ମାତ୍ରାଧିକ ଗ୍ରୀଷ୍ମ ପାଇଁ ସମ୍ବଲପୁର ଚିଡିଆଖାନାରେ ପଶୁପକ୍ଷୀଙ୍କୁ ଥଣ୍ଡା ପାଣି ସ୍ପ୍ରେ

ସମ୍ବଲପୁର, ୨୮, ଏପ୍ରିଲ୍ (ହି.ସ.) - ସହରରେ ତାପମାତ୍ରା ୪୦ ଡିଗ୍ରୀ ସେପଟକୁ ଛୁଇଁଲାଣି। ଲୋକେ ନିଜ ନିଜ ଘରେ ଶୀତତାପ ନିୟନ୍ତ୍ରିତ କୋଠରୀରେ ରହୁଥିବା ବେଳେ ସମ୍ବଲପୁର ଚିଡିଆଖାନାରେ ରହୁଥିବା ପଶୁପକ୍ଷୀ ଡହଡହ ଖରାର ତାତିରେ ଛଟପଟ୍ ହୋଇପଡୁଛନ୍ତି । ଗତ ଦୁଇ ଦିନ ଧରି କିଛି ପର?୍ୟ୍ୟଟକ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରତିକ୍ରିୟା ପରେ ଆଜି ସମ୍ବଲପୁର ଚିଡିଆଖାନାରେ ପଶୁପକ୍ଷୀଙ୍କ କୁଆଡ଼େ ଥଣ୍ଡା ପାଣି ଛିଂଚନ କରାଯାଇଥିବା ଦେଖାଯାଇଛି । ହରିଣ, ଭାଲୁ ଏପରିକି କିଛି ଶୂଆ ଏହି ଥଣ୍ଡା ପାଣି ଛିଂଚନରେ ବେଶ୍ ଆଶ୍ୱସ୍ତ ହୋଇଥିବା ଦେଖିବାକୁ ମିଳିଛି । ଦିନକୁ ଦୁଇଥର ଲେଖାଏଁ ଏହି ପାଣି ଛିଂଚନ କରାଯାଉଥିବା ଯୋଗୁଁ ବାହାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ଚିଡ଼ିଆଖାନାରେ ପ୍ରାଯ ୨୫ ରୁ ୩୦ ଡିଗ୍ରୀ ତାପମାତ୍ରା ରହୁଥିବା କହିଛନ୍ତି ସାମ୍ବାଦିକ ଶ୍ରବଣ କୁମାର ପତି । ଚିଡ଼ିଆଖାନାରେ ଡହଡହ ଖରାରେ ପଶୁପକ୍ଷୀ ସିଝି ଯାଉଥିବା ନେଇ ଅଭିଯୋଗ ପାଇବା ପରେ ଆଜି ସାମ୍ବାଦିକ ଶ୍ରୀପତି ସମ୍ବଲପୁର ଚିଡିଆଖାନା ପରିଦର୍ଶନରେ ଯାଇ ଅବସ୍ଥା ଅନୁଧ୍ୟାନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande