ମହିଳା ସଂରକ୍ଷଣ ବିଲକୁ ବିରୋଧ କରି କଂଗ୍ରେସ ଓ ବିଜେଡି ବିରୋଧରେ ରାଲି
ମାଲକାନଗିରି , ୨୮ ଏପ୍ରିଲ୍ (ହି.ସ.) - ମାଲକାନଗିରି ମହିଳାଙ୍କ ଉନ୍ନତି କୁ ବିରୋଧ କରି କଂଗ୍ରେସ ଦଳ ନେତୃତ୍ୱରେ ସମଗ୍ର ବିରୋଧୀ ଦଳ ମିଳିମିଶି ଦେଶର ମହିଳାଙ୍କ ସ୍ୱପ୍ନକୁ ଚୁରମାର କରି ଦେଇଛନ୍ତି। ସମ୍ବିଧାନର ୮୧ତମ ସଂଶୋଧନକୁ ଲୋକସଭାରେ ପରାଜିତ କରି ହସଖୁସି ସହ ଉତ୍ସବ ପାଳନ କରିଥିଲେ। ଏହା ଦେଶର ମ
ମହିଳା ସଂରକ୍ଷଣ ବିଲକୁ ବିରୋଧ କରି କଂଗ୍ରେସ ଓ ବିଜେଡି ବିରୋଧରେ ରାଲି


ମାଲକାନଗିରି , ୨୮ ଏପ୍ରିଲ୍ (ହି.ସ.) - ମାଲକାନଗିରି ମହିଳାଙ୍କ ଉନ୍ନତି କୁ ବିରୋଧ କରି କଂଗ୍ରେସ ଦଳ ନେତୃତ୍ୱରେ ସମଗ୍ର ବିରୋଧୀ ଦଳ ମିଳିମିଶି ଦେଶର ମହିଳାଙ୍କ ସ୍ୱପ୍ନକୁ ଚୁରମାର କରି ଦେଇଛନ୍ତି। ସମ୍ବିଧାନର ୮୧ତମ ସଂଶୋଧନକୁ ଲୋକସଭାରେ ପରାଜିତ କରି ହସଖୁସି ସହ ଉତ୍ସବ ପାଳନ କରିଥିଲେ। ଏହା ଦେଶର ମହିଳାଙ୍କ ପରାଜୟ ନୁହେଁ, ଏହା ବିରୋଧୀଙ୍କ ଅହଂକାରକୁ ଦର୍ଶାଉଥିବା ବେଳେ ଏହାର ଉତର ଦେଶର ନାରୀଶକ୍ତି ନିଜ ଭୋଟ୍ ମାଧ୍ୟମରେ ଦେବେ ବୋଲି ଆଜି ମାଲକାନଗିରି ବିଧାୟକଙ୍କ ବାସ ଭବନରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସନ୍ତୋଷିନି ପାତ୍ର ପ୍ରକାଶ କରିଛନ୍ତି।

ସେ କହିଛନ୍ତି, ମହିଳାଙ୍କ ସଶକ୍ତିକରଣ ପାଇଁ ଭାଜପା ନେତୃତ୍ୱାଧୀନ ଏନଡିଏ ସରକାର ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଐତିହାସିକ ପଦକ୍ଷେପ ନେବାକୁ ଯାଉଥିବା ବେଳେ ବିରୋଧୀମାନେ ଏହାକୁ ବିଫଳ କରିବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି। ବିରୋଧୀ ଦଳ ଦେଶର ମାତୃଶକ୍ତି ସହ ବିଶ୍ୱାସଘାତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମହିଳା ସଶକ୍ତିକରଣ ସମ୍ବନ୍ଧରେ ପଦକ୍ଷେପ ସାରା ଦୁନିଆ ଦେଖୁଛି। ଦେଶର ସମଗ୍ର ମହିଳା ସମାଜର ଭରସା ମୋଦିଙ୍କ ଉପରେ ଅଛି।

ମାତ୍ର ବିରୋଧୀ କଂଗ୍ରେସ, ବାମପନ୍ଥୀ ଦଳ ଓ ଓଡ଼ିଶାର ବିଜୁ ଜନତା ଦଳ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବିଲକୁ ବିରୋଧ କରି ମହିଳା ବିରୋଧୀ ବୋଲି ନିଜକୁ ପ୍ରମାଣିତ କରିଛନ୍ତି। ଆଗାମୀ ଦିନରେ ମହିଳା ଏହାର ଉଚିତ ଜବାବ ନିଶ୍ଚିତ ଭାବେ ଦେବେ ବୋଲି ସେ କହିଛନ୍ତି। ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧକ୍ଷା ସାବିତ୍ରୀ ପୋଡ଼ିଆମି, ଭାଜପା ମହିଳା ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦିକା ବେନି କାର୍ତୁଲ, ଖବରଦାତା ସମ୍ମିଳନୀରେ ଉପସ୍ଥିତ ଥିଲେ।ସେହିପରି ଚିତ୍ରକୋଣ୍ଡା ବ୍ଲକ ଭାରତୀୟ ଜନତା ପାର୍ଟି ଜୋନ ୧ମହିଳା ସଭାନେତ୍ରୀ ପୁଷ୍ପା ନଜଳି ମାଝୀ ଙ୍କ ନେତୃତ୍ୱରେ ଚିତ୍ରକୋଣ୍ଡା ଠାରେ ଏକ ରାଲି ଅନୁଷ୍ଠିତ ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande