ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ପାଳିତ
ଖୋର୍ଦ୍ଧା, 01 ଏପ୍ରିଲ୍ (ହି.ସ.)ମଣିଷ ଆଗକୁ ଚାଲିବାକୁ ହେଲେ ଇତିହାସ ର ଆବଶ୍ୟକତା ଅଛି l ଇତିହାସକୁ ଚିହ୍ନ୍ନିଲେ ନିଜର ଶକ୍ତିକୁ ପରିସ୍ଫୁଟନ କଲେ ଆମେ ଆଗକୁ ବଢ଼ି ନିଜର ସମାଜ, ରାଜ୍ୟ ଓ ରାଷ୍ଟ୍ରର ଉନ୍ନତି ସାଧିତ କରିପାରିବା l ସୀତାଙ୍କୁ ଠାବ କରିବା ପାଇଁ ଜାମ୍ବବାନ ହନୁମାନର ଶକ୍ତି ବିଷୟରେ ଅବ
Odisha


ଖୋର୍ଦ୍ଧା, 01 ଏପ୍ରିଲ୍ (ହି.ସ.)ମଣିଷ ଆଗକୁ ଚାଲିବାକୁ ହେଲେ ଇତିହାସ ର ଆବଶ୍ୟକତା ଅଛି l ଇତିହାସକୁ ଚିହ୍ନ୍ନିଲେ ନିଜର ଶକ୍ତିକୁ ପରିସ୍ଫୁଟନ କଲେ ଆମେ ଆଗକୁ ବଢ଼ି ନିଜର ସମାଜ, ରାଜ୍ୟ ଓ ରାଷ୍ଟ୍ରର ଉନ୍ନତି ସାଧିତ କରିପାରିବା l ସୀତାଙ୍କୁ ଠାବ କରିବା ପାଇଁ ଜାମ୍ବବାନ ହନୁମାନର ଶକ୍ତି ବିଷୟରେ ଅବଗତ ଓ ସଚେତନ କରାଇଥିଲା l ଠିକ୍ ସେହିପରି ଛାତ୍ର ଛାତ୍ରୀ ମାନେ ଇତିହାସକୁ ପଢ଼ି ମହାପୁରୁଷ ମାନଙ୍କ ତ୍ୟାଗ ଆଦର୍ଶରେ ଅନୁପ୍ରାଣିତ ହୋଇ ଇତିହାସକୁ ନିଜ ଆଦର୍ଶରେ ଲଗାଇପାରିଲେ ନିଶ୍ଚିତ ଭାବେ ସେମାନେ ମଧ୍ୟ ମହାପୁରୁଷ ହୋଇ ଏ ଦେଶ ରାଷ୍ଟ୍ର ନିର୍ମାଣରେ ଜଣେ ଜଣେ ବିନ୍ଧାଣୀ ହେବା ସହ ରାଷ୍ଟ୍ରକୁ ଗୌରବାନ୍ୟୁତ କରି ନିଜର ଏବଂ ଓଡ଼ିଶା ଓ ଦେଶର ବିକାଶ ର ସ୍ବପ୍ନ ଦେଖି ବିକଶିତ ଓଡ଼ିଶା ୨୦୩୬ ଓ ବିକଶିତ ଭାରତ ୨୦୪୭ ସାକାର କରି ଗଢିତୋଳିବାକୁ ସ୍ଥାନୀୟ ଜୟୀ ରାଜଗୁରୁ ଟାଉନ ହଲ ପରିସରରେ ଆୟୋଜିତ ଜିଲ୍ଲା ସ୍ତରୀୟ ଓଡିଶା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଯୋଗ ଦେଇ ନିଜର ଉଦବୋଧନର ଆହ୍ଵାନ ଦେଇଛନ୍ତି l ସମ୍ମାନିତ ଅତିଥି ଭାବେ ବିଧାୟକ ଖୋର୍ଦ୍ଧା ପ୍ରଶାନ୍ତ କୁମାର ଜଗଦେବ ଯୋଗଦେଇ କହିଲେ ଓଡ଼ିଶାର ଜନ୍ମ ଦିନ ଆଜି ଆମେ ପାଳନ କରୁ ଥିବାରୁ ନିଜକୁ ଗର୍ବ ଅନୁଭବ କରିବା l ଇତିହାସ ହିଁ ସମ୍ବୃଦ୍ଧି, ଆଜିର ଯୁବକ ଏହାକୁ ଜାଣିବା ଦରକାର l ଆମେ ଆଜି ନବେ ବର୍ଷ ରୁ ଉର୍ଦ୍ଧ ଓଡ଼ିଶା ପ୍ରଦେଶ ଗଠନରେ ପହଞ୍ଚି ସାରିଲେଣି l ଯେଉଁ ମନିଶୀ ମାନେ ତାଙ୍କର ଚେଷ୍ଟା, ନିଷ୍ଠା ଓ ତ୍ୟାଗ ବଳରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଠନ ହେଲା ସେମାନଙ୍କ ସମ୍ବୃଦ୍ଧ ଓଡ଼ିଶା ଗଠନ ସ୍ବପ୍ନକୁ ସାକାର କରିବା ପାଇଁ ସମସ୍ତେ ବିକଶିତ ଓଡ଼ିଶା, ବିକଶିତ ଗାଁ,ଓ ବିକଶିତ ଭାରତ ଗଠନରେ ଯୋଗ ଦେବାକୁ ସେ ଆହ୍ଵାନ ଦେଇଥିଲେ l ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି, ରୁପଶ୍ରୀରାଣି ଗୁମାନ ସିଂ ଯୋଗଦେଇ କହିଲେ ଆମ ଓଡ଼ିଶା ଏକ ଐତିହ୍ୟ ସଂସ୍କୃତିର ରାଜ୍ୟ l ଏଠି ବାର ମାସରେ ତେରପର୍ବ ପାଳନ କରାଯାଏ l ଏଣୁ ଆମେ ସମସ୍ତେ ନିଜ ଜାତି,ଦେଶ,ଓ ଭାଷା ଓ ମାଟିକୁ ଭଲ ପାଇ ଆଗକୁ ବଢ଼ିବାକୁ ଉଦବୋଧନ ରଖିଥିଲେ l ଉପସଭାପତି, ଜିଲ୍ଲା ପରିଷଦ ଗୋପୀନାଥ ମହାରଣା ଯୋଗଦେଇ କହିଲେ ଓଡ଼ିଶାର ଐତିହ୍ୟ ସଂସ୍କୃତି ସହ ଜଗନ୍ନାଥ ସଂସ୍କୃତି ବିଶ୍ଵ ବିଦିତ,ଯେଉଁ ମାନଙ୍କ ତ୍ୟାଗ ବଳରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନ ର ମାନ୍ୟତା ପାଇଲା ଆମ୍ଭେମାନେ ଆଜି ଗର୍ବ କରିବା ଉଚିତ୍ ଓ ସମୃଦ୍ଧ ଓଡ଼ିଶା ଗଠନରେ ସମସ୍ତେ ଅଂଶୀଦାର ହୋଇ କର୍ତ୍ତବ୍ୟ କରିବା କରି ସଫଳ କରିବାକୁ ପ୍ରକାଶ କରିଥିଲେ l ସଭାପତି ଭାଷଣରେ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ ପ୍ରାକ୍ତନ ଉତ୍କଳର ଭୌଗୋଳିକ ସୀମା, କଳିଙ୍ଗ ଯୁଦ୍ଧ, ଖାରବେଳ ଓ ମୋଗଲ ସାମ୍ରାଜ୍ୟ,ଆବ୍ରାହାମ ଲିଙ୍କନ ଙ୍କ ଶାସନର ଚରିତ୍ର,ଓ ବରପୁତ୍ର ମାନଙ୍କ ତ୍ୟାଗରେ ଓଡ଼ିଆ ସମ୍ମିଳନୀ ଗଠନ ହୋଇ ବିଭିନ୍ନ ନିଷ୍ପତି ପରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନ ହେଲା ତାହାର ବିସ୍ତୃତ ତଥ୍ୟ ଉପସ୍ଥାପନ କରି ଓଡ଼ିଆ ପକ୍ଷ ପାଳନ ର ତାତ୍ପର୍ଯ୍ୟ ଉପରେ ଅଭିଭାଷଣ ପ୍ରଦାନ କରିଥିଲେ l ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ସମାରୋହରେ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ସହ ଓଡ଼ିଶାର କଳିଙ୍ଗ ପୁଅ ମାନଙ୍କ ବିରତ୍ଵ, ଓଡ଼ିଶାର ଐତିହ୍ୟ ସଂସ୍କୃତି, ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ରେ ବରପୁତ୍ର ମାନଙ୍କ ଅବଦାନ ଉପରେ ଆଲୋକ ପାତ କରିଥିଲେ l ଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ l ଦିବସ ପାଳନ ଉପଲକ୍ଷେ ଜିଲ୍ଲାସ୍ତରୀୟ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଓଡ଼ିଆ ଦେଶାତ୍ମବୋଧକ ସଙ୍ଗୀତ, ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ସାର୍ଟିଫିକେଟ ଓ ପୁରସ୍କାର ଟ୍ରଫି ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ପ୍ରଦାନ କରିଥିଲେ l ସେହିପରି ବରପୁତ୍ର ମାନଙ୍କ ଅଭିନୟରେ ସିଗ୍ମା ପବ୍ଲିକ୍ ସ୍କୁଲର ଶିବାନୀ ପ୍ରିୟ ଦର୍ଷିନି, ବିଭାଂଶ ସ୍ୱରୂପ ଆଗ୍ରା ସିଂ,ସାଇଦିପ ଶତପଥୀ,ଯୋଏଲ ପ୍ରିୟଦର୍ଶିନୀ ଓ ଶାଶ୍ଵତ ସାଇ ରଥଙ୍କୁ ଖୋର୍ଦ୍ଧା ଜିଲ୍ଲା ବିକାଶ ମଂଚ ତରଫରୁ ମୁଖ୍ୟ ଅତିଥି ଙ୍କ ଦ୍ଵାରା ପୁରସ୍କୃତ ପ୍ରଦାନ କରାଯାଇଥିଲା l ଦିବସ ରେ ମୁଖ୍ୟ ଅତିଥି ମନ୍ତ୍ରୀ ସମ୍ମାନିତ ଅତିଥି ବୃନ୍ଦ, ଜିଲ୍ଲାପାଳ ସମସ୍ତଙ୍କୁ ଉତ୍ତରୀୟ ଓ ଚାରା କୁଣ୍ଡ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା l ପ୍ରାରମ୍ଭରେ ମୁଖ୍ୟ ଅତିଥି ଏବଂ ସମସ୍ତ ସମ୍ମାନିତ ଅତିଥି ବୃନ୍ଦ ବରପୁତ୍ର ମାନଙ୍କ ଫଟୋଚିତ୍ର ରେ ପୁଷ୍ପାର୍ଘ୍ୟଓ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ସମାରୋହକୁ ଉଦ୍ଘାଟନ କରିଥିଲେ l ପରେ ସମୂହ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଥିଲା l ଦିବସରେ ନିର୍ବାହୀ ଅଧିକାରୀ ପୌର ପରିଷଦ ସିଦ୍ଧାର୍ଥ ପଟ୍ଟନାୟକ, ତହସିଲଦାର ବିଭସ ପାଣିଗ୍ରାହୀ, ଡେପୁଟି କଲେକ୍ଟର ସୌମ୍ୟା ସାଗରିକା ସ୍ୱାଇଁ, ସ୍ବିଟି ସୋରେନ, ସାରା ମଲ୍ଲିକ, ନିଜାରତ ଅଧିକାରୀ ରିଶବ୍ ତ୍ରିପାଠୀ, ଆସିଷ୍ଟାଣ୍ଟ କଲେକ୍ଟର ଇସ୍ପିତା ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କୁସୁମ କୁମାରୀ ପ୍ରହରାଜ, ସହକାରୀ ନିର୍ଦ୍ଦେଶିକା,ଉଦ୍ୟାନ କୃଷି ଶ୍ରେୟା ଶତପଥୀ,ଭାଜପା ଜିଲ୍ଲା ସଭାପତି ବିଶ୍ୱ ରଞ୍ଜନ ବଡ଼ଜେନା, ଦିଲ୍ଲୀପ କୁମାର ହୋତା, ସତ୍ୟବାଦୀ ବଳିୟାର ସିଂହ, ରଜନୀକାନ୍ତ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ଉମା ଶଙ୍କର ପ୍ରସାଦ, ଜିଲ୍ଲା ପ୍ରେସ କ୍ଳବ୍ ସଭାପତି ସୁଭ୍ରାଶୁ ରଞ୍ଜନ ସାମନ୍ତରାୟ, ପ୍ରାକ୍ତନ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରଘୁନାଥ ସେଠୀ, ଅଧ୍ୟାପକ ସୁବୋଧ କୁମାର ଜଗଦେବ ସମେତ ମାନ୍ୟଗଣ୍ୟ ବ୍ୟକ୍ତି, ଜନପ୍ରତିନିଧି ବିଦ୍ୟାଳୟ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଓ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ l ଉଦ୍ଘୋଷିକା ଭାବେ ଅଧ୍ୟାପକ ଶ୍ରୀକାନ୍ତ ନାୟକ ଏବଂ ସି ଆର ସି ସି ରେବତୀ ପଣ୍ଡା କାର୍ଯ୍ୟ ସମ୍ପାଦିତ କରିଥିଲେ l ସକାଳେ ଓଡ଼ିଶା ଦିବସ, ଓଡ଼ିଆ ପକ୍ଷ ଆରମ୍ଭ ଏବଂ ଏକତା ବିଶାଳ ପଦ ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଜୟୀ ରାଜଗୁରୁ ଟାଉନ୍ ହଲ୍ ପର୍ଯ୍ୟନ୍ତ ଯାଇଥିଲା l ଉକ୍ତ ଶୋଭାଯାତ୍ରାକୁ ଉପସଭାପତି,ଜିଲ୍ଲା ପରିଷଦ ଗୋପୀନାଥ ମହାରଣା ଓ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ ପ୍ରତାପ ଚନ୍ଦ୍ର ବେଉରା, ଉପଜିଲ୍ଲାପାଳ ସଂକଳ୍ପ ସ୍ଵସ୍ତିକ ସାହୁ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ଅରବିନ୍ଦ ଦାସ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଗୀତାଞ୍ଜଳି ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ l ପାଇକ ଆଖଡ଼ା ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଅତିଥିମାନେ ସଂସ୍କୃତି ଭବନ ପରିସରରେ ଶହୀଦ ସ୍ତମ୍ଭ ରେ ପୁଷ୍ପ ସୁମନ ଓ କୋର୍ଟ ପରିସର ଠାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତୀରେ ପୌର ପରିଷଦ ଓ ଆଇନଜୀବୀ ସଂଘ ପକ୍ଷରୁ ମାଲ୍ୟାର୍ପଣ କରିଥିଲେ l ଦିବସ ଉପଲକ୍ଷେ ପ୍ରତ୍ୟୁଷରୁ ଜିଲ୍ଲା ସଦର ମହକୁମା ପୌରପରିଷଦ ଅଞ୍ଚଳରେ ଉତ୍କଳ ବନ୍ଦନା ପ୍ରିତିମୁଳକ ସଙ୍ଗୀତ ପ୍ରଚାର କରାଯାଇଥିଲା l। ସେହିପରି ଜିଲ୍ଲା ପ୍ରଶାସନ, ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବରପୁତ୍ର ଓ ଉତ୍କଳ ସମ୍ମିଳନୀ ଉପରେ ଫଟୋ ପ୍ରଦର୍ଶନୀ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରୁ ଟାଉନ୍ ହଲ୍ ପର୍ଯ୍ୟନ୍ତ ହୋର୍ଡିଂ ଲଗାଯାଇଥିଲା l ପବିତ୍ର ୯୧ ତମ ଓଡ଼ିଶା ଦିବସର ସମସ୍ତ କାର୍ଯ୍ୟ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶରେ ଓ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଶାନ୍ତି ଶୃଙ୍ଖଳା ସହ ସମାପନ ହୋଇଥିଲା l

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande