ଚିକିତ୍ସା ଖୋଜୁଛି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସି ଟି ସ୍କାନ ବିଭାଗ
କେନ୍ଦୁଝର, 22 ଏପ୍ରିଲ୍ (ହି.ସ.) - ଅନେକ ସମୟ ରେ ବିବାଦ ଘେରକୁ ଟାଣି ହୋଇ ଆସୁଛି କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟ। ୧୯୧୨ ରେ ନିର୍ମିତ ଏହି ଚିକିତ୍ସାଳୟ କେନ୍ଦୁଝର ଇତିହାସ ର ମୁକ ସାକ୍ଷୀ ହୋଇ ଅନେକ ଉଥାନ ପତନ ଦେଇ ଗତି କରି ଥିବା ବେଳେ ଏହି ଚିକିତ୍ସାଳୟ ଉପରେ କେନ୍ଦୁଝର ଜିଲା ଛଡା ପଡୋଶୀ ଜି
St sxan corrent problem


କେନ୍ଦୁଝର, 22 ଏପ୍ରିଲ୍ (ହି.ସ.) - ଅନେକ ସମୟ ରେ ବିବାଦ ଘେରକୁ ଟାଣି ହୋଇ ଆସୁଛି କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟ। ୧୯୧୨ ରେ ନିର୍ମିତ ଏହି ଚିକିତ୍ସାଳୟ କେନ୍ଦୁଝର ଇତିହାସ ର ମୁକ ସାକ୍ଷୀ ହୋଇ ଅନେକ ଉଥାନ ପତନ ଦେଇ ଗତି କରି ଥିବା ବେଳେ ଏହି ଚିକିତ୍ସାଳୟ ଉପରେ କେନ୍ଦୁଝର ଜିଲା ଛଡା ପଡୋଶୀ ଜିଲା ମୟୁରଭଞ୍ଜର କରଞ୍ଜିଆ ଓ ଅନୁଗୁଳ ଜିଲାର ପାଲଲହଡା ସୁନ୍ଦରଗଡ଼ ଜିଲ୍ଲାର ବଣେଇ ଉପଖଣ୍ଡର ତଥା ପଡୋଶୀ ରାଜ୍ୟ ଝାଡ଼ଖଣ୍ଡର ଜୟନ୍ତଗଡ ଓ ଆଖପାଖ ଅଞ୍ଚଳର ରୋଗୀ ନିର୍ଭର କରୁଥିବା ବେଳେ ଅନେକ ସମୟରେ ପରିଚାଳନା ଗତ ତ୍ରୁଟି ପାଇଁ ଅନେକ ସମୟରେ ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅନେକ ସମୟରେ ଦେଖିବା ପାଇଁ ମିଳିଥାଏ। ବର୍ତ୍ତମାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସି ଟି ସ୍କାନ ବିଭାଗ ଏକ ପ୍ରକାର ସଙ୍କଟ ଦେଇ ଗତି କରୁଛି। କେତେବେଳେ ଡାକ୍ତର ଅଭାବ ତ କେତେବେଳେ ବିଦ୍ୟୁତ ସରବରାହ ରେ ବ୍ୟାଘାତ ନେଇ ଅନେକ ସମୟ ରେ ବିବାଦ ରେ ରହିଥିବାବେଳେ ପ୍ରତିଦିନ ବିଦ୍ୟୁତ ବିଭାଗ ଦ୍ୱାରା ରକ୍ଷଣ ବେକ୍ଷଣ ପାଇଁ ସକାଳ ୫ ଟା ରୁ ୧୦ ଟା ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବନ୍ଦ ରହୁଥିବାରୁ ମୁଖ୍ୟ ଡାକ୍ତରଖାନାରେ ସିଟି ସ୍କାନ ଏକ ପ୍ରକାର ଅଚଳ ହୋଇ ପଡିଛି। ଏହି ସମୟରେ ପ୍ରାୟ ରୋଗୀଙ୍କ ଭିଡ଼ ରହୁଥିବା ବେଳେ ପ୍ରବଳ ଗରମ ସତ୍ୱେ ରୋଗୀ ପଡ଼ିରହିଥିବା ଦେଖିବା ପାଇଁ ମିଳିଛି । ଏପଟେ ଧରଣୀଧର ମେଡିକାଲ କଲେଜରୁ ରୋଗୀ ବୁହା ହୋଇ ଆସୁଛନ୍ତି। ଡିଜି ସେଟ ଏଠାରେ କେବେଠୁ ଖରାପ ଅଛି ହେଲେ କର୍ତୃପକ୍ଷଙ୍କ ନଜର ନାହିଁ।

ନିଜ ସମ୍ପର୍କୀୟ ଗୁରୁତର ଥିବା ବେଳେ ଏଠି ଆସି ଦେଖୁଛୁ ଯେ ଲାଇନ୍ ନଥିବା ଯୋଗୁଁ ସିଟି ସ୍କାନ ବନ୍ଦ ପଡିଛି। ଫଳରେ ବହୁତ୍ ହଇରାଣ ହେଉଛୁ ବୋଲି ପ୍ରକାଶ କରିଛନ୍ତି ରୋଗୀର ସମ୍ପର୍କୀୟ ଏମ୍ ଡି ସମସେର। ସୁଦୂର ମୟୁରଭଞ୍ଜ ଜିଲ୍ଲା ଯଶିପୁରରୁ ନିଜ ପୁଅର ସିଟି ସ୍କାନ କରିବାକୁ ଆସି ହଇରାଣ ହେଉଥିବା ପ୍ରକାଶ କରିଛନ୍ତି କମଳିନୀ ମହାନ୍ତ। ଦୂରରୁ ଆସି ଏଭଳି ଅସୁବିଧା ହୋଇ କୁଆଡେ ଯିବୁ ବୋଲି ପ୍ରକାଶ କରିଛନ୍ତି କମଳିନୀ। ଏ ସମ୍ପର୍କରେ ସିଡିଏମଓ ଡ଼ ବିନୋଦ ବିହାରୀ ମିଶ୍ରଙ୍କୁ ପଚାରିବାରୁ ରକ୍ଷଣାବେକ୍ଷଣ ପାଇଁ ବିଦ୍ୟୁତ ସର୍ଵରଃ ବନ୍ଦ ରହିଥିବାରୁ ବିକଳ୍ପ ପନ୍ଥା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।ଅତି କମରେ ଏହା ପାଇଁ ଏବେ ଦୁଇଟି ନୂଆ ଡିଜି ସେଟ ଦରକାର ଥିବା ବେଳେ ପ୍ରଶାସନର କେବେ ନଜର ପଡୁଛି ଦେଖିବା ପାଇଁ ବାକିରହିଲା। ତେବେ ମୁଖ୍ୟ ମନ୍ତ୍ରୀ ଙ୍କ ଜିଲାରେ ଏପରି ଅବ୍ୟବସ୍ଥାକୁ ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande