
ହରିଦ୍ୱାର, 21ଏପ୍ରିଲ (ହି.ସ.) : ମଙ୍ଗଳବାର ଦିନ ଉତ୍ତରାଖଣ୍ଡର ହରିଦ୍ୱାରରେ ପଶ୍ଚିମ ଉତ୍ତରପ୍ରଦେଶର ଏକ ମୁସଲମାନ ପରିବାର ବିଧି ବିଧାନ ସହିତ ସନାତନ ଧର୍ମକୁ ଘର ବାହୁଡା କରିଛନ୍ତି । ଧାର୍ମିକ ସଂଗଠନ ଏବଂ ସନ୍ଥମାନଙ୍କ ଉପସ୍ଥିତିରେ ନମାମି ଗଙ୍ଗେ ଘାଟରେ ଏକ ଆନୁଷ୍ଠାନିକ ଗଙ୍ଗା ସ୍ନାନ ଏବଂ ଶୁଦ୍ଧିକରଣ ପରେ ପରିବାର ଘର ବାହୁଡା କରିଥିଲେ । ପରିବାରର ମୁଖିଆ ମୋହମ୍ମଦ ଶହଜାଦ ତାଙ୍କର ନାମ ପରିବର୍ତନ କରି ଶଙ୍କର ରଖିଥିଲେ । ସେହିପରି ତାଙ୍କ ପତ୍ନୀ ତାଙ୍କ ନାମ ରଜିଆରୁ ସାବିତ୍ରୀ ରଖିଛନ୍ତି । ସେମାନଙ୍କର ସହିତ ତାଙ୍କର ଦୁଇ ଝିଅ ଓ ଗୋଟିଏ ପୁଅଙ୍କ ନାମ ବଦଳାଇ ରୁକ୍ମିଣୀ, ଦୀକ୍ଷା ଏବଂ ରୁଦ୍ର ରଖା ଯାଇଛି ।
ଏହି କାର୍ଯ୍ୟକ୍ରମରେ ବାବା ହଠଯୋଗୀ, ରାମବିଶାଲ ଦାସ ମହାରାଜ, ଅରୁଣ କୃଷ୍ଣ ମହାରାଜ, ଆଖଡ଼ା ପରିଷଦ ସହିତ ଜଡିତ ସନ୍ଥ ମାନେ ଏବଂ ଅନ୍ୟ ସନ୍ଥମାନେ ଉପସ୍ଥିତ ଥିଲେ। ସମଗ୍ର ପରିବାରର ହବନ-ଯଜ୍ଞ ଏବଂ ଶୁଦ୍ଧିକରଣ ରୀତିନୀତି ଅନୁସାରେ କରାଯାଇଥିଲା | ସନ୍ଥମାନଙ୍କ ଉପସ୍ଥିତିରେ ଆଚାର୍ଯ୍ୟ କୁଳଦୀପ ବିଦ୍ୟାର୍ଥୀ ଏବଂ ଅନୁଜ ଶାସ୍ତ୍ରୀଙ୍କ ଦ୍ୱାରା ବୈଦିକ ରୀତିନୀତି ସହିତ ଶୁଦ୍ଧିକରଣ ଏବଂ ଯଜ୍ଞୋପବିତର ସମ୍ପୂର୍ଣ୍ଣ ପ୍ରକ୍ରିୟା ସମାପ୍ତ ହୋଇଥିଲା |
ବାବା ହଠ ଯୋଗୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଏହି ପରିବାର ବୈଦିକ ପରମ୍ପରା ଅନୁଯାୟୀ ସନାତନ ଧର୍ମ ଗ୍ରହଣ କରିଛି ଏବଂ ସେମାନଙ୍କୁ ହିନ୍ଦୁ ଧର୍ମର ରୀତିନୀତି ବିଷୟରେ ମଧ୍ୟ ଅବଗତ କରାଯିବ। ସେ କହିଛନ୍ତି ଯେ ଏହି ପରିବାରର ପୂର୍ବ ପୁରୁଷ ମାନେ ପୂର୍ବରୁ ହିନ୍ଦୁ ଥିଲେ ଏବଂ କୌଣସି କାରଣରୁ ଇସଲାମରେ ପରିବର୍ତିତ ହୋଇଯାଇତିଲେ ।ବର୍ତ୍ତମାନ ସେମାନେ ପୁନର୍ବାର ଘରକୁ ଫେରିଛନ୍ତି।
ଘର ବାହୁଡା କରିଥିବା ପରିବାରର ମୁଖ୍ୟ ଶଙ୍କର (ପୂର୍ବରୁ ଶାହଜାଦ) କହିଥିଲେ ଯେ ଭଗବାନ ଶିବଙ୍କ ଉପରେ ତାଙ୍କର ଗଭୀର ବିଶ୍ୱାସ ରହିଛି ଏବଂ ସେଥିପାଇଁ ସେ ଏହି ନିଷ୍ପତ୍ତି ନେଇଛନ୍ତି। ସେ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ଏହି ନିଷ୍ପତ୍ତି ପରେ ସେ କିଛି ଲୋକଙ୍କ ଦ୍ୱାରା ତାଙ୍କୁ ଧମକ ମିଳୁଛି ।
ଅରୁଣ କୃଷ୍ଣ ମହାରାଜଙ୍କ କହିବା ଅନୁଯାୟୀ, ପରିବାର ନିଜେ ଆଗକୁ ଆସି ସନାତନ ଧର୍ମ ଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ସେ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ସଂସ୍ପର୍ଶରେ ଅନ୍ୟ କିଛି ଲୋକ ଅଛନ୍ତି ଯେଉଁମାନେ ଘର ବାହୁଡା କରିବାକୁ ଚାହୁଁଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ