ଦେଶି ମଦ ଓ ରାସାୟନିକ ନିଶା କାରବାର କବଳରେ ଜୟପୁର
ଜୟପୁର , 22 ଏପ୍ରିଲ୍ (ହି.ସ.) କୋରାପୁଟ ଜିଲା ଜୟପୁର ସହରରେ ରାସାୟନିକ ନିଶା କବଳରେ ରହିଛି । ଜୟପୁର ଟାଉନ ପୋଲିସ ମଧ୍ୟ ଗତ ଦିନରେ ଧଳା ଜହର ମଧ୍ୟ ଜବତ କରିଛି । ଆଦିବାସୀ ବହୁଳ ଜିଲ୍ଲାରେ ଦେଶି ମଦ କାରବାର ଜୋର ସୋରରେ ଚାଲିଛି । ଏହାକୁ ରୋକ ଲଗାଇବା ପାଇ ଜୟପୁର, ବୋରିଗୁ୍ମ୍ମା ରେ ମହିଳା
ଦେଶି ମଦ ଓ ରାସାୟନିକ ନିଶା କାରବାର କବଳରେ  ଜୟପୁର


ଜୟପୁର

, 22 ଏପ୍ରିଲ୍ (ହି.ସ.)

କୋରାପୁଟ ଜିଲା ଜୟପୁର ସହରରେ ରାସାୟନିକ ନିଶା କବଳରେ ରହିଛି । ଜୟପୁର ଟାଉନ ପୋଲିସ ମଧ୍ୟ ଗତ ଦିନରେ ଧଳା ଜହର ମଧ୍ୟ ଜବତ କରିଛି । ଆଦିବାସୀ ବହୁଳ ଜିଲ୍ଲାରେ ଦେଶି ମଦ କାରବାର ଜୋର ସୋରରେ ଚାଲିଛି । ଏହାକୁ ରୋକ ଲଗାଇବା ପାଇ ଜୟପୁର, ବୋରିଗୁ୍ମ୍ମା ରେ ମହିଳା ମାନେ ବନ୍ଦ କରିବା ପାଇଁ ଅବକାରି ବିଭାଗର ଦ୍ୱାରସ୍ଥ ହୋଇ ଦାବି ପତ୍ର ମଧ୍ୟ ପ୍ରଦାନ କରିଛନ୍ତି । ପୁରପଲ୍ଲୀରେ ବାର ମାସରେ ତେର ପର୍ବ ପାଳନ ପାରମ୍ପରିକ ପରମ୍ପରା । ବିଭିନ୍ନ ଯାନିଯାତ୍ରା, ପର୍ବପର୍ବାଣୀ ଓ ବିବାହ ଭଳି ସାମାଜିକ ଓ ସାଂସ୍କୃତିକ ମହୋତ୍ସବ ପାଳନ ସମୟରେ କର୍ମକ୍ଲାନ୍ତ ଜୀବନରୁ ଫୁରସତ ପାଇ ଉତ୍ସବାନୁଷ୍ଠାନରେ ଲୋକବାଦ୍ୟ ଓ ଲୋକଗୀତର ତାଳେ ତାଳେ

ନାଚଗୀତରେ ଝୁମି ବନବାସୀ ଅବସର ବିନୋଦନ କରିବା ପାରମ୍ପରିକ ବୋଲି କୁହାଯାଉଛି । ଆବାଳ ବୃଦ୍ଧବନିତା ସମସ୍ତେ ଏକାକାର ହେବା ସହ ଉପଭୋଗ କରିଥାନ୍ତି ପାର୍ବପାଳନର ସେଇ ମୁହୂର୍ତ୍ତକୁ । ଆଉ ସାଂସ୍କୃତିକ କାର୍ଯ୍ୟକ୍ରମରେ ନିଜକୁ ହଜେଇ ବିଭୋର ହୋଇଥିବା ବନବାସୀ ସମାଜ ସାମାନ୍ୟ ନିଶା ସେବନକୁ ଆପଣାଇ ନେଇ ପୂର୍ବପୁରୁଷର ପରମ୍ପରାକୁ ଜୀବନ୍ତ କରିଥାନ୍ତି । ତେବେ ଅତୀତରୁ ପ୍ରଚଳିତ ପ୍ରକୃତିଦର ପାନୀୟ ମଧ୍ୟରେ ସଲପ ରସ, ଖଜୁରୀ ରସ, ମାଣ୍ଡିଆ ଓ ଚାଉଳ ଆଦି ଶସ୍ୟରୁ ପ୍ରସ୍ତୁତ ପାନୀୟର ବହୁଳ ବ୍ୟବହାର ହେଉଥିବାବେଳେ ସୁସ୍ଥ ନିରାମୟ ଜୀବନ ବିତାଉଥିବା ବନବାସୀ ସମାଜ ଏବେ ପ୍ରଚଳିତ ଆଧୁନିକତା ଛାପର ବଶବର୍ତ୍ତୀ ହୋଇ ପ୍ରକୃଭିଦର ନିଶା ପାନୀୟରୁ ଦୂରେଇ ଯିବା ସହ ରାସାୟନିକ ବିଷାକ୍ତ ପାନୀୟକୁ ଆପଣାଇ ନେଲେଣି । ଯେଉଁଥିପାଇଁ କୋରାପୁଟ ଜିଲା ପାଲଟିଛି ଦେଶୀ ମଦ

ବା ଜହର ଆଡ୍ଡାସ୍ଥଳି । ସରକାର ଅବକାରୀ ଟିକସ ନିଶାରେ କାରବାରକୁ ପ୍ରୋତ୍ସାହନ

ଦେଉଥିବାବେଳେ ଏବେ ବିଭିନ୍ନ ଅଞ୍ଚଳରେ କାୟାବିସ୍ତାର କରିଲାଣି ରାସାୟନିକ ନିଶା

କାରବାର । କୋରାପୁଟ ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାପାଇଁ ସରକାରଙ୍କ ପକ୍ଷରୁ ବାର୍ଷିକ କୋଟି କୋଟି ଟଙ୍କାର ରାଜସ୍ୱ ଧାର୍ଯ୍ୟ କରାଯାଇଛି । ତେବେ ଧାର୍ଯ୍ୟ ଟିକସ ସହ ବିଭାଗୀୟ

କର୍ତ୍ତୃପକ୍ଷଙ୍କ ନିଜସ୍ୱ ଆମଦାନୀ ପୂରଣ ପାଇଁ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ଅଞ୍ଚଳରେ

ଅତିରିକ୍ତ ମଦ କାରବାର ସୁଯୋଗ ସୃଷ୍ଟି କରାଯାଉଥିବା ବେଳେ ପରୋକ୍ଷରେ ବେଆଇନ

ନିଶା କାରବାର ଅହେତୁକ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ଆଦିବାସୀ ଅଞ୍ଚଳରେ ପ୍ରତି

ଗାଁରେ ମାଫିଆମାନେ ମଦ ଉତ୍ପାଦନକୁ କୁଟୀର ଶିଳ୍ପରେ ପରିଣତ କରିବାଭଳି ଅଭାବନୀୟ

ସମସ୍ୟା ଉପୁଜୁଛି । ଅଧିକ ମୁନାଫା ଆଶାରେ ମନ ପସନ୍ଦର ମଦ ପ୍ରସ୍ତୁତ ସମୟରେ ବିଭିନ୍ନ

ରାସାୟନିକ ବିଷାକ୍ତ ଦ୍ରବ୍ୟ ଯଥା ଆମୋନିଆ ସାର ଆଦି ମିଶ୍ରଣ କରାଯାଉଥିବା ଅଭିଯୋଗ

ବିଭିନ୍ନ ସମୟରେ ହେଉଛି । ବିଷାକ୍ତ ରାସାୟନିକ ମଦ ବ୍ୟବହାର କାରଣରୁ ଯୁବ

ବୟସରେ ବ୍ୟାଗସ୍ତ ହେବା ସହ ଅକାଳରେ ଚାଲିଯାଉଛି ଅମୂଲ୍ୟ ଜୀବନ । ତେବେ ଗୋଟିଏ

ପଟେ ଧାର୍ଯ୍ୟ ଟିକସ ଆଦାୟ ଲକ୍ଷ୍ୟ ଓ ଅନ୍ୟପଟେ ନିଜସ୍ୱ ରୋଜଗାର ନିଶାରେ ଅବକାରୀ ବିଭାଗ ବେଆଇନ ମଦ କାରବାର ଉପରେ ଅଙ୍କୁଶ ଲଗାଇବା କଷ୍ଟ ହୋଇଯାଇଛି । ଅପରପକ୍ଷେ ବିଷାକ୍ତ ପାନୀୟ ବ୍ୟବହାରରୁ ଶାନ୍ତ ଗ୍ରାମାଞ୍ଚଳ ଅଶାନ୍ତ ହେଉଥିବାବେଳେ ବିଭିନ୍ନ ପ୍ରକାର ସାମାଜିକ ଓ ଘରୋଇ ହିଂସାକୁ ଆପଣାଇବା ଭଳି ପରିସ୍ଥିତି ଉପୁଜିଛି । ବିଶେଷ ଭାବରେ ଯୁବପିଢୀ ନିଶା ପ୍ରତି ଆକୃଷ୍ଟ ହେଉଥିବାବେଳେ ଆର୍ôଥକ ଓ ସାମାଜିକ ସ୍ଥିତି ଭୁଶୁଡିବା ସହ ଭବିଷ୍ୟତ ଅନ୍ଧାରୀ ମୁଲକ ଆଡକୁ ଠେଲି ହୋଇ ଯାଉଛି । ନିଶା ବହୁଳ ବ୍ୟବହାର ପାଇଁ ଆର୍ôଥକ ମାନଦଣ୍ଡ ସୁଦୃଢ଼ ହେବା ଅସମ୍ଭବ ବ୍ୟାପାର ହାଇଯାଇଛି । ସାମ୍ପ୍ରତିକ ପରିସ୍ଥିତିରେ କିଛି

ଗ୍ରାମାଞ୍ଚଳରେ ମହିଳା ମାନେ ଜାଗ୍ରତ ହେବାସହ ମଦ କାରବାର ବନ୍ଦ ନିମନ୍ତେ ଅଣ୍ଟା ଭିଡ଼ିଛନ୍ତି । ମଦ ବିକିଲେ ଅଥବା ପିଇଲେ ଜରିମାନା ଧାର୍ଯ୍ୟ କରିଛନ୍ତି । ମହିଳା ମାନଙ୍କ ଉଦ୍ୟମକୁ ବିଭିନ୍ନ ସ୍ତରରେ ସ୍ୱାଗତ କରାଯାଇ ଥିବାବେଳେ ପ୍ରଶାସନିକ ସଦ୍ଦିଚ୍ଛା ଓ ସହଯୋଗ ନମିଳିଲେ ଉଦ୍ୟମ ସଫଳ ହୋଇପାରିବନାହିଁ ବୋଲି କୁହାଯାଉଛି । ନିଶା କାରବାର ପରୋକ୍ଷରେ ଦାଦନ ସମସ୍ୟା

ବଢ଼ାଇବା ସହ ଜିଲ୍ଲା ଅର୍ଥନୀତିକୁ ପ୍ରଭାବିତ କରୁଛି ଓ ଗରୀବରୁ ଗରରୀବତମ ଅବସ୍ଥାକୁ

ଆମନ୍ତ୍ରଣ କରୁଛି । ପଛୁଆ ଅଞ୍ଚଳରେ ବେଧଡ଼କ ନିଶା କାରବାର ଉପରେ ରୋକ ଲଗାଯାଇ

ପାରିଲେ ଆଦିବାସୀ ଜିଲ୍ଲାର ଆର୍ôଥକ ବିକାଶ ସମ୍ଭବ ହୋଇପାରିବ ବୋଲି ବୁଦ୍ଧିଜୀବି

ମହଲରେ ମତ ପ୍ରକାଶ ପାଇଛି । ଏହା ସହ ବେଆଇନ ମଦ କାରବାର ବନ୍ଦ କଲେ ମହିଳା ମାନେ ମଧ୍ୟ ଉପକୃତ ହୋଇ ପାରିଥାନ୍ତେ । ଜିଲାରେ ମଦ କରାବାର ବନ୍ଦ କରିବା ପାଇଁ ବିଧାୟନ ସଭାରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ବାର ବାର ଦାବି କରିଥିବା ବେଳେ ସରକାର ଉଚିତ ପଦକ୍ଷେପ ନେବା ପାଇ ଦାବି ହୋଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande