସଂଘର ୫୭ଜଣ ଆଇନଜୀବୀ ଭୋଟର ତାଲିକାରେ ଥିବା ଆଇନଜୀବୀ ପରିଷଦ ତାରଫରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଗତ ୭ ତାରିଖ ଦିନ ଓକିଲ ସଂଘ ଗୃହରେ ବିଭିନ୍ନ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରାଯାଇଥିଲା। ଚଳିତ ମାସ ଓକିଲ ସଂଘର ଲଗାତାର ଭାବେ ଚତୁର୍ଥ ଥର ପାଇଁ ସଭାପତି ଅଶୋକ କୁମାର ଦାସ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ବେଳେ ଦ୍ୱିତୀୟ ଥର ପାଇଁ ସାଧାରଣ ସମ୍ପାଦକ ଭାବେ ରଞ୍ଜିତ କୁମାର ମହାନ୍ତି ନିର୍ବାଚିତ ହୋଇଛନ୍ତି। ସେହିପରି ଦ୍ୱିତୀୟ ଥର ପାଇଁ କୋଷାଧକ୍ଷ ଭାବେ ପର୍ଶୁରାମ ମହାପାତ୍ର,ଉପସଭାପତି ଭାବେ ବିଜୟ କୁମାର ରାମ,ସହ ସମ୍ପାଦକ ଭାବେ ମିନତୀ ମଲ୍ଲିକ,କାର୍ଯକାରୀ ସଭ୍ୟ ଭାବେ ମନୋଜ କୁମାର ଗୁପ୍ତା ଓ ଶାନ୍ତନୁ ଦାସ ନାମାଙ୍କନ ଦାଖଲ କରିଥିବା ବେଳେ ତାଙ୍କ ବିରୁଦ୍ଧରେ କୌଣସି ଓକିଲ ନାମାଙ୍କନ ପତ୍ର ଦାଖଲ କରିନଥିଲେ। ଯାହା ଫଳରେ ଆନୁଷ୍ଠାନିକ ଭାବେ ନିର୍ବାଚନ ଅଧିକାରୀ ନିରାକାର ଜେନା ନିର୍ଦୋନ୍ଦରେ ନିର୍ବାଚିତ ହୋଇଥିବା ପ୍ରତିନିଧିଙ୍କ ନାମ ବିଦ୍ଧିବଧ ଭାବେ ବିଜ୍ଞପ୍ତି ପ୍ରକାଶ କରି ରାଜ୍ୟ ଆଇନଜୀବୀ ପରିଷଦ କୁ ଜଣାଇ ଦିଆଯାଇଛି ବୋଲି ଶ୍ରୀ ଜେନା ସୂଚନା ଦେଇଛନ୍ତି। ତେବେ ଆସନ୍ତା ୨ତାରିଖ ଦିବା ୧୨ଘଟିକା ସମୟରେ ଓକିଲ ସଂଘ ଗୃହରେ ନିର୍ବାଚିତ ପ୍ରତିନିଧି ମାନେ ଆନୁଷ୍ଠାନିକ ଭାବେ ଶପଥ ପାଠ କରି ଦାୟିତ୍ୱ ଗ୍ରହଣ କରିବେ ବୋଲି ସୂଚନା ମିଳିଛି। ଚଳିତ ବର୍ଷ ସର୍ବ ସହମ୍ମତି କ୍ରମେ ଚତୁର୍ଥ ଥର ପାଇଁ ଓକିଲ ସଂଘର ସଭାପତି ଭାବେ ଅଶୋକ କୁମାର ଦାସ ନିର୍ବାଚିତ ହୋଇଥିବାରୁ ଓକିଲ ବନ୍ଧୁ ମାନଙ୍କୁ କୃତଜ୍ଞତା ଜ୍ଞାପନ ଜଣାଇବା ସହ ସଂଘର ଉନ୍ନତି ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିବା ବେଳେ ଆଇନଜୀବୀ,ବୁଦ୍ଧିଜୀବୀ,ସମାଜସେବୀଙ୍କ ସମେତ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଛାର ସୁଅ ଛୁଟିଛି। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande