ମହିଳା ସଂରକ୍ଷଣ ବିଲ୍ କାଟ୍ ଖାଇବା ପ୍ରସଙ୍ଗରେ ବିଜେପିର ବିଶାଳ ମହିଳା ଆକ୍ରୋଶ ମଶାଲ ଶୋଭାଯାତ୍ରା
ଭୁବନେଶ୍ୱର, ୨୮ ଏପ୍ରିଲ (ହି.ସ.)- ସଂସଦରେ ମହିଳା ସଂରକ୍ଷଣ ବିଲ୍ କାଟ୍ ଖାଇବା ପ୍ରତିବାଦରେ ବିଜେପି ପକ୍ଷରୁ ଭୁବନେଶ୍ୱରରେ ବିଶାଳ ମଶାଲ ଶୋଭଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା କହିଛନ୍ତି ଯେ, ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ପ
jiyfu


ଭୁବନେଶ୍ୱର, ୨୮ ଏପ୍ରିଲ (ହି.ସ.)- ସଂସଦରେ ମହିଳା ସଂରକ୍ଷଣ ବିଲ୍ କାଟ୍ ଖାଇବା ପ୍ରତିବାଦରେ ବିଜେପି ପକ୍ଷରୁ ଭୁବନେଶ୍ୱରରେ ବିଶାଳ ମଶାଲ ଶୋଭଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା କହିଛନ୍ତି ଯେ, ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ “ନାରୀଶକ୍ତି ବନ୍ଦନ ଅଧିନିୟମ” ଆଣିଥିଲେ । ଏହି ଅଧିନିୟମ ମହିଳାମାନଙ୍କ ପାଇଁ ଲୋକସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ ୩୩ ପ୍ରତିଶତ ଆସନ ସଂରକ୍ଷଣକୁ ସୁନିଶ୍ଚିତ କରୁଥିଲା । ରାଜନୀତି କ୍ଷେତ୍ରରେ ମହିଳାମାନଙ୍କ ଭାଗିଦାରିତାକୁ ଦୃଢୀଭୁତ କରୁଥିଲା । କଂଗ୍ରେସଠାରୁ ଆରମ୍ଭ କରି ସମାଜବାଦୀ ପାର୍ଟି, ଆମ୍ ଆଦମୀ ପାର୍ଟି, ଡିଏମ୍କେ, ଟିଏମସି ପର୍ଯ୍ୟନ୍ତ ସମସ୍ତ ବିରୋଧୀ ଏହି ଅଧିନିୟମକୁ ବିରୋଧ କରି ସେମାନଙ୍କ ମହିଳା ବିରୋଧି ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଆଗାମୀ ଦିନରେ ମା ଓ ଭଉଣୀମାନେ ଉଚିତ୍ ଜବାବ୍ ଦେବେ ବୋଲି ଶ୍ରୀମତୀ ପରିଡା କହିଛନ୍ତି ।

ଦେଶର ମା ଓ ଭଉଣୀଙ୍କୁ ୩୩ ପ୍ରତିଶତ ସଂରକ୍ଷଣର ସାମ୍ବିଧାନିକ ଅଧିକାର ନିଶ୍ଚିତ ମିଳିବ । ମହିଳାମାନଙ୍କୁ ସାମ୍ବିଧାନିକ ଅଧିକାର ଦେବା ପାଇଁ ବିଜେପି ଲଢେଇ ଜାରୀ ରଖିବ ବୋଲି ଏହି ମଶାଲ ଯାତ୍ରାରେ ଯୋଗ ଦେଇ ରାଜ୍ୟ ସଭାପତି ଶ୍ରୀ ମନମୋନ ସାମଲ କହିଛନ୍ତି ।

ମହିଳାଙ୍କ ନ୍ୟାର୍ଯ୍ୟ ହକ୍ ୩୩ ପ୍ରତିଶତ ସଂରକ୍ଷଣକୁ କଂଗ୍ରେସ ଓ ବିରୋଧୀ ଦଳଗୁଡିକ ମିଳିମିଶି ଭଣ୍ଡୁର କରିଛନ୍ତି । ଏହି ବିଲକୁ ଯେ କେହି ହେଲେ ବି ରୋକି ପାରିବେ ନାହିଁ । କଂଗ୍ରେସ ସମେତ ବିରୋଧୀଙ୍କ ଜ୍ଞାନ ଉଦୟ ହେଉ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୁଏଲ ଓରାମ କହିଛନ୍ତି ।

ଆଜିର ମଶାଲ ଯାତ୍ରାରେ ସମାଜରୁ ଆସିଥିବା ପ୍ରତ୍ୟେକ ବର୍ଗର ମହିଳା ସାମିଲ ହୋଇ ମହିଳା ବିରୋଧୀ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିମେଂଟ ବିରୋଧରେ ନାରାବାଜି କରିଥିଲେ ଏବଂ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଅଣାଯାଇଥିବା ନାରୀଶକ୍ତି ବନ୍ଦନ ଅଧିନିୟମକୁ ସମର୍ଥନ କରିଥିଲେ । ଏହି ମଶାଲ ଯାତ୍ରା ଭୁବନେଶ୍ୱରର ରାଜମହଲ ଛକରୁ ମାଷ୍ଟର କ୍ୟାଂଟିନ ଛକ ପର୍ଯ୍ୟନ୍ତ ଯାଇଥିଲା ।

ଏହି ମଶାଲ ଯାତ୍ରାରେ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା.ଐଶ୍ୱର୍ଯ୍ୟା ବିଶ୍ୱାଳ, ଅଲମ୍ପିଆନ ଶ୍ରୀମତୀ ଅନୁରାଧା ବିଶ୍ୱାଳ, ବିଶିଷ୍ଟ ଅଭିନେତ୍ରୀ ଅନୁ ଚୈାଧୁରୀ ପ୍ରମୁଖଙ୍କ ସମେତ ଦଳୀୟ ନେତୃବୃନ୍ଦ ଓ କାର୍ଯ୍ୟକର୍ତା ସାମିଲ ହୋଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande