
ଖୋର୍ଦ୍ଧା , 01 ଏପ୍ରିଲ୍ (ହି.ସ.)ଅର୍ଡର ନପାଇବା ପର୍ଯ୍ୟନ୍ତ ଆମେ ଉଠିବୁନି ।କାଉନ୍ସେଲିଂ ପାଇଁ ଡାକି ମନା କରିବାରୁ ୫୭ଜଣ ବହୁମୁଖୀ ମହିଳା ସ୍ବାସ୍ଥ୍ୟକର୍ମୀଙ୍କ ପଦୋନ୍ନତି ପ୍ରସଙ୍ଗରେ ପ୍ରତିବାଦ କରିଛନ୍ତି।ଖୋର୍ଦ୍ଧା ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ଅନ୍ତର୍ଗତ ୧୦ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (ସିଏସି)ରେ କାର୍ଯ୍ୟରତ ୪୭ ଜଣ ବହୁମୁଖୀ ମହିଳା ସ୍ବାସ୍ଥ୍ୟକର୍ମୀଙ୍କୁ ପଦୋନ୍ନତି ନେଇ କାଉନ୍ସେଲିଂ ପାଇଁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀ (ସିଡିଓ ଆଣ୍ଡ ପିଏଚ୍ଓ)ଙ୍କ କାର୍ଯ୍ୟାଳୟ ପକ୍ଷରୁ ଚିଠି କରାଯାଇ ଡକାଯାଇଥିଲା। ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କ୍ଲିଏରାନ୍ସ ଆସି ନ ଥିବା ଦର୍ଶାଇ ମଙ୍ଗଳବାର ହଠାତ୍ କାଉନସେଲିଂ ବନ୍ଦ କରାଯିବାକୁ ନେଇ ବହୁମୁଖୀ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ